ETV Bharat / state

ପରିବାରରେ କାହା ସହ ମ୍ୟାଚ କରୁନି ଲିଭର, ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର ହେଲେ ପିଣ୍ଟୁ - ପିଣ୍ଟୁଙ୍କ ଯକୃତ ପ୍ରତିରୋପଣ ପାଇଁ ମିଳୁନାହାଁନ୍ତି ଡୋନର

ପିଣ୍ଟୁଙ୍କ ଯକୃତ ପ୍ରତିରୋପଣ ପାଇଁ ମିଳୁନାହାଁନ୍ତି ଡୋନର । ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର ହେଲେ ଅଭିନେତା ପିଣ୍ଟୁ ନନ୍ଦ । ଅଧିକ ପଢ଼ନ୍ତୁ

actor pintu nanda
actor pintu nanda
author img

By

Published : Feb 25, 2023, 5:21 PM IST

ଭୁବନେଶ୍ବର: ଯକୃତ ପ୍ରତିରୋପଣ ପାଇଁ ହାଇଦ୍ରାବାଦ ଗଲେ ଅଭିନେତା ପିଣ୍ଟୁ ନନ୍ଦ । ଦିଲ୍ଲୀରେ ହୋଇ ପାରିଲାନି ପିଣ୍ଟୁଙ୍କ ଯକୃତ ପ୍ରତିରୋପଣ । ତେଣୁ ଆଜି (ଶନିବାର) ତାଙ୍କୁ ହାଇଦ୍ରାବାଦ ଯଶୋଦା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅଭିନେତା ଶ୍ରୀତମ ଦାସ । ଲିଭର ସୋରାସିସ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦ ଗତ ୭ ତାରିଖରେ ନୂଆଦିଲ୍ଲୀ ସ୍ଥିତ ILVS ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ପରିବାର ଲୋକଙ୍କ ଯକୃତ ମେଳ ଖାଉନଥିବାରୁ ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି ।

ପୂର୍ବରୁ ସେ କିମ୍‌ସରେ ଚିକିତ୍ସାଧୀନ ହେଉଥିବା ବେଳେ ତାଙ୍କର ଯକୃତ ପ୍ରତିରୋପଣ ପାଇଁ ଦିଲ୍ଲୀ ନିଆଯାଇଥିଲା । ଭୁବନେଶ୍ୱରରେ ତାଙ୍କର ଚିକିତ୍ସା ସମୟରେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବାରୁ ଦିଲ୍ଲୀ ନିଆଯାଇଥିଲା । ସେଠାରେ ତାଙ୍କର ଅପେରସନ ହୋଇଥାନ୍ତା । ଆସନ୍ତା ୬ ମାସ ମଧ୍ୟରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଯଦି ଏହା ନହୁଏ ତା’ହେଲେ ପିଣ୍ଟୁଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇପାରେ ବୋଲି ଡାକ୍ତର କହିଛନ୍ତି । ସେପଟେ ପରିବାରଙ୍କ କହିବା ଅନୁସାରେ, ପୂର୍ବରୁ ତାଙ୍କ ସଂପର୍କୀୟଙ୍କ ମଧ୍ୟରୁ ଦୁଇ ଜଣ ଲିଭର ଡୋନର ସ୍ଥିର ହୋଇଥିଲା । ଦିଲ୍ଲୀରେ ପହଞ୍ଚିବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା । କିନ୍ତୁ ତାହା ବି ସଫଳ ହୋଇପାରିଲା ନାହିଁ । ଯେଉଁଥିପାଇଁ ତାଙ୍କୁ ଆଜି ହାଇଦ୍ରାବାଦ ନିଆଯାଇଛି ।

ଅନ୍ୟପଟେ ପିଣ୍ଟୁଙ୍କ ବ୍ୟୟବହୁଳ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ଥିବାବେଳେ ପରିବାର ଲୋକେ ମଧ୍ୟ ଅର୍ଥ ରାଶି ଯୋଗାଡ ପାଇଁ ନିବେଦନ କରିଛନ୍ତି । ପିଣ୍ଟୁଙ୍କ ଭଉଣୀଙ୍କ କହିବା ମୁକୁତାବକ, ୬୦ ରୁ ୭୦ ଲକ୍ଷ ଟଙ୍କାର ଆବଶ୍ୟକତା ଅଛି । ତେଣୁ ସମସ୍ତ ଓଡିଶାବାସୀଙ୍କ ସହଯୋଗ ସହ ଆଶୀର୍ବାଦ କାମନା କରିଛନ୍ତି ପିଣ୍ଟୁଙ୍କ ଦୁଇ ଭଉଣୀ । ଏଥିସହ ରାଜ୍ୟ ସରକାର ଓ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ସହାୟତା ପାଇଁ ଶୁଭେଚ୍ଛୁ ଓ କଳାକାରମାନେ ହାତ ବଢାଇଛନ୍ତି । ପିଣ୍ଟୁଙ୍କୁ ସହାଯ୍ୟ କରିବା ପାଇଁ ତାଙ୍କର ଗୁଗୁଲ ପେ ନମ୍ବର- ୯୮୬୧୧ ୩୧୮୫୪ ଦେଇଥିବା ବେଳେ account ନମ୍ବର- ୦୬୧୪୦୧୦୦୬୫୪୪୭ ଦେଇଛନ୍ତି । ତେଣୁ ଅର୍ଥର ସହାୟତା ସହ ଭଗବାନଙ୍କ ପାଖରେ ଆଶୀର୍ବାଦ କାମନା କରିବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.