ETV Bharat / state

୯ ବର୍ଷର କେନ୍ଦ୍ର ସରକାରଙ୍କୁ ୯ଟି ପ୍ରଶ୍ନ ପଚାରିଲେ AICC ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ

ଓଡ଼ିଶାରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ । ୯ ବର୍ଷର କେନ୍ଦ୍ର ସରକାରଙ୍କୁ ୯ଟି ପ୍ରଶ୍ନ ପଚାରିବା ସହ ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବାକୁ ନେଇ ନବୀନ କାହିଁକି ବିରୋଧ କରୁନାହାନ୍ତି ବୋଲି ସେ ପଚାରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : May 28, 2023, 10:54 AM IST

AICC ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହଙ୍କ ପ୍ରେସମିଟ୍‌

ଭୁବନେଶ୍ବର: ଓଡ଼ିଶା କଂଗ୍ରେସ ଭବନରେ ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହଙ୍କ ସାମ୍ବାଦିକ ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷ ପୂର୍ତ୍ତି ସମ୍ବନ୍ଧରେ ଉଠାଇଲେ ୯ଟି ପ୍ରଶ୍ନ । ଦର ବୃଦ୍ଧି, ବେକାରୀ ସଂଖ୍ୟା ବୃଦ୍ଧି, ପେଟ୍ରୋଲ ଡିଜେଲ ଦର ବୃଦ୍ଧି, ସିଲିଣ୍ଡର ଦର ବୃଦ୍ଧି, ବିମୁଦ୍ରୀକରଣ, ଜିଏସଟି ଲାଗୁ, ବଡ଼ ବଡ଼ ଶିଳ୍ପ ପତିଙ୍କର ଟାକ୍ସ ଛାଡ଼, ଜାତୀୟ ନିରାପତ୍ତା, କୃଷି ଓ କୃଷକଙ୍କ ସମସ୍ୟା ଭଳି ୯ଟି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇଲେ ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ । ଏହାଛଡା ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବାକୁ ନେଇ ନବୀନ କାହିଁକି ବିରୋଧ କରୁନାହାନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି । ପ୍ରଧାନମନ୍ତ୍ରୀ ବଦଳରେ ରାଷ୍ଟ୍ରପତି ଉଦ୍‌ଘାଟନ କରିଲେ ଗଣତନ୍ତ୍ରର ମହତ୍ତ୍ଵ ବଜାୟ ରହିବ ବୋଲି ସେ କହିଛନ୍ତି ।

କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ୯ ବର୍ଷର କେନ୍ଦ୍ର ସରକାରଙ୍କୁ ୯ଟି ପ୍ରଶ୍ନ ପଚାରିଛନ୍ତି ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ । ସେ କହିଛନ୍ତି, "ଭାରତବର୍ଷ ଅର୍ଥନୀତିରେ କାହିଁକି ମୁଦ୍ରାସ୍ପିତି ଓ ବେରୋଜଗାରୀ ଆକାଶଛୁଆଁ ହୋଇଛି ? ଜାତୀୟ ସମ୍ପତ୍ତିକୁ ପ୍ରଧାନମନ୍ତ୍ରୀ ତାଙ୍କର ବନ୍ଧୁମାନଙ୍କୁ ବିକ୍ରି କରିଛନ୍ତି । ଅଶୋଧିତ ତେଲର ମୂଲ୍ୟ କମ ଥିଲେ ମଧ୍ୟ ଦେଶରେ କାହିଁକି ମହଙ୍ଗା ? କୃଷି ଓ କୃଷକଙ୍କୁ ମଧ୍ୟ ଦାଉ ସାଜିଛନ୍ତି କେନ୍ଦ୍ର ସରକାର । ଭାରତବର୍ଷର କୃଷକର ଦୈନନ୍ଦିନ ଆୟ ୨୭ ଥିବାବେଳେ କୃଷିଜାତ ଦ୍ରବ୍ୟ ଉପରେ ଜିଏସଟି ଲାଗୁକରିବା କେତେ ଦୂର ଠିକ ?" ସେହିଭଳି ଦୁର୍ନୀତି ପ୍ରସଙ୍ଗରେ ଏଆଇସିସି ସାଧାରଣ ସମ୍ପାଦକ କହିଛନ୍ତି, "ଦେଶର ଜନତାଙ୍କ ଅର୍ଥକୁ କେନ୍ଦ୍ର ସରକାର ତାଙ୍କ ପୁଞ୍ଜିପତି ବନ୍ଧୁମାନଙ୍କୁ ଟେକି ଦେଇଛନ୍ତି । ଅଦାନୀ ଗ୍ରୁପର ମନମୁଖୀ ଯୋଗୁଁ ବିଜୁଳିଶକ୍ତି ଏବଂ ବିମାନ ଭଡା ଦରଦାମ ବୃଦ୍ଧି ହେଉଛି । ସରକାର ଯେଉଁମାନଙ୍କୁ ଋଣ ପ୍ରଦାନ କରୁଛନ୍ତି, ସେମାନେ ଦେଶ ଛାଡି ପଳାଉଛନ୍ତି ।" ଜାତୀୟ ନିରାପତ୍ତା ଦୃଷ୍ଟିରୁ ମଧ୍ୟ ମୋଦି ସରକାର ଫେଲ ମାରିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ ।

ସେ ଆହୁରି କହିଛନ୍ତି, "୨୦୨୦ ମସିହା ପର ଠାରୁ ଚାଇନା ୧୫୦୦ ସ୍ପେୟାର କିଲୋମିଟର ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇସାରିଛି । କୌଣସି ପ୍ରକାରର ଜାତୀୟ ସୁରକ୍ଷା ରଣନୀତି କେନ୍ଦ୍ର ସରକାର କରିନାହାନ୍ତି । ସାମାଜିକ ଏକତା ଦୃଷ୍ଟିରୁ ରାଜନୈତିକ ଫାଇଦା ପାଇଁ ବିଜେପି ସରକାର ହିଂସା ରାଜନୀତି କରୁଛନ୍ତି । ସାମାଜିକ ନ୍ୟାୟ ଦୃଷ୍ଟିରୁ ମହିଳା, ଦଳିତ, ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ଉପରେ ଆକ୍ରମଣ ସତ୍ତ୍ବେ ମଧ୍ୟ ଚୁପ ରହିଛନ୍ତି ବିଜେପି ସରକାର ।" ସେହିଭଳି ଗଣତନ୍ତ୍ର ଏବଂ ସଂଘୀୟ ବ୍ୟବସ୍ଥାକୁ ନେଇ ମଧ୍ୟ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଜିତେନ୍ଦ୍ର କହିଛନ୍ତି, "ବିଭିନ୍ନ ରାଜ୍ୟରେ ଜନତାଙ୍କ ଦ୍ଵାରା ନିର୍ବାଚିତ ସରକାରଙ୍କୁ ଅର୍ଥବଳ ଏବଂ ବାହୁବଳ ଲଗାଇ ଭାଙ୍ଗି ଦିଆଯାଇଛି । ଏହା କଣ ସୁସ୍ଥ ଗଣତନ୍ତ୍ର ?"

ସେ ଆହୁରି କହିଛନ୍ତି, "୨୦୧୪ ପରଠାରୁ ୯୫ ପ୍ରତିଶତ ସିବିଆଇ ଏବଂ ଇଡି କେସ ବିରୋଧୀଙ୍କ ଉପରେ କରାଯାଇଛି । କଂଗ୍ରେସ ସରକାର ସମୟରେ ହୋଇଥିବା ଗରିବ ଏବଂ ଆଦିବାସୀଙ୍କ କଲ୍ୟାଣ ପାଇଁ କରାଯାଇଥିବା ଯୋଜନାର ବଜେଟକୁ ମଧ୍ୟ କମାଇ ଦିଆଯାଇଛି । ଏହା କି ପ୍ରକାର ମାନସିକତା ? କୋଭିଡ ୧୯ ପରିଚାଳନାରେ ମଧ୍ୟ ଅନେକ ତ୍ରୁଟି କରିଛନ୍ତି କେନ୍ଦ୍ର ସରକାର । ଏହି ମହାମାରୀରେ ୪୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ତାଙ୍କୁ ସହାୟତା ରାଶି ମଧ୍ୟ ଦେଲେନାହିଁ କେନ୍ଦ୍ର ସରକାର । କୋଭିଡକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ସୂଚନାକୁ ମାନିଥିଲେ ଏତେ କୋଭିଡ ବଢ଼ିନଥାନ୍ତା । ତାଲା ବନ୍ଦ ନିଷ୍ପତ୍ତି ଯୋଗୁଁ ଜିଡିପିରେ ୨୧ ପ୍ରତିଶତ ହ୍ରାସ ଘଟିଥିଲା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.