ETV Bharat / state

ହାର ମାନିଲା ସମୟ, ମାଆ ହେଲେ ଏସିଡ ପୀଡ଼ିତା ପ୍ରମୋଦିନୀ - ପ୍ରମୋଦିନୀ ରାଉଳ

ହାର ମାନିଛି ସମୟ । ଅସମ୍ଭବକୁ ସମ୍ଭବ କରି ଆଜି ମାଆ ହୋଇଛନ୍ତି ଏସିଡ ପୀଡ଼ିତା ପ୍ରମୋଦିନୀ ରାଉଳ । ସଂଘର୍ଷ ଯାତ୍ରାର ସଫଳ ସାରଥୀ ହୋଇ ଆଜି ସେ ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଅଧିକ ପଢନ୍ତୁ

Acid victim Pramodini Roul
Acid victim Pramodini Roul
author img

By

Published : May 18, 2023, 8:20 PM IST

Updated : May 18, 2023, 8:34 PM IST

ହାର ମାନିଲା ସମୟ, ମାଆ ହେଲେ ଏସିଡ ପୀଡ଼ିତା ପ୍ରମୋଦିନୀ

ଭୁବନେଶ୍ବର: ୨୦୦୯ ମସିହାରେ ଏକତରଫା ପ୍ରେମକୁ ନେଇ ତାଙ୍କ ଉପରେ ଏସିଡ ମାଡ଼ ହୋଇଥିଲା । ଘଟଣା ପରେ ତାଙ୍କ ଚେହେରାରେ ସିନା ପରିବର୍ତ୍ତନ ଆସିଥିଲା, ହେଲେ ତାଙ୍କ ସାହସିକତା ଓ ସଂଘର୍ଷପୂର୍ଣ୍ଣ ମନୋଭାବ ଉପରେ ଆଞ୍ଚ ଆସିନଥିଲା । ସେ ସବୁ କିଛି ସହ୍ୟ କରି ଜୀବନ ଯାତ୍ରାରେ ଆଗକୁ ବଢିଥିଲେ । ୨୦୨୧ ମସିହାରେ ତାଙ୍କୁ ଜୀବନ ସାଥୀଟିଏ ମଧ୍ୟ ମିଳିଥିଲା । ଆଉ ବିବାହର ୨ ବର୍ଷ ପରେ ପୁତ୍ର ସନ୍ତାନର ମାଆ ହୋଇଛନ୍ତି ଜଗତସିଂହପୁର ଜିଲ୍ଲାର ଏସିଡ ପୀଡି଼ତା ପ୍ରମୋଦିନୀ ରାଉଳ । ମାତୃତ୍ବ ଲାଭ ପରେ ତାଙ୍କ ଜୀବନଯାତ୍ରା ଆଜି ପ୍ରତିଟି ବ୍ୟକ୍ତି ପାଇଁ ଉଦାହରଣ ପାଲଟିଛି । ନା ସେ ସେତେବେଳେ ହାର ମାନିଥିଲେ ନା ଆଜି । ଖରାପ ସମୟକୁ ଚ୍ୟାଲଞ୍ଜ ଦେଇ ଆଜି ସେ ଜଣେ ସଫଳ ନାରୀ ହୋଇପାରିଛନ୍ତି ।

Acid victim Pramodini Roul
ପିତା ହେବା ପରେ ପ୍ରମୋଦିନୀଙ୍କ ସ୍ବାମୀଙ୍କ ସୋସିଆଲ ମିଡିଆ ପୋଷ୍ଟ

ଏସିଡ ପୀଡିତା ବୋଲି ଜୀବନରେ ମାଆ ହୋଇପାରିବେ ନାହିଁ ବୋଲି ଅନେକ କହୁଥିଲେ । ପ୍ରମୋଦିନୀ କେବେ ମନ ଉଣା କରିନଥିଲେ । ସବୁକିଛି ପରି ଏହାକୁ ମଧ୍ୟ ସେ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ । ଆଜି ମାତୃତ୍ବ ଲାଭ କରିବା ପରେ ସେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଛନ୍ତି । ଏ ନେଇ ସେ କହିଛନ୍ତି, "ସମସ୍ତଙ୍କ ଜୀବନରେ କିଛି ନା କିଛି ବଡ ଝଡ ଆସିଥାଏ । ତେଣୁ ସମସ୍ୟା ବା ଝଡ ଯେମିତି ବି ହେଉ ସାହସର ସହ ସାମ୍ନା କରିବାକୁ ପଡିବ କେବେ ହାରିବାର ନାହିଁ । ମୁଁ ବି ସେମିତି ଏସିଡ ଆକ୍ରମଣ ପରି ବଡ ଅପରାଧକୁ ସାମନା କରିଥିଲି । ମୁଁ ହାରିନଥିଲି । ଏହାରି ଭିତରେ ମୋ ଜୀବନର ଆଜି ବଡ ଖୁସିର ଦିନ କି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛି ଵା ମାଆ ହୋଇଛି । "

ଏହା ବି ପଢନ୍ତୁ- ନବ ଦମ୍ପତି ପ୍ରମୋଦିନୀ-ସରୋଜଙ୍କୁ ଆଶୀର୍ବାଦ ଦେଲେ ରାଜ୍ୟପାଳ

ସେ ଆହୁରି କହିଛନ୍ତି, "ଏସିଡ ଆକ୍ରମଣ ପରେ ମାଆ ହେବା ଅସମ୍ଭବ ସମସ୍ତେ ମତେ ମନା କରୁଥିଲେ । ହେଲେ ମୁଁ ସେସବୁକୁ ଧୈର୍ଯ୍ୟର ସହ ଚୁପ ହୋଇ ଶୁଣିଥିଲି । ସବୁକିଛି ଶୁଣି ବି ଆଗକୁ ବଢିଥିଲି ଆଉ ଆଜି ମାଆ ହେବାର ସୌଭାଗ୍ୟ ପାଇଛି । ମୋ ସ୍ବାମୀଙ୍କ ସ୍ନେହ ଭଲପାଇବା ଓ ସମର୍ଥନ ପାଇଁ ସମ୍ଭବ ହୋଇଛି । ମୁଁ ମାଆ ହେବାର ସୌଭାଗ୍ୟ ପାଇଁ ଖୁସି ହୋଇଛି । ଯଦି ଆପଣଙ୍କ ଜୀବନରେ ଏମିତି କିଛି ହେଉଛି ତେବେ କେବେ ହାର ମାନିବେନି । କାରଣ ଯେତେ ହାର ମାନିବେ ସମାଜ ଆପଣଙ୍କୁ ସେତେ ହାର ମନାଇବ । ଆପଣ ନିଜେ ଶକ୍ତ ବା ଦୃଢ ହୋଇ ଚାଲିଲେ ଜୀବନରେ ସବୁକିଛି ପାଇପାରିବେ ।"

ଏହା ବି ପଢନ୍ତୁ- ବହୁ ଚର୍ଚ୍ଚିତ ଏସିଡ଼ ପୀଡିତା ପ୍ରମୋଦିନୀଙ୍କୁ ମିଳିଲା ନ୍ୟାୟ, ଦୋଷୀଙ୍କୁ 14ବର୍ଷ ଜେଲ୍‌ଦଣ୍ଡ

ପୁଅ ହେଲା ପରେ ନିଜ ସୋସିଆଲ ମିଡିଆ ପେଜରେ ଖୁସିରେ ପୁତ୍ର ସନ୍ତାନ ଫଟୋ ଛାଡିଛନ୍ତି ସ୍ବାମୀ ସରୋଜ ସାହୁ । ଆଉ ନିଜ ନିଜ ପୋଷ୍ଟରେ ଲେଖିଛନ୍ତି ମାଆ ହେଉଛି ତା ସନ୍ତାନର ପ୍ରଥମ ଭଗବାନ । ତେଣୁ ମାଆ ହିଁ ଭଲଭାବରେ ଜୀବନର ବାସ୍ତବତାକୁ ବା ତୁମ ଜୀବନର ଗୁରୁତ୍ୱପୂର୍ଣ୍ଣ ଶିକ୍ଷାକୁ ଶିଖେଇପାରିବ । ସେହିପରି ଭଲପାଇବା କିପରି ହୁଏ ତାହା ମଧ୍ୟ । ତେଣୁ ପୃଥିବୀରେ ମାଆର ବିକଳ୍ପ ନାହିଁ ବୋଲି ସରୋଜ କହିଛନ୍ତି । ପୁଅର ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ସେ ଅତ୍ୟନ୍ତ ଖୁସି ବୋଲି କହିଥିଲେ ।

ସୂଚନା ଥାଉକି ପ୍ରମୋଦିନୀ ରାଉଳ ୨୦୨୧ ଅନେକ ସ୍ବପ୍ନ ଓ ଆଶାକୁ ନେଇ ସରୋଜଙ୍କ ହାତ ଧରିଥିଲେ । ସରୋଜ ବିଶାଳ ହୃଦୟର ପରାକାଷ୍ଠା ଦେଖାଇ ପ୍ରମୋଦିନୀଙ୍କୁ ବାହା ହୋଇଥିଲେ । କାରଣ ପ୍ରେମ ଆଗରେ ତୁଚ୍ଛ ହୋଇଥିଲା ସୌନ୍ଦର୍ଯ୍ୟ । ଆଉ ସେହି ପ୍ରେମର ବନ୍ଧନ ଓ ଆବେଗକୁ ନେଇ ସେ ପ୍ରେମ ପାଇଁ ଅନନ୍ୟ ଉଦାହରଣ ସାଜିଥିଲେ । ଆଉ ଆଜି ଏହି ଦମ୍ପତି ପିତାମାତା ହୋଇ ପୁଣି ଥରେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଥାନ୍ତି । ଏହାପରେ ସେମାନଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 18, 2023, 8:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.