ETV Bharat / state

କାଗଜପତ୍ରରେ ବଢୁଛି ମାଛ, କଙ୍କଡ଼ା ଓ ଚିଙ୍ଗୁଡ଼ି ଉତ୍ପାଦନ ! ସରକାରୀ ତଥ୍ୟକୁ ବ୍ୟବସାୟୀଙ୍କ ଅସ୍ବୀକାର

author img

By

Published : Dec 15, 2022, 9:15 AM IST

ଚିଲିକାରେ ମାଛ, ଚିଙ୍ଗୁଡ଼ି ଓ କଙ୍କଡା ଉତ୍ପାଦନ ବଢୁଥିବା ନେଇ ତଥ୍ୟ ରଖିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ । କିନ୍ତୁ ସରକାରୀ ଅଧିକାରୀଙ୍କ ଏହି ତଥ୍ୟକୁ ଅସ୍ବୀକାର କରିଛନ୍ତି ଚିଲିକା ମାଛ ଓ କଙ୍କଡ଼ା ବ୍ୟବସାୟୀ । ବ୍ୟବସାୟୀଙ୍କ ଏଭଳି ଅଭିଯୋଗ ପରେ ସରକାରଙ୍କ ତଥ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ

ସରକାରୀ ତଥ୍ୟକୁ ବ୍ୟବସାୟୀଙ୍କ ଅସ୍ବୀକାର, କାଗଜପତ୍ରରେ ବଢୁଛି ମାଛ, କଙ୍କଡ଼ା ଓ ଚିଙ୍ଗୁଡ଼ି ଉତ୍ପାଦନ !

ଖୋର୍ଦ୍ଧା: ଚିଲିକାରେ ମାଛ, ଚିଙ୍ଗୁଡ଼ି ଓ କଙ୍କଡା ଉତ୍ପାଦନ ବଢୁଥିବା ନେଇ ତଥ୍ୟ ରଖିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ । ବର୍ଷ ୨୦୧୭-୧୮ ତୁଳନାରେ ୨୦୨୧-୨୨ରେ ଉତ୍ପାଦନ ବହୁ ପରିମାଣରେ ବଢ଼ିଥିବା ସେ ପ୍ରକାଶ କରିଛନ୍ତି । କିନ୍ତୁ ସରକାରୀ ଅଧିକାରୀଙ୍କ ଏହି ତଥ୍ୟକୁ ଅସ୍ବୀକାର କରିଛନ୍ତି ଚିଲିକା ମାଛ ଓ କଙ୍କଡ଼ା ବ୍ୟବସାୟୀ । ଜିରୋ ନେଟ ଯୋଗୁଁ ମାଛ, ଚିଙ୍ଗୁଡ଼ି ଓ କଙ୍କଡାଙ୍କ ଉତ୍ପାଦନ କମୁଥିବା ଏମାନେ ଅଭିଯୋଗ କରିଛନ୍ତି ।

ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ଚିଲିକା । ଚିଲିକାରୁ ପ୍ରାୟ ୧ ଲକ୍ଷ ୯୦ ହଜାର ମତ୍ସ୍ୟଜୀବୀ ମାଛ ଧରି ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲାରେ ଚିଲିକା ପ୍ରାୟ ୧୦୨ ବର୍ଗ କିଲୋମିଟର ବ୍ୟାପିଛି । ତେବେ ଗତ ୫ ବର୍ଷର ତଥ୍ୟ ଅନୁସାରେ ଚିଲିକାରେ ମାଛ, କଙ୍କଡା ଓ ଚିଙ୍ଗୁଡ଼ି ବଂଶ ବଢୁଥିବା କହିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ । ସରକାରୀ ତଥ୍ୟ ଅନୁସାରେ ବର୍ଷ ୨୦୧୭-୧୮ରେ ଚିଲିକାରେ ମାଛ, କଙ୍କଡ଼ା ଓ ଚିଙ୍ଗୁଡ଼ି ଉତ୍ପାଦନ ୧୬ ହଜାର ୩୫୮ ମେଟ୍ରିକ ଟନ ରହିଥିଲା । ତେବେ ବର୍ଷ ୨୦୨୧-୨୨ରେ ଏହା ବୃଦ୍ଧି ପାଇ ୧୯ ହଜାର ୫୦୦ ମେଟ୍ରିକ ଟନରେ ପହଞ୍ଚିଥିବା କହିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ ।

ସରକାରୀ ତଥ୍ୟ ଅନୁଯାୟୀ ୨୦୧୭-୧୮ରେ ଚିଲିକାରେ କେବଳ ମାଛ ଉତ୍ପାଦନ ୧୧ ହଜାର ୩୭୫ ମେଟ୍ରିକ ଟନ ଥିଲା । ଏହା ୨୦୨୧-୨୨ରେ ଏହା ୧୨ ହଜାର ୧୨୭ ମେଟ୍ରିକ ଟନରେ ପହଞ୍ଚିଛି । ସେହିଭଳି ଚିଲିକା କଙ୍କଡ଼ାର ବଜାର ଚାହିଦା ଭଲ ଥିବାବେଳେ ଏହାର ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଥିବା ମତ୍ସ୍ୟ ଅଧିକାରୀ କହିଛନ୍ତି । ବର୍ଷ ୨୦୧୭-୧୮ରେ ଚିଲିକାରେ କଙ୍କଡ଼ା ଉତ୍ପାଦନ ୨୭୬ ମେଟ୍ରିକ ଟନରୁ ବୃଦ୍ଧି ପାଇ ୪୭୮ ମେଟ୍ରିକ ଟନରେ ପହଞ୍ଚିଛି । ସେହିଭଳି ଚିଲିକାରେ ଚିଙ୍ଗୁଡ଼ି ଉତ୍ପାଦନ ୨୦୧୭-୧୮ରେ ୪ ହଜାର ୭୦୬ ମେଟ୍ରିକ ଟନ ଥିବାବେଳେ ୨୦୨୧-୨୨ରେ ଏହା ୬ ହଜାର ୭୬୨ ମେଟ୍ରିକ ଟନରେ ପହଞ୍ଚିଛି ।

ସେହିପରି ଚିଲିକାକୁ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ସମ୍ପୂର୍ଣ୍ଣ ଘେରି ମୁକ୍ତ କରାଯାଇଥିବା କହିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ । ଚିଲିକାରେ ଏବେବି ଜିରୋ ନେଟ ରହିଥିବାବେଳେ ଏହାକୁ ଉଚ୍ଛେଦ ପକ୍ରିୟା ଜାରି ରହିଥିବା କହିଛନ୍ତି ମତ୍ସ୍ୟ ଅଧିକାରୀ ଶଶାଙ୍କ ଶେଖର ସାହୁ । ସେପଟେ କିନ୍ତୁ ମତ୍ସ୍ୟ ଅଧିକାରୀଙ୍କ ଏହି ତଥ୍ୟକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ସ୍ଥାନୀୟ ମାଛ ଓ କଙ୍କଡ଼ା ବ୍ୟବସାୟୀ । ସରକାରଙ୍କ ଏହି ତଥ୍ୟ କେବଳ କାଗଜପତ୍ରରେ ବୋଲି କହିଛନ୍ତି ମତ୍ସ୍ୟ ବ୍ୟବସାୟୀ ।

ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ ଚିଲିକାରେ ମାଛ, କଙ୍କଡ଼ା ଓ ଚିଙ୍ଗୁଡ଼ିଙ୍କ ସଂଖ୍ୟା ବୃଦ୍ଧି ନୁଁହେ ବରଂ ଲୋପ ପାଉଛି । ଜିରୋ ନେଟ ପାଇଁ ଚିଲିକାରେ ବହୁ ଜଳଜୀବ ବଡ଼ ହେବା ପୂର୍ବରୁ ଲୋପ ପାଉଥିବା କହିଛନ୍ତି ବ୍ୟବସାୟୀ । ତେବେ ପ୍ରତିଦିନ ଚିଲିକା କୂଳରେ ମାଛ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ଏଭଳି ଅଭିଯୋଗ ପରେ ସରକାରଙ୍କ ତଥ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.