ETV Bharat / state

NRI Admission Scam: ଖୋଲୁଛି ଠକେଇର ଗୁମର, ମିଳିଲା NRIଙ୍କ ତାଲିକା

author img

By ETV Bharat Odisha Team

Published : Sep 9, 2023, 11:22 AM IST

ଏନଆରଆଇ କୋଟାରେ ଆଡମିଶନ ଠକେଇ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଜେରା କରୁଛି ସ୍ପେଶାଲ କ୍ରାଇମ୍ ୟୁନିଟ । ଫିଟୁଛି ଠକେଇର ଗୁମର । ଖାଲି ଭୁବନେଶ୍ବର ନୁହଁ ଅନ୍ୟ ରାଜ୍ୟକୁ ଲମ୍ବିଛି ଚେର । ଅଧିକ ପଢନ୍ତୁ

admission fraud in the name of nri quota

ଭୁବନେଶ୍ବର: NRI କୋଟାରେ ଆଡମିଶନ ଠକେଇର ଫିଟୁଛି ଗୁମର । ବଢୁଛି ଅଭିଯୋଗକାରୀଙ୍କ ତାଲିକା । ଝାରସୁଗୁଡା ଓ ମୟୂରଭଞ୍ଜ ପରେ ଆହୁରି 6ଟି ଜଣଙ୍କ ଠକ ଗ୍ୟାଙ୍ଗ୍‌ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଡିଏଫ ଏକାଡେମୀ ନାଁରେ ଆଡ଼ମିଶନ ରାକେଟ ଚଳାଇଥିବା ଠକଙ୍କ ଖୋଲୁଛି ଠକେଇ ପେଡ଼ି । କିଭଳି NRI କୋଟାରେ ନିଟ, ମେଡିକାଲ, ଇଞ୍ଜିନିୟରିଂ ଭଳି ଅନେକ ପାଠ୍ୟକ୍ରମ ଆଡ଼ମିଶନ ଆଳରେ ଠକେଇ କରିଥିଲେ ତାହାର ଗୁମର ସାମ୍ନାକୁ ଆସୁଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ହାସଲ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ ।

ଦୁଇ ଗିରଫ ଅଭିଯୁକ୍ତ ଅଭିନନ୍ଦନ ବାରିକ ଓ ରାଜେଶ ରୋସନ ସାହୁଙ୍କୁ ରିମାଣ୍ଡ ବେଳେ କିଛି ତଥ୍ୟ ପାଇଛି ସ୍ପେଶାଲ କ୍ରାଇମ୍ ୟୁନିଟ । ଏପରିକି ଏମାନେ କେବଳ ଯେ ଭୁବନେଶ୍ୱର ନୁହେଁ ରାଜ୍ୟର ବାହାରେ ମଧ୍ୟ ଅନେକ କଲେଜ ସହ ଯୋଗାଯୋଗ କରି ସେଠାରେ ଏନଆରଆଇ କୋଟାରେ ଆଡମିଶନ ଆଳରେ ଠକୁଥିଲେ । ବେଙ୍ଗାଲୁରୁ, ଦିଲ୍ଲୀ ସମେତ କର୍ଣ୍ଣାଟକ ଓ ମୁମ୍ବାଇ ଭଳି ଡେରାଡୁନର ଏନେକ ଶିକ୍ଷାନୁଷ୍ଠାନ ଲିଙ୍କରେ ରହିଛନ୍ତି ଅଭିଯୁକ୍ତ । ତଦନ୍ତ ସମୟରେ ଏପରି ତଥ୍ୟ ପାଇଛି ସ୍ପେଶାଲ କ୍ରାଇମ ୟୁନିଟ ଅଧିକାରୀ । ସବୁଠୁ ବଡ଼ କଥା ହେଲା ଏମାନେ ଯେଉଁ ସବୁ NRI କୋଟାରେ ଆଡମିଶନ‌ କରୁଥଲେ, ସେଥିପାଇଁ ଆବଶ୍ୟକ ଥିବା NRI ମାନଙ୍କର‌ ଠିକଣା ମିଳିଛି । ଏପରିକି କିଛି ଏନଆରଆଇଙ୍କ ସହ ଟଙ୍କା କାରବାର ହୋଇଥିବା ମଧ୍ୟ ଜାଣିବାକୁ ପାଇଛି ସ୍ପେଶାଲ କ୍ରାଇମ୍ ୟୁନିଟ ।

ଏହା ମଧ୍ୟ ପଢନ୍ତୁ-NRI Admission Scam: 2 ଠକଙ୍କୁ ବାନ୍ଧିଲା ପୋଲିସ

ଟଙ୍କା କାରବାରରେ ସାମିଲ ଥିବା ସମସ୍ତ ଏନଆରଆ ପୋଲିସ ସ୍କାନରକୁ ଆସିପାରନ୍ତି । କାରଣ ସେମାନଙ୍କ ଠାରୁ ଦସ୍ତଖତ ନେଇ ପିଲାଙ୍କ ଆଡମିଶନ‌ କରାଯାଏ। NRIଙ୍କର ସମ୍ପର୍କୀୟ ବୋଲି ଦର୍ଶାଇ ଆଡମିଶନ‌ କରାଇଥାନ୍ତି । ହେଲେ ବାସ୍ତବିକ NRI ଓ ଆଡ଼ମିଶନ ପିଲା ଭିତରେ କୌଣସି ସମ୍ପର୍କ ନଥାଏ । ତେବେ ଏମାନେ କିପରି ସେମାନଙ୍କ ସହ ଯୋଗାଯୋଗ କରୁଥିଲେ, ଏମାନଙ୍କ ରେଫରେନ୍ସ ନେଇ କେତେ ପିଲାଙ୍କ ଆଡ଼ମିଶନ କରିଛନ୍ତି ସେନେଇ ତଦନ୍ତ ଜାରି ରହିଛି । ଏଯାବତ ପ୍ରାୟ ୮ଲକ୍ଷ ଟଙ୍କା ଠକେଇ ହୋଇଛି । ଠକେଇ ଟଙ୍କାରେ ମଉଜ ମଜଲିସ ଆଲିଶାନ ଜୀବନ ବିତଉଥିଲେ ଠକ । ଏପରିକି ଗିରଫ ଦୁଇ ଜଣଙ୍କ ଦୁଇଟି କର ଜବତ କରାଯାଇଛି । ଏମାନଙ୍କ ମାଷ୍ଟରମାଇଣ୍ଡ ଏବେବି ଫେରାର ରହିଛି । ଯଦି ଅନ୍ୟ କେହି ଏପରି ଠକେଇର ଶିକାର ହୋଇଛନ୍ତି ତେବେ ତୁରନ୍ତ ଜଣାଇବାକୁ କହିଛନ୍ତି ଅତିରିକ୍ତ ଡିସିପି ସଞ୍ଜୀବ ଶତପଥି ।

NRI କୋଟାରେ ଆଡ଼ମିଶନ କରାଇଦେବା କହି ଟଙ୍କା ଓ ଡକ୍ୟୁମେଣ୍ଟ ନେଉଥିଲେ ଠକ । କିନ୍ତୁ ଆଡ଼ମିଶନ ନ କରାଇ ଏକ ବର୍ଷ ଅପେକ୍ଷା କରାଇବା ଆଳରେ ଅନେକ ଛାତ୍ରଛାତ୍ରୀଙ୍କ କ୍ୟାରିୟର ବର୍ବାଦ କରୁଥିଲେ । ଏପରିକି ଆଡ଼ମିଶନ ପରେ ନିଟରୁ ମିଳୁଥିବା ଅର୍ଥରାଶିକୁ ହଡ଼ପ କରି ଧରାଛୁଆଁ ନଦେଇ ଅଭିଭାବକକୁ ଭୁଆଁ ବୁଲାଇ ଚାଲିଥିଲେ। ଠକେଇର ଶିକାର ହୋଇଥିବା କିଛି ଛାତ୍ରଙ୍କ ଅଭିଭାବକ ଏପରି ଅଭିଯୋଗ ଆଣିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.