ETV Bharat / state

Adivasi Mela: ସ୍ମାର୍ଟସିଟିରେ ଗାଁର ଦୃଶ୍ୟ, ମନ ମୋହୁଛି ଆଦିବାସୀଙ୍କ କଳା ସଂସ୍କୃତି - ଆଦିବାସୀ ମେଳା

ସ୍ମାର୍ଟସିଟି ଭୁବନେଶ୍ବରରେ ଗାଁର ଝଲକ । ଗାଁର ପରିବେଶକୁ ଉଜ୍ଜୀବିତ କରିବା ପାଇଁ ଭୁବନେଶ୍ବରରେ ଆରମ୍ଭ ହୋଇଛି ଆଦିବାସୀ ମେଳା । ଅଧିକ ପଢ଼ନ୍ତୁ

ସ୍ନାର୍ଟ ସିଟି ଭୁବନେଶ୍ବରରେ ଗାଁର ଝଲକ
ସ୍ନାର୍ଟ ସିଟି ଭୁବନେଶ୍ବରରେ ଗାଁର ଝଲକ
author img

By

Published : Feb 28, 2023, 10:12 AM IST

Updated : Feb 28, 2023, 4:05 PM IST

adibashi mela

ଭୁବନେଶ୍ବର: ସ୍ମାର୍ଟ ସିଟି ଭୁବନେଶ୍ବରରେ ଗାଁର ମହକ । ଗାଁର ସତେଜ ପରିବେଶ ସହ ଝୁମ୍ପୁଡି ଘର । ଦେଖିଲେ ଏମିତି ଲାଗୁଛି ପୁଣି ସେଇ ପୁରୁଣା ଦିନକୁ ଫେରିଯାଇଛି ମଣିଷ । ଗାଁର ପରିବେଶକୁ ଉଜ୍ଜୀବିତ କରିବା ପାଇଁ ଭୁବନେଶ୍ବରରେ ଆରମ୍ଭ ହୋଇଛି ଆଦିବାସୀ ମେଳା । ଆଦିବାସୀମାନଙ୍କର କଳା, ସଂସ୍କୃତି ଓ ସ୍ଥାପତ୍ୟକୁ ବିଶ୍ବ ଦରବାରରେ ପରିଚିତ କରାଇବା ଲକ୍ଷ୍ୟ ନେଇ ଏହି ମେଳା ଅନୁଷ୍ଠିତ ହୋଇଛି । ଯେଉଁଠି ଆଦିବାସୀ ଗାଁର ଚାଲି ଚଳଣ ସହ ରହିଛି ପ୍ରାକୃତିକ ସାମଗ୍ରୀର ପସରା । ଗାଁର ଗ୍ରାମଦେବତାଙ୍କ ଠାରୁ ଆରମ୍ଭ କରି ଗ୍ରାମସଭା ରହିଛି ।

ପ୍ରାକୃତିକ ପରିବେଶ ଘେରା ଗାଁର ନିଚ୍ଛକ ଚଳଣିର ଏହି ଦୃଶ୍ୟକୁ ଟିକେ ଦେଖିବା ପାଇଁ ସନ୍ଧ୍ୟା ହେଲେ ଜମୁଛି ଲୋକଙ୍କ ଭିଡ । ଖାଲି ସେତିକି ନୁହେଁ, ନିଜର ଚାଲିଚଳଣି ସହ ନିଜ ଅଞ୍ଚଳର ପାରମ୍ପରିକ ବେଶଭୂଷାରେ ସଜେଇ ହୋଇ ଲୋକଙ୍କୁ ଆକର୍ଷିତ କରୁଛନ୍ତି ଜନଜାତିର ଲୋକେ । କୁକଡ଼ା ଚାଷ ହେଉ ଅବା ଗ୍ରାମଦେବୀ, ପ୍ରତିଟି ଦୃଶ୍ୟ ଦିଶୁଛି ରମଣୀୟ । ଆଦିବାସୀ ମେଳାରେ ମୁଖ୍ୟ ଆକର୍ଷଣ ସାଜିଛି ଜନଜାତିଙ୍କ ଘର । ତା' ସହ ଆଦିବାସୀମାଙ୍କ ଦୈନନ୍ଦିନ ଜୀବନ ଓ ଜୀବିକା ମଧ୍ୟ ଦେଖିବାକୁ ମିଳିଛି ।

ଆଦିବାସୀ ମେଳା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଠାରେ ମୋଟ ୧୨୧ଟି ଷ୍ଟଲ୍‌ରେ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରୟ ବ୍ୟବସ୍ଥା କରାଯାଇଛି । ୧୦ଟି ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କ ଘରର ମଡେଲ ମେଳାର ଅନ୍ୟତମ ଆକର୍ଷଣ ସାଜିଛି । ଆଦିବାସୀ ହାଟରେ ବିଭିନ୍ନ ଆଦିବାସୀ ଓ ଜଙ୍ଗଲଜାତ ସାମଗ୍ରୀର ବିକ୍ରି ବ୍ୟବସ୍ଥା କରାଯାଇଛି । ଏହାସହ ଆଇଟିଡିଏର ୬୨ଟି ଷ୍ଟଲରେ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସେମାନଙ୍କ ଉତ୍ପାଦିତ ଓ ସଂଗୃହୀତ ଦ୍ରବ୍ୟ ବିକ୍ରୟ କରୁଛନ୍ତି ।

ଏହାଛଡ଼ା ଟିଡିସିସି, ଓଏଫ୍‌ଏସ୍‌ଡିଏସ୍‌, ମିଶନ ଶକ୍ତି, ଓର୍‌ମାସ୍‌, ମିଲେଟ୍‌ ମିସନ, ହସ୍ତତନ୍ତ ଓ ବୟନ, ହସ୍ତଶିଳ୍ପ ତଥା ଯୋଜନା ଓ ସଂଯୋଜନ ବିଭାଗ ୨୩ଟି ଷ୍ଟଲ୍‌ରେ ତାଙ୍କ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ ହେଉଛି । ଯେଉଁଠି ରହିଛି ହଳଦୀ ,ମାଣ୍ଡିଆ , ଫୁଲାବାଡ଼ୀ, ଲଙ୍କା ପାମ୍ପଡ ,ମାଣ୍ଡିଆ, ଝୁଣା ଝାଡୁ ଭଳି ଅନେକ ହାତ ତିଆରି ଓ ଜଙ୍ଗଲଜାତ ସାମଗ୍ରୀ । କୋରୋନାର ଦୁଇ ବର୍ଷ ପରେ ଆଦିବାସୀ ଜନଜାତିର ଲୋକେ ପୁଣିଥରେ ଭୁବନେଶ୍ୱରର ଏହି ବଡ଼ ମେଳାରେ ନିଜର ଚାଲିଚଳଣୀ ସହ ସାମଗ୍ରୀ ବିକିବାର ସୁଯୋଗ ପାଇ ବେଶ ଖୁସି ହୋଇଛନ୍ତି । କଟକଣାମୁକ୍ତ ମେଳାରେ ଏଥର ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ।

ଅନ୍ୟପଟେ ସନ୍ଧ୍ୟା ହେଲେ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ଓ ବାଦ୍ୟରେ ଦୁଲୁକୁଛି ଆଦିବାସୀ ପଡ଼ିଆ । ମେଳାରେ ପ୍ରତ୍ୟେକ ସନ୍ଧ୍ୟା ସାଢ଼େ ୬ରୁ ସାଢ଼େ ୮ ପର୍ଯ୍ୟନ୍ତ ବିଭିନ୍ନ ଜନଜାତି ନୃତ୍ୟ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି । ତେଣୁ ଆଦିବାସୀ ମେଳାକୁ ବୁଲିବାକୁ ଆସୁଥିବା ଲୋକେମାନେ ଖାଲି ଯେ ଜିନିଷ କିଣୁଛନ୍ତି ତାହା ନୁହେଁ, ବରଂ ବୁଲିବା ସହ ଜନଜାତିଙ୍କ ଭିନ୍ନ ଭିନ୍ନ ଛନ୍ଦର ପାରମ୍ପରିକ ନୃତ୍ୟ ଦେଖୁଛନ୍ତି । ହାତ ପାହାନ୍ତାରେ ମିଳୁଥିବା ପ୍ରାକୃତିକ ସାମଗ୍ରୀ କିଣିବା ସହ ମେଳାର ମଜା ଉଠାଉଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 28, 2023, 4:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.