ETV Bharat / state

ଟ୍ରାଫିକ ମହିଳା ପୋଲିସଙ୍କ ନିଃସ୍ବାର୍ଥପର ସେବାକୁ ଅଚ୍ୟୁତ ସାମନ୍ତଙ୍କ ପ୍ରଶଂସା - ପ୍ରିୟଙ୍ଗା ବରାୱା

ସଡକ ଦୁର୍ଘଟଣାରେ ଆଘାତପ୍ରାପ୍ତ ମହିଳାଙ୍କୁ କାର୍ଯ୍ୟରତ ଟ୍ରାଫିକ ପୋଲିସ ସେବା କରିଥିଲେ । ତେବେ ମହିଳାଙ୍କ ଏପରି ନିଃସ୍ବାର୍ଥପର ସେବାକୁ କିଟ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଭୂୟସୀ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

Achyuta Samanta praised the selfless attitude of lady trafic police
ଟ୍ରାଫିକ ମହିଳା ପୋଲିସଙ୍କ ନିଃସ୍ବାର୍ଥପର ସେବାକୁ ଅଚ୍ୟୁତ ସାମନ୍ତଙ୍କ ପ୍ରଶଂସା
author img

By

Published : Nov 19, 2020, 6:52 PM IST

ଭୁବନେଶ୍ବର: ଗୁରୁବାର ଭୁବନେଶ୍ବର ଜାଭିୟର ଛକରେ ଜଣେ କାର୍ଯ୍ୟରତ ମହିଳା ଟ୍ରାଫିକ ପୋଲିସ ନିଜ କର୍ତ୍ତବ୍ୟରୁ କିଛି ସମୟ ବିରତି ନେଇ ଦେଖାଇଛନ୍ତି ମାନବିକତା । ଏ ସଂପର୍କରେ କିଟ ଓ କିସ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନିଜ ଟ୍ବିଟର ପୃଷ୍ଠାରେ ଟ୍ବିଟ କରି ସୂଚନା ଦେଇଛନ୍ତି ।

Achyuta Samanta praised the selfless attitude of lady trafic police
ଟ୍ରାଫିକ ମହିଳା ପୋଲିସଙ୍କ ନିଃସ୍ବାର୍ଥପର ସେବାକୁ ଅଚ୍ୟୁତ ସାମନ୍ତଙ୍କ ପ୍ରଶଂସା

ଭୁବନେଶ୍ବରର ଜାଭିୟର ଛକ ନିକଟରେ ଗୁରୁବାର ସଡକ ଦୁର୍ଘଟଣା ଘଟିଥିଲା । ତେବେ ସେଠାରେ କାର୍ଯ୍ୟରତ ଟ୍ରାଫିକ ମହିଳା କନେଷ୍ଟବଳ ପ୍ରିୟଙ୍କା ବରାୱା ଡ୍ୟୁଟିରେ ଥିବା ସମୟରେ ମଧ୍ୟ ନିଜ ମାନବିକତା ତଥା ସହାନୁଭୂତି ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି । ସେ ଦୁର୍ଘଟଣାର ଶିକାର ହୋଇ ଗୋଡରେ ଆଘାତ ଲାଗିଥିବା ଜଣେ ଅଜଣା ମହିଳାଙ୍କୁ ପ୍ରାଥମିକ ଆଶୁ ଚିକିତ୍ସା ଯୋଗାଇ ଦେଇଛନ୍ତି । ରାସ୍ତା କଡରେ ମହିଳାଙ୍କୁ ବସାଇ ତାଙ୍କ ପାଦକୁ ନିଜ ଶରୀର ଉପରେ ରଖି ବ୍ୟାଣ୍ଡେଜ କରିଥିବା ଦେଖିବାକୁ ମିଳିଥିଲା ।

ତେବେ ମହିଳାଙ୍କ ଏପରି ସହାନୁଭୂତି ମନୋଭାବକୁ କିଟ ମହାବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଶଂସା କରିଛନ୍ତି । ସେହି ସମୟର ଏକ ଫଟୋକୁ ନିଜ ଟ୍ବିଟର ପୃଷ୍ଠାରେ ପୋଷ୍ଟ କରି ଲେଖିଛନ୍ତି, " ସଡକ ଦୁର୍ଘଟଣାରେ ଆଘାତପ୍ରାପ୍ତ ଅଜଣା ମହିଳାଙ୍କୁ ଟ୍ରାଫିକ ମହିଳା କନେଷ୍ଟବଲ ପ୍ରିୟଙ୍କା ବରାୱାଙ୍କ ଏପରି ଢଙ୍ଗରେ ଆଶୁ ଚିକିତ୍ସା ଯୋଗାଇଦେବା ଅତ୍ୟନ୍ତ ହୃଦୟସ୍ପର୍ଶୀ । ତାଙ୍କର ଏପରି ନିଃସ୍ବାର୍ଥପର ସେବା ପ୍ରଶଂସନୀୟ ଅଟେ । " ଅଚ୍ୟୁତଙ୍କ ଏହି ପୋଷ୍ଟ ପରେ ଉକ୍ତ ମହିଳା କନଷ୍ଟେବଳଙ୍କୁ ସାମାଜିକ ଗଣମାଧ୍ୟମରେ ପ୍ରଶଂସାର ସୁଅ ଛୁଟିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.