ETV Bharat / state

NRI Admission Scam: 2 ଠକଙ୍କୁ ବାନ୍ଧିଲା ପୋଲିସ - under cover operation

MBBS ନାମଲେଖା ଆଳରେ ଠକେଇ କରୁଥିବା ୨ ଠକ ଗିରଫ ହୋଇଛନ୍ତି । NRI କୋଟା ନାଁରେ ସେମାନେ ଜାଲିଆତି କରି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ

ଆଡମିଶନ ନାଁରେ ଠକେଇ କରି 2 ଗିରଫ
NRI Admission Scam
author img

By ETV Bharat Odisha Team

Published : Sep 3, 2023, 5:10 PM IST

Updated : Sep 3, 2023, 7:06 PM IST

ଭୁବନେଶ୍ବର: ଯୁବପିଢିଙ୍କୁ MBBS ନାମଲେଖା ଆଳରେ ଠକେଇ କରୁଥିବା ୨ ଠକ ଗିରଫ ହୋଇଛନ୍ତି । NRI କୋଟାରେ ଚାଲୁଥିବା ବଡ଼ ଜାଲିଆତି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଭୁବନେଶ୍ୱରରେ ଅଫିସ ଖୋଲି ଠକୁଥିବା ୨ ଠକଙ୍କୁ ପୋଲିସ ଗିରଫ କରିଛି । ନାମୀ ଦାମୀ ବିଶ୍ୱବିଦ୍ୟାଳୟରେ ନାମ ଲେଖା ଆଳରେ ଠକୁଥିବା ଏକ ଠକେଇ ଗ୍ରୁପର ପର୍ଦ୍ଦାଫାସ କରିଛି ସ୍ପେଶାଲ କ୍ରାଇମ ୟୁନିଟ୍ । ଅଭିଯୁକ୍ତମାନେ ହେଲେ ଅଭିନନ୍ଦନ ବାରିକ ଓ ରାଜେଶ ରୋସନ ସାହୁ । ଗିରଫ ପରେ ସେମାନଙ୍କଠାରୁ 2ଟି ଦାମୀ କାର, 2ଟି ଲାପଟପ୍, 3ଟି ଟଙ୍କା ଗଣା ମେସିନ, 4 ଲକ୍ଷ 50 ହଜାର ନଗଦ ଟଙ୍କା ଜବତ କରାଯାଇଛି ।

ଧନୀ ଘରରର ପୁଅ ଝିଅଙ୍କୁ ଏମାନେ ଟାର୍ଗେଟ କରୁଥିଲେ । ଛାତ୍ରଛାତ୍ରୀଙ୍କୁ ଡ଼ାକ୍ତରୀ ଓ ଇଞ୍ଜିନିୟରିଂର ସ୍ବପ୍ନ ଦେଖାଇବା ସହ ନାମିଦାମୀ ଶିକ୍ଷାନୁଷ୍ଠାନରେ ଆଡମିଶନର ଲୋଭ ଦେଖାଉଥିଲେ । ଟଙ୍କା ଦେଲେ ମ୍ୟାନେଜ୍‌ମେଣ୍ଟ ଓ NRI କୋଟାରେ ଆଡମିଶନ କରାଇଦେବାକୁ କହି ଚଳୁ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଭୁବନେଶ୍ୱର ନୟାପଲ୍ଲୀରେ ଅଫିସ ଖୋଲି ଏହିଭଳି ଉପାୟରେ ସେମାନେ ଠକେଇ କରି ଆସୁଥିଲେ । ଏମିତି ଏକ ରାକେଟ୍ ବିଗତ କିଛି ଦିନ ଧରି ଅପରେଟ୍‌ ହେଉଥିବା ଖବର ପାଇ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ କରିଥିଲା ଅଣ୍ଡର କଭର ଅପରେସନ ।

ଏମବିବିଏସ, ବି-ଟେକ, ଫାର୍ମା, ଏମବିଏ, ନର୍ସିଂ, ଲ ଓ ପଲିସ ମେକିଂ ଭଳି କୋର୍ସ ପାଇ ପ୍ରମୁଖ ବିଶ୍ଵବିଦ୍ୟାଳୟରେ ସିଟ୍ କରାଇ ଦେବାର ଦେଉଥିଲେ ଅଫର । ଏଥିପାଇଁ ପ୍ରଥମେ ଆଡଭାନସ ପରେ ସିଟ୍‌ ସ୍ଲଟ୍‌ ବୁକିଂ ଭଳି ବିଭିନ୍ନ ଆଳ ଦେଖାଇ ଠକୁଥିଲେ ମୋଟା ଅଙ୍କର ଟଙ୍କା । ଏପରିକି NRI କୋଟାରେ ଆଡମିଶନ ଥିଲା ପ୍ରମୁଖ ମାଧ୍ୟମ । ଝାରୁସୁଗୁଡାର ଜଣେ ଅଭିଯୋଗକାରୀଠାରୁ ଏକ ନାମୀ ବିଶ୍ବବିଦ୍ୟାଳୟରେ ମେଡିକାଲ ସିଟ୍ ପାଇଁ ଆଡମିଶନ କରାଇ ଦେବା ନାଁରେ ନେଇଥିଲେ ସାଢେ ୩ ଲକ୍ଷ ଟଙ୍କା ।

ଏହା ବି ପଢନ୍ତୁ...Job Scam: ଚାକିରି ନାଁରେ ଭୁଆଁ ବୁଲାଉଥିବା ଠକ ଗିରଫ, ସରକାରୀ ନିଯୁକ୍ତି ପାଇଁ ଦେଉଥିଲା ଫେକ୍ ଅଫର୍‌

ତେବେ ନିୟମ ଅନୁସାରେ ମ୍ୟାନେଜ୍‌ମେଣ୍ଟ୍‌ କୋଟାରେ ଆଡମିଶନ କରିବା ପରେ ଜାତୀୟ ସ୍ବାସ୍ଥ୍ୟ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ସିକ୍ୟୁରିଟି ଟଙ୍କା ଫେରିଥାଏ । ହେଲେ ଅଭିଯୋଗକାରୀକୁ ଟଙ୍କା ନମିଳିବା ପରେ ସେ ଅଭିଯୋଗ କରିଥିଲେ । ଏନେଇ କମିଶନରେଟ ପୋଲିସ ଅପରେସନ କରି 2 ଠକଙ୍କୁ ଗିରଫ କରିଛି । ଅନେକ ଶିକ୍ଷାନୁଷ୍ଠାନରେ ଆଡମିଶନ ପାଇଁ ଏନଆରଆଇ କୋଟା ରହିଥାଏ । ସେହି ସବୁ କୋଟା ସିଟ୍‌କୁ ଆଶାୟୀଙ୍କୁ ସୁବିଧା କରାଇ ଦେବାକୁ ଠକମାନେ ବିଭିନ ରେଫରେନ୍ସ ଜରିାରେ ଏପରି କାରବାର କରିଥାନ୍ତି । ଏନ୍‌ଆରଆଇ ସହିତ ପରିଚିତ ନଥାଇ ବି ଫର୍ଜି କାଗଜ ପତ୍ର କରି ଆଡମିଶନ କରାଇ ଦେଇଥାନ୍ତି । ଏବେ ତଦନ୍ତ ବେଳେ 2 ଠକଙ୍କ ନାଁରେ ସେମାନେ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ପୋଲିସ ସନ୍ଦେହ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 3, 2023, 7:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.