ETV Bharat / state

ଓଡ଼ିଶାରେ ପାରାକ୍ୱାଟକୁ ସଂପୂର୍ଣ୍ଣ ନିଷିଦ୍ଧ ପାଇଁ କେନ୍ଦ୍ରକୁ ଚିଠି

author img

By ETV Bharat Odisha Team

Published : Jan 4, 2024, 8:23 AM IST

Letter for ban Paraquat: ରାଜ୍ୟରେ ସଂପୂର୍ଣ୍ଣ ନିଷିଦ୍ଧ ହେଉ ପାରାକ୍ୱାଟ । ଏଥିପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

ପାରାକ୍ୱାଟ
paraquat

ଭୁନନେଶ୍ବର: ରାଜ୍ୟରେ ପାରାକ୍ୱାଟକୁ ସଂପୂର୍ଣ୍ଣ ନିଷିଦ୍ଧ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର । କୀଟନାଶକର ନିରାପଦ ବ୍ୟବହାର ପାଇଁ ତୃଣନାଶକ ଭାବରେ ବ୍ୟବହୃତ ଅତ୍ୟନ୍ତ ବିଷାକ୍ତ ହର୍ବିସାଇଡ ପାରାକ୍ୱାଟ ଏବଂ ଏଥିରୁ ଉତ୍ପନ୍ନ ଅନ୍ୟ ଦ୍ରବ୍ୟର ବିକ୍ରିକୁ ସଂପୂର୍ଣ୍ଣ ରୂପେ ନିଷିଦ୍ଧ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ।

କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବଙ୍କୁ ପଠାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ସଂପ୍ରତି ପାରାକ୍ୱାଟ ତୃଣନାଶକର ବ୍ୟବହାର ରାଜ୍ୟରେ ଏକ ସାର୍ବଜନିକ ଚିନ୍ତାର ବିଷୟ ହୋଇପଡ଼ିଛି । ମନୁଷ୍ୟ ଓ ପ୍ରାଣୀଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବକୁ ରୋକିବା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ନିରୋଧକ ଔଷଧ ଉପଲବ୍ଧ ନୁହେଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବିଷାକ୍ତ ରସାୟନିକ ପଦାର୍ଥର ବିକ୍ରୟ, ମହଜୁଦ, ବିତରଣ, ଉତ୍ପାଦନ ଓ ବ୍ୟବହାରକୁ ୨୦୨୩ ମସିହା ଅକ୍ଟୋବର ୫ ତାରିଖରୁ ୯୦ ଦିନ ନିମନ୍ତେ ନିଷିଦ୍ଧ ଘୋଷଣା କରିଥିଲେ ।

ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ରିପୋର୍ଟ ଅନୁସାରେ ପାରାକ୍ୱାଟ ଏବଂ ଏଥିରୁ ଉତ୍ପନ୍ନ ପଦାର୍ଥ ଅତ୍ୟନ୍ତ ବିଷାକ୍ତ ଏବଂ କ୍ଷତିକାରକ ରାସାୟନିକ ଦ୍ରବ୍ୟ ଅଟେ । ମଣିଷର ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପାରାକ୍ୱାଟ ବ୍ୟବହାର ଦ୍ୱାରା ମୃତ୍ତିକାର ସ୍ୱାସ୍ଥ୍ୟ, ମଣିଷର ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ଏହାର ପ୍ରଭାବ ସଂପର୍କରେ କୌଣସି ବୈଜ୍ଞାନିକ ଗବେଷଣା କରାଯାଇନାହିଁ । ସେହିପରି ରାଜ୍ୟର ଅଗ୍ରଣୀ ଭେଷଜ ଅନୁଷ୍ଠାନ ଭୀମସାରର ରିପୋର୍ଟ ଅନୁଯାୟୀ ପାରାକ୍ୱାଟ ଯୋଗୁଁ ମଣିଷର ନିଃଶ୍ୱାସ ପ୍ରଶ୍ୱାସ, ବୃକକ୍‌ ଏବଂ ଯକୃତଜନିତ ସମସ୍ୟା ଉପୁଜି ଉଚ୍ଚ ମୃତ୍ୟୁହାର ଘଟୁଛି । ରିପୋର୍ଟ ଅନୁଯାୟୀ ୨୦୧୭ ସେପ୍ଟେମ୍ବର ମାସରୁ ୨୦୧୯ ଅଗଷ୍ଟ ମଧ୍ୟରେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ୧୪୯ ଜଣ ରୋଗୀଙ୍କ ମଧ୍ୟରୁ ୧୪୦ ଜଣଙ୍କର ମୃତ୍ୟୁ ଘଟିଛି ।

ଏହା ମଧ୍ୟ ପଢନ୍ତୁ-ବିଷାକ୍ତ ପାରାକ୍ବେଟର ବ୍ୟାନ ଅବଧି ଆଉ ମାସେ ବୃଦ୍ଧି

ରିପୋର୍ଟରେ ଭୀମସାର କର୍ତ୍ତୃପକ୍ଷ ପାରାକ୍ୱାଟକୁ ସ୍ଥାୟୀ ଭାବରେ ନିଷିଦ୍ଧ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ସେହିପରି ବିଷାକ୍ତ ତୃଣନାଶକ ପାରାକ୍ୱାଟ ସେବନ କରି ରାଜ୍ୟର ୧୫ରୁ ଅଧିକ ଜିଲ୍ଲାରେ ଅକାଳ ମୃତ୍ୟୁ ଘଟୁଛି ବୋଲି ଜିଲ୍ଲାପାଳ ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରିପୋର୍ଟରେ ଦର୍ଶାଇଛନ୍ତି । ଜାନୁଆରୀ ୨୦୨୩ରୁ ଡିସେମ୍ବର ମାସ ମଧ୍ୟରେ ନୟାଗଡ଼ ଜିଲ୍ଲାରେ ୧୩ ଜଣ ଚାଷୀ ପାରାକ୍ୱାଟ ବିଷ କ୍ରିୟା ଯୋଗୁଁ ପ୍ରାଣ ହରାଇଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ପାରାକ୍ୱାଟ ସେବନ ଯୋଗୁଁ ମୃତ୍ୟୁ ଘଟିବା ଘଟଣା ଅତ୍ୟନ୍ତ ଉଦବେଗଜନକ ।

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ରାଜ୍ୟରେ ତୃଣନାଶକ ପାରାକ୍ୱାଟ ସଂପୂର୍ଣ୍ଣ ନିଷେଧାଜ୍ଞା ଜାରି କରିବା ପାଇଁ ଅନେକ ଅଭିଯୋଗ ଓ ପ୍ରସ୍ତାବ ହସ୍ତଗତ ହୋଇଛି । ପୁନଶ୍ଚ ତୃଣନାଶକ ପାରାକ୍ୱାଟର ଦୀର୍ଘ ସମୟ ଧରି ବ୍ୟବହାର କରିବା ଯୋଗୁଁ ମଣିଷ, ପ୍ରାଣୀ, ଫସଲ ଉତ୍ପାଦନ ଓ ଉତ୍ପାଦିକତା ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି । ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରୁ ଭାରତ ସରକାରଙ୍କ ଦ୍ୱାରା ଓଡ଼ିଶାରେ ପାରାକ୍ୱାଟର ବିକ୍ରି, ବିତରଣ,ଉତ୍ପାଦନ ଏବଂ ବ୍ୟବହାରକୁ ତୁରନ୍ତ କୀଟନାଶକ ଆଇନ ୧୯୬୮ର ଧାରା ୨୭ (୨) ଅନୁଯାୟୀ ସଂପୂର୍ଣ୍ଣ ରୂପେ ନିଷିଦ୍ଧ କରିବା ପାଇଁ ପତ୍ରରେ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.