ETV Bharat / state

ଖୋର୍ଦ୍ଧାରେ ଅହିଂସା ରଥକୁ ସ୍ୱାଗତ କଲେ ଜିଲ୍ଲାପାଳ, ବାଣ୍ଟିଲା ଶାନ୍ତି ଓ ମୈତ୍ରୀର ବାର୍ତ୍ତା - ଖୋର୍ଦ୍ଧା ଖବର

ଖୋର୍ଦ୍ଧା ଜିଲ୍ଲାରେ ଗଡ଼ିଛି ଅହିଂସା ରଥ । ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ଅହିଂସା ରଥ ବୁଧବାର ଖୋର୍ଦ୍ଧା ଜିଲ୍ଲାରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

ଜିଲ୍ଲାରେ ଅଂହିସା ରଥକୁ ସ୍ୱାଗତ କଲେ ଜିଲ୍ଲାପାଳ, ବାଣ୍ଟିଲା ଶାନ୍ତି ଓ ମୈତ୍ରୀର ବାର୍ତ୍ତ

author img

By

Published : Sep 29, 2022, 10:53 AM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଗଡ଼ିଛି ଅହିଂସା ରଥ । ଚଳିତ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ଅହିଂସା ରଥ ବୁଧବାର ଖୋର୍ଦ୍ଧା ଜିଲ୍ଲାରେ ପହଞ୍ଚିଛି । ରାଜ୍ୟର ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଜୀବନୀ,ଆଦର୍ଶ ଉପରେ ଆଧାରିତ ସୁନ୍ଦର ଫିଲ୍ମ ଏଥିରେ ପ୍ରଦର୍ଶିତ କରାଯାଉଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନାରାୟଣୀ ମନ୍ଦିର ନିକଟରେ ଖୋର୍ଦ୍ଧା ଜିଲ୍ଲାକୁ ହସ୍ତାନ୍ତର କରାଯାଇଥିଲା ।

ଚିଲିକାକୂଳ ନିକଟସ୍ଥ ବାଲୁଗାଁ ମହାବିଦ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ନିର୍ବାହୀ ଅଧିକାରୀ, ବ୍ଲକ ପ୍ରଶାସନ, ଲୋକ ପ୍ରତିନିଧି, ସାଧାରଣ ଜନତା ବିପୁଳ ପରିମାଣରେ ସ୍ୱାଗତ କରିଥିଲେ। ଏହି ଅବସରରେ ଏକ ବିଶାଳ ରାଲି ବାହାରି ଗାନ୍ଧୀଛକ ପର୍ଯ୍ୟନ୍ତ ଯାଇଥିଲା ।

ସେଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ଗୋଟିଏ ରଥକୁ ବାଲୁଗାଁ ହାଇସ୍କୁଲ, ବାଣପୁର ବ୍ଲକର ପଦ୍ମଚରଣ ହାଇସ୍କୁଲ, ଗୋଦାବରୀଶ ବିଦ୍ୟାପୀଠ, ବାଣପୁର ବଜାର ଓ ପଲଟନ ପଡିଆକୁ ଅଣାଯାଇଥିଲା । ଏହାସହ ଭିଡ଼ିଓ ମାଧ୍ୟମରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଉତ୍କଳମଣି ଗୋପବନ୍ଧୁଙ୍କ ଉପରେ ଆଧାରିତ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା ।

ଅନ୍ୟ ରଥକୁ ଭୁବନେଶ୍ବର ଉପଖଣ୍ତର ଜଟଣୀ ପୌରସଂସ୍ଥା ଅଭିମୁଖେ ଯାତ୍ରା କରିଥିଲା । ଏଥିସହ ଶାନ୍ତି ମୈତ୍ରୀର ବାର୍ତ୍ତା ମଧ୍ୟ ବଣ୍ଟନ କରିଥିଲା । ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ବେହେରା, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ଉପାଧ୍ୟକ୍ଷ ପ୍ରାଚୀପ୍ରଭା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରତ୍ୟେକ ସ୍ଥାନରେ ହାତରେ ତ୍ରିରଙ୍ଗା ପତାକା ଧରିବା ସହ ବିଶାଳ ପତାକାକୁ ସଙ୍ଗରେ ନେଇ ରଥକୁ ବିପୁଳ ସ୍ୱାଗତ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ଉତ୍ସାହର ସହ ଦେଶାତ୍ମବୋଧକ ସଂଗୀତ ତାଳରେ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ,ଆଶା, ଅଙ୍ଗନୱାଡି କର୍ମୀ, ସ୍ବୟଂସହାୟକ ଗୋଷ୍ଠୀର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଆଜି ବାଣପୁରରେ ଥିବା ଅହିଂସା ରଥ ଚିଲିକା ଓ ଟାଙ୍ଗୀ ବ୍ଲକ ପରିକ୍ରମଣ କରିବାକୁ ଥିବା ବେଳେ ଜଟଣୀରେ ଥିବା ଅହିଂସା ରଥ ଜଟଣୀ ଓ ବାଲିଅନ୍ତା ବ୍ଲକ ପରିକ୍ରମା କରିବ।

ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.