ETV Bharat / state

ସାଧା କାଗଜରେ ଅର୍ଚ୍ଚନାଙ୍କ ଦସ୍ତଖତ ନେଇଛି ଇଡି ! ଓକିଲଙ୍କ ଅଭିଯୋଗ ପରେ ପାୱାର କରିଡରରେ ଛନକା

author img

By

Published : Dec 13, 2022, 10:57 PM IST

ଅର୍ଚ୍ଚନାଙ୍କୁ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ବେଳେ ସାଧା କାଗଜରେ ଇଡି ଦସ୍ତଖତ ନେଇଥିବା ଅଭିଯୋଗ କରିଛନ୍ତି ଅର୍ଚ୍ଚନାଙ୍କ ହାଇକୋର୍ଟ ଓକିଲ ଜୟଦୀପ ପାଲ । ଅର୍ଚ୍ଚନା ଓକିଲଙ୍କ ଏପରି ବୟାନ ପରେ ଏବେ ପାୱାର କରିଡରରେ ଛନକା ପଶିଛି । ଅଧିକ ପଢ଼ନ୍ତୁ

ସାଧା କାଗଜରେ ଅର୍ଚ୍ଚନାଙ୍କ ଦସ୍ତଖତ ନେଇଛି ଇଡି ! ଓକିଲଙ୍କ ଅଭିଯୋଗ ପରେ ପାୱାରକରିଡରରେ ଛନକା

ଭୁବନେଶ୍ବର: ଅର୍ଚ୍ଚନାଙ୍କୁ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ବେଳେ ସାଧା କାଗଜରେ ଇଡି ଦସ୍ତଖତ ନେଇଥିବା ଅଭିଯୋଗ କରିଛନ୍ତି ଅର୍ଚ୍ଚନାଙ୍କ ହାଇକୋର୍ଟ ଓକିଲ ଜୟଦୀପ ପାଲ । ଅର୍ଚ୍ଚନା ଓକିଲଙ୍କ ଏପରି ବୟାନ ପରେ ଏବେ ପାୱାର କରିଡରରେ ଛନକା ପଶିଛି । ତେବେ ଏହା ବାସ୍ତବିକ କେତେ ସତ କେତେ ମିଛି ତାହା ଦେଖିବାକୁ ବାକି ରହିଛି ।

ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଶେଷ ପରେ ଭୁବନେଶ୍ବର କୋର୍ଟରେ ଅର୍ଚ୍ଚନା ହୋଇଥିଲେ ହାଜର । ଦ୍ବିତୀୟ ପର୍ଯ୍ୟାୟରେ ୭ ଦିନିଆ ରିମାଣ୍ଡ ନେବା ପାଇଁ ମଙ୍ଗଳବାର କୋର୍ଟରେ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଯାହାର ଶୁଣାଣି ମଧ୍ୟ ହୋଇଥିଲା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ । ତେବେ ଆବେଦନ ବେଳେ ରିମାଣ୍ଡ ନଦେବାକୁ କୋର୍ଟକୁ ଯୁକ୍ତି ରଖିଥିଲେ ଅର୍ଚ୍ଚନାଙ୍କ ଓକିଲ । କହିଥିଲେ ଅର୍ଚ୍ଚନାଠୁ ଇଡି ଅଧିକାରି ସାଧା କାଗଜରେ ଦସ୍ତଖତ ନେଇଛନ୍ତି । ଓକିଲଙ୍କ ଅଜାଣତରେ ଅର୍ଚ୍ଚନାଙ୍କ ଠାରୁ ସାଧା କାଗଜରେ ଇଡି ଦସ୍ତଖତ ନେଇଥିବା ଅଭିଯୋଗ କରିଛନ୍ତି ଅର୍ଚ୍ଚନାଙ୍କ ଓକିଲ । ଏହାକୁ ଉପଲବ୍ଧି କରି ଅର୍ଚ୍ଚନା କୋର୍ଟ ରୁମର ବାହାରେ ନୁହେଁ ବରଂ କୋର୍ଟ ରୁମ ଭିତରେ ବସନ୍ତୁ ବୋଲି କୋର୍ଟ କହିଥିବା ଜୟଦୀପ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ତେବେ ଏପରି ଦସ୍ତଖତ ନେବା ପରେ ଏହା ଅର୍ଚ୍ଚନାଙ୍କ ପାଇଁ ମହଙ୍ଗା ପଡ଼ିବ କି ପଚାରିବାରୁ ଗଣମାଧ୍ୟମକୁ ଉତ୍ତର ଦେଇ କହିଛନ୍ତି, ଅର୍ଚ୍ଚନା ନୁହେଁ ବରଂ ଇଡି ପାଇଁ ମହଙ୍ଗା ପଡ଼ିବ । ତେବେ ଅର୍ଚ୍ଚନା ଓକିଲଙ୍କ ଏପରି ବୟାନ ପରେ ଏବେ ପାୱାର କରିଡରରେ ଛନକା ପଶିଛି । କାହିଁକି ସାଧା କାଗଜରେ ଦସ୍ତଖତ ନେଲେ ଇଡି ଅଧିକାରୀ । ସାଧା କାଗଜରେ ଦସ୍ତଖତ ନେଇ ଇଡି କଣ ପ୍ଲାନ୍ କରିଛି । ଅର୍ଚ୍ଚନାଙ୍କୁ ନେଇ କଣ ପ୍ଲାନ୍ କରିଛି ଇଡି । କିଛି ହେଭିୱେଟଙ୍କୁ ଏହି କେସ ଜରିଆରେ ଯୋଡିବାକୁ ଏହା ପ୍ରୟାସ ନୁହେଁ ତ । ସାଧା କାଗଜରେ ଅର୍ଚ୍ଚନାଙ୍କ ବୟାନ ଆଧାରରେ କିଛି ହେଭିୱେଟଙ୍କ ନାମ ଯୋଡି ତାଲିକା ପ୍ରସ୍ତୁତ କରାଯିବ ନା ଅର୍ଚ୍ଚନା ତଦନ୍ତ ବେଳେ ଚୁପ୍ ରହିବାରୁ ଅର୍ଚ୍ଚନାଙ୍କ ମୁହଁରୁ ନୁହେଁ ତାଙ୍କ ଦସ୍ତଖତରୁ କିଛି ବଡ଼ କେସ ଖଞ୍ଜିବାକୁ ଚାହୁଁଛି ଇଡି । ଯେପରି ଅର୍ଚ୍ଚାନଙ୍କ ସହ ଅନେକ ହେଭିୱେଟଙ୍କ ଫୋଟୋ ସାମ୍ନାକୁ ଆସିଥିଲା, ସେହିପରି ବଡ଼ ବଡ଼ ହେଭିୱେଟଙ୍କୁ ଏହି କେସରେ ଟାଣିବାକୁ ଏହା ଷଡ଼ଯନ୍ତ୍ର ମଧ୍ୟ ହୋଇପାରେ ।

ଏନେଇ ଇଡିର ସରକାରୀ ଓକିଲ ଗୋପାଳ ଅଗ୍ରୱାଲ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି । ବାସ୍ତବରେ ଅର୍ଚ୍ଚନାଙ୍କଠାରୁ ଇଡି ଅଧିକାରି ସାଧା କାଗଜରେ ଦସ୍ତଖତ ନେଇଛନ୍ତି ନା ନାହିଁ, ଏନେଇ ଅର୍ଚ୍ଚନା ତାଙ୍କ ଓକିଲଙ୍କ ଜରିଆରେ ଏଭଳି କେସରୁ ଖସିବାକୁ ମଧ୍ୟ ପ୍ଲାନ୍ କରିଥାଇପାରନ୍ତି । ତେବେ ଏହା ବାସ୍ତବିକ କେତେ ସତ କେତେ ମିଛି ତାହା ଦେଖିବାକୁ ବାକି ରହିଛି । ହେଲେ ଏହାରି ଭିତରେ ଅର୍ଚ୍ଚନାଙ୍କୁ ପୁଣି ୬ ଦିନିଆ ରିମାଣ୍ଡ ଅନୁମତି ମିଳିବା ପରେ ରିମାଣ୍ଡରେ ନେଇଛି ଇଡି ‌। ଏନେଇ ଇଡି ଅଧିକାରୀ ଅନ୍ୟପଟେ ଅର୍ଚ୍ଚନାଙ୍କ ସ୍ବାମୀଙ୍କୁ ମଧ୍ୟ ରିମାଣ୍ଡ ନେବାକୁ କୋର୍ଟରେ ଆବେଦନ କରି ୯ ଦିନ ପାଇଁ ଅନୁମତି ପାଇଛନ୍ତି । ବୁଧବାର ଇଡି ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ ବୋଲି ସୂଚନା ମିଳିଛି ।

ତେବେ ମୁହଁ ଖୋଲିଲେ ରାଜ୍ୟ ପରିବର୍ତ୍ତନ ହେବାର କହି ବର୍ଷିଥିବା ଅର୍ଚ୍ଚନା କିନ୍ତୁ ମଙ୍ଗଳବାର କୋର୍ଟରେ ହାଜର ବେଳେ ମୁହଁ ଖୋଲି ନାହାନ୍ତି । ଅର୍ଚ୍ଚନାଙ୍କ ଚୁପ୍ ରହିବା ଅନେକଙ୍କୁ ଚକିତ କରିଛି । ସେପଟେ ଅର୍ଚ୍ଚନାଙ୍କ ନାଁରେ ଥିବା ଖଣ୍ଡଗିରି ଥାନା କେସ ଆଧାରରେ ଷ୍ଟେଟ ଫରେନସିକରେ ଥିବା ପ୍ରମାଣ ଓ ଗ୍ୟାଜେଟ ଇଡିର ହସ୍ତଗତ ହୋଇଛି । ଏଥିରୁ ଇଡି କେଉଁ ପ୍ରମାଣ ପାଇବ ଏବଂ କେଉଁ ହେଭିଓ୍ବେଟଙ୍କ ସୁରାକ ଲାଗିବ ଇଡି ହାତରେ, ତାହା ଦେଖିବାକୁ ବାକି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.