ETV Bharat / state

କାଇପଦରରେ ଖଣି ଖନନ ପାଇଁ ପ୍ରଶାସନର ଜନଶୁଣାଣି - ଖୋର୍ଦ୍ଧା ତହସିଲ ଅନ୍ତର୍ଗତ କାଇପଦର ପାହାଡ ଖଣି ଖନନ ଜନଶୁଣାଣି

ଖୋର୍ଦ୍ଧା ତହସିଲ ଅନ୍ତର୍ଗତ କାଇପଦର ପାହାଡ ଖଣି ଖନନ ନେଇ ଜନଶୁଣାଣି । ଖଣି ଖନନ ବେଳେ କେଉଁସବୁ ସମସ୍ୟା ହେଉଛି ସେସବୁ ଗ୍ରାମବାସୀ ରଖିଛନ୍ତି ଓ ବିଶେଷ କରି ପାଖରେ ଥିବା ଚାଷ ଜମି କ୍ଷତିଗ୍ରସ୍ତ ହେବା, ରାସ୍ତା ଖରାପ ହେବା ସମସ୍ୟା ଗ୍ରାମବାସୀ କହିଛନ୍ତି । ଅଧିକ ପଢନ୍ତୁ...

କାଇପଦରରେ ଖଣି ଖନନ ପାଇଁ ପ୍ରଶାସନର ଜନଶୁଣାଣି, 4 କୋଟି ରାଜସ୍ବ ପାଇବ ସରକାର

author img

By

Published : Sep 8, 2020, 9:34 PM IST

ଖୋର୍ଦ୍ଧା: ଖଣି ଖନନ ପାଇଁ ପ୍ରଶାସନର ଜନଶୁଣାଣି । ଖୋର୍ଦ୍ଧା ତହସିଲ କାଇପଦର ପାହାଡର ଖଣି ଖନନନେଇ ଜନଶୁଣାଣି ହୋଇଛି। ଜିଲ୍ଲାପ୍ରଶାସନ ପ୍ରଶାସନ ଦ୍ବାରା ଅନୁଷ୍ଠିତ ଏହି ଶୁଣାଣିରେ ପରିବେଶ ବିଭାଗ, ମନ୍ଦିର ପ୍ରଶାସନ ଓ ଗ୍ରାମବାସୀ ଯୋଗଦେଇଥିଲେ ।

କାଇପଦରରେ ଖଣି ଖନନ ପାଇଁ ପ୍ରଶାସନର ଜନଶୁଣାଣି, 4 କୋଟି ରାଜସ୍ବ ପାଇବ ସରକାର

ଖୋର୍ଦ୍ଧା ତହସିଲ କାଇପଦରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ତିନୋଟି ପାହାଡ ଖନନ ମଞ୍ଜୁରିକୁ ନେଇ ପରିବେଶ ସମ୍ପର୍କିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । କାଇପଦର ସଂଖାଳି, ଧନିଆ ଓ ଟାଙ୍ଗେଣୀ ପାହାଡ ଖନନ ପାଇ 2018 ମସିହାରୁ ଟେଣ୍ଡର ସରିଥିଲେ ମଧ୍ୟ ଜନଶୁଣାଣୀ ବାଧକ ସାଜିଥିଲା । 2016 ଖଣି ନିୟମରେ ସଂଶୋଧନ ପରେ ବିନା ଜନଶୁଣାଣିରେ ଖଣି ଖାଦାନ ହୋଇ ପାରିବ ନାହିଁ ବୋଲି ନିୟମ ରହିଛି । ତେବେ ମଙ୍ଗଳବାର ଉଭୟ ପରିବେଶ ବିଭାଗ, ଜିଲ୍ଲାପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ଉପସ୍ଥିତିରେ ଗ୍ରାମବାସୀଙ୍କ ଅଭିଯୋଗ ଶୁଣାଣି ହୋଇଥିଲା । ଖଣି ଖନନ ବେଳେ କେଉଁସବୁ ସମସ୍ୟା ହେଉଛି ସେସବୁ ଗ୍ରାମବାସୀ ରଖିଛନ୍ତି ଓ ବିଶେଷ କରି ପାଖରେ ଥିବା ଚାଷ ଜମି କ୍ଷତିଗ୍ରସ୍ତ ହେବା, ରାସ୍ତା ଖରାପ ହେବା ସମସ୍ୟା ଗ୍ରାମବାସୀ କହିଛନ୍ତି । ସମସ୍ତ ଅଭିଯୋଗକୁ ଭିତ୍ତିକିରି ସର୍ତ ରଖିବା ସହିତ ସମସ୍ୟାର ସମାଧାନ କରିବା ପରେ ଖଣି ଖନନ ଆରମ୍ଭ ହେବ ବୋଲି ଅଧିକାରୀମାନେ କହିଛନ୍ତି ।

ଏହି ତିନୋଟି ପାହାଡରୁ 96.595 ହେକ୍ଟର ଜମିରେ ଖଣି ଖନନକୁ ଥିବା ବେଳେ ଏଥିରୁ ଆଗାମୀ 10 ବର୍ଷ ଭିତରେ ସରକାର 4 କୋଟି ରାଜସ୍ବ ପାଇବେ । ଏହାର ଦୁଇ ପ୍ରତିଶତ ଅର୍ଥାତ 48 ଲକ୍ଷ ଟଙ୍କା ଗ୍ରାମର ବିକାଶରେ ଲାଗିବ ବୋଲି ସୂଚନା ମିଳିଛି । ଏହି ଅବସରରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ ), ଉପଜିଲ୍ଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ, ତହସିଲଦାର, ସ୍ଥାନୀୟ ସରପଞ୍ଚ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.