ETV Bharat / state

ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା; ସତର୍କ, ସଜାଗ ଓ ପ୍ରସ୍ତୁତ ପ୍ରଶାସନ କହିଲେ SRC - ଏସଆରସି ସତ୍ୟବ୍ରତ ସାହୁ

ସତ୍ୟବ୍ରତ କହିଛନ୍ତି ଯେ, ଜଳସମ୍ପଦ ବିଭାଗର ଗ୍ରାଉଣ୍ଡରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି । ଅନ୍ୟ ବିଭାଗ ସମସ୍ତେ ପ୍ରସ୍ତୁତ ହୋଇ ରହିବେ । ଅଧିକ ପଢନ୍ତୁ

19059510https://www.etvbharat.com/oriya/odisha/state/khurda/cm-naveen-patnaik-dedicates-eight-high-capacity-grid-substations/or20230719224828828828210
https://www.etvbharat.com/oriya/odisha/state/khurda/cm-naveen-patnaik-dedicates-eight-high-capacity-grid-substations/or20230719224828828828210
author img

By

Published : Jul 21, 2023, 8:18 PM IST

ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା; ସତର୍କ, ସଜାଗ ଓ ପ୍ରସ୍ତୁତ ରହିଛି ପ୍ରଶାସନ : ଏସଆରସି

ଭୁବନେଶ୍ବର: ରାଜ୍ୟରେ ଆସନ୍ତା 26 କିମ୍ବା 27 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଲଘୁଚାପ ଥିବାରୁ ବହୁତ ସ୍ଥାନରେ ବର୍ଷା ହେବ । ପଶ୍ଚିମ ଓଡିଶାରେ ଦିନେ ଦୁଇ ଦିନ ବର୍ଷା ଲାଗି ରହିବ । ତା'ପରେ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଏ ନେଇ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ସତର୍କ କରିଛୁ । ଯାହା ଯାହା ପ୍ରସ୍ତୁତ କରିବା କଥା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଏସଆରସି ତଥା ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ।

ସତ୍ୟବ୍ରତ କହିଛନ୍ତି ଯେ, ଜଳସମ୍ପଦ ବିଭାଗର ଗ୍ରାଉଣ୍ଡରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି । ଅନ୍ୟ ବିଭାଗ ସମସ୍ତେ ପ୍ରସ୍ତୁତ ହୋଇ ରହିବେ । ଜିଲ୍ଲା ପ୍ରଶାସନ ମାନେ ପ୍ରସ୍ତୁତ ହୋଇ ଅଛନ୍ତି । ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ମୁଁ କଥା ହୋଇଛି । ବର୍ଷା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ସମସ୍ତେ ପ୍ରସ୍ତୁତ ହୋଇ ଅଛନ୍ତି । ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିଛି । କୌଣସି ସ୍ଥାନରେ ଅସ୍ଵାଭାବିକ ପରିସ୍ଥିତି ସୃଷ୍ଟି ହୋଇନାହିଁ । 7ରୁ 8 ଜିଲ୍ଲାକୁ ଛାଡ଼ି ଦେଲେ ବାକି ସବୁ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ସ୍ବାଭାବିକ ବର୍ଷା ହୋଇଛି । ଚାଷ ପାଇଁ ଭଲ ବର୍ଷା ହୋଇଛି । ଆସନ୍ତା 3 ରୁ 4 ଦିନ ଭଲ ବର୍ଷା ହେଲେ ଚାଷ ଓ ଚାଷୀଙ୍କ ପାଇଁ ଅନୁକୂଳ ହେବ । ବର୍ତ୍ତମାନ ଚାଷ କାର୍ଯ୍ୟ ଠିକ ଭାବେ ଚାଲିଛି । 23 ତାରିଖରେ ହୀରାକୁଦର ଗେଟ ଖୋଲିବ । ରାଜ୍ୟରେ ପ୍ରବାହିତ ନଦୀ ଖାଲି ଅଛି । ହୀରାକୁଦର ଗେଟ ଖୋଲିଲେ ଅସୁବିଧା କିଛି ନାହିଁ ।

ଏହାବି ପଢନ୍ତୁ- ୮ ନୂଆ ଗ୍ରୀଡ ସବଷ୍ଟେସନ ଲୋକାର୍ପିତ; ୬୫୦ କୋଟି ଖର୍ଚ୍ଚ, ଉପକୃତ ହେବେ ୨.୨ ଲକ୍ଷ

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ସକ୍ରିୟ ରହିଛି । ଏହି ଲଘୁଚାପ କ୍ଷେତ୍ର ଆଗାମୀ ଦୁଇ ଦିନ ଯାଏଁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମି ରହିବାର ସମ୍ଭାବନା ଥିବାରୁ ବିଭିନ୍ନ ସମସ୍ୟା ଉପୁଜିବାର ଆଶଙ୍କା କରାଯାଉଛି । ଭୁସ୍ଖଳନର ଆଶଙ୍କା ଥିବା ଜିଲ୍ଲାଙ୍କୁ ସତର୍କତା ଜାରି କରାଯାଇଛି । ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସମୁଦ୍ର ଅଶାନ୍ତ ହେଉଥିବାରୁ 22 ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ରାଜ୍ୟରେ ଲଘୁଚାପର ପ୍ରଭାବ ସହ ମୌସୁମୀ ସକ୍ରିୟ ରହିଥିବାରୁ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣା ବର୍ଷା ହୋଇଛି । ସତର୍କ ରହିବା ସହ ମୁକାବିଲା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.