ଖୋର୍ଦ୍ଧା: ଜିଲ୍ଲାର ନୂଆ ଏସପି ଭାବେ ଅଲେଖ ଚନ୍ଦ୍ର ପହିଙ୍କୁ ଦାୟିତ୍ବ ଦେଇଛନ୍ତି ସରକାର । ଶୀଘ୍ର ପୋଲିସ ସୁପରିଟେଣ୍ଡଣ୍ଟ ଦାୟିତ୍ବ ଗ୍ରହଣ କରିବାକୁ ତାଙ୍କୁ ପୋଲିସ ମୁଖ୍ୟାଳୟ ପକ୍ଷରୁ ଚିଠି ହୋଇଛି । ସେ କଟକରେ ଅତିରିକ୍ତ ଏସ୍ପି ଭାବେ କାର୍ଯ୍ୟ କରୁଥିଲେ ।
![fଖୋର୍ଦ୍ଧାର ନୂଆ ଏସପି ଅଲେଖ ଚନ୍ଦ୍ର ପହି](https://etvbharatimages.akamaized.net/etvbharat/prod-images/od-kud-sp-new-dry-od10017_04022022062610_0402f_1643936170_537.jpg)
ପୂର୍ବରୁ ଖୋର୍ଦ୍ଧାର ଏସ୍ପି ଥିବା ରାଜକିଶୋର ଦୋରା ଗତ ୩୧ ତାରିଖରେ ଅବସର ନେବା ପରେ ପଦବୀ ଖାଲି ପଡ଼ିଥିଲା । ଅତିରିକ୍ତ ଏସ୍ପି ଥିବା ସୁରେଶ ଦାଶ ଅତିରିକ୍ତ ଦାୟିତ୍ବ ତୁଲାଉ ଥିଲେ । ଏବେ ଅଲେଖ ଚନ୍ଦ୍ର କାର୍ଯ୍ୟରେ ଯୋଗଦେବା ପରେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହାକୁ କିପରି ସୁରୁଖୁରୁରେ କରିବେ ତାଙ୍କ ପାଇଁ ଚ୍ୟାଲେଞ୍ଚ ହେବ। ଏହାସହ ଖୋର୍ଦ୍ଧାରେ ବଢୁଥିବା ବେଆଇନ କାର୍ଯ୍ୟ ଯେପରି ଗୋରୁ ଚାଲାଣ, ଖଣି ମାଫିଆ ଏବଂ ବ୍ରାଉନ୍ସୁଗାର ବେପାରୀଙ୍କୁ ସାବାଡ଼ କରିବା ତାଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ହେବ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ