ଭୁବନେଶ୍ବର: ଚାଲିଛି ମହାପ୍ରଭୁ ଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରା । ଆଉ କିଛିଦିନ ପରେ ଆରମ୍ଭ ହେବ ସୁନାବେଶ । ତେବେ ମହାପ୍ରଭୁଙ୍କ ସୁନାବେଶ ପୂର୍ବରୁ ବଜାରରେ ଏକାଧିକ ସୁନାଚେନ ପକାଇ ସୁନାବେଶରେ ବୁଲୁଛି ଚୋର । ଏହି ଚୋର ଅସଲି ସୁନା ନୁହେଁ ବରଂ ନକଲି ସୁନା ପିନ୍ଧି ଲୋକଙ୍କୁ ଚକମା ଦେଉଛି । ବର୍ତ୍ତମାନ ଏପରି ଜଣେ ଚାଲାକ ଚୋରକୁ ଗିରଫ କରିଛି ଭୁବନେଶ୍ବର ଜିଆରପି ଥାନା ପୋଲିସ ।
ଖବର ଅନୁୟାୟୀ, ଅଭିଯୁକ୍ତ ଜଣକ ହେଲେ ନବକିଶୋର ନାୟକ (୨୮) । ତାର ଘର ନାଥ ସାହି, ପିପିଲି ପୁରୀ । ଶନିବାର ସକାଳ ସମୟରେ ଭୁବନେଶ୍ବର ରେଳ ଷ୍ଟେସନରେ ପ୍ଲାଟଫର୍ମ ନମ୍ବର ୬ରେ ବିହାରର ରାମବିନିୟ ମହତ୍ ନାମକ ଜଣେ ବ୍ୟକ୍ତିଙ୍କ ବ୍ୟାଗ ଚୋରି କରିଥିଲା । ଯାହାକୁ ନେଇ ଜିଆରପିରେ ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ଚୋରକୁ ଗିରଫ କରିଛି ।
ତେବେ ଚୋରି କରିନଥିବା ଥାନାରେ କହିଥିଲା ନବକିଶୋର । ପରେ ତଦନ୍ତ ହୋଇ ତାଠାରୁ ଜବତ ହୋଇଥିଲା ଚୋରି ସାମଗ୍ରୀ ।
ଅଭିଯୁକ୍ତ ପାଖରୁ ମୋବାଇଲ ଫୋନ ସହ ୪୮୫୦ ଟଙ୍କା ,ମନିପର୍ସ, ବ୍ୟାଗ ଜବତ କରାଯାଇଛି । ବର୍ତ୍ତମାନ ତାକୁ ଗିରଫ କରି ଆପିସି ଧାରା ୩୮୦ରେ ତା ବିରୋଧରେ ମାମଲା ରୁଜୁ ହୋଇଛି । ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ଜିଆରପି ଥାନା ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ