ଭୁବନେଶ୍ବର: ଆମ ଆଦମୀ ପାର୍ଟି ପାଇଁ ଆଜି(ଗୁରୁବାର) ଜାତୀୟ ଦଳର ମାନ୍ୟତା ପାଇଛି । ଗୁଜରାଟ ଜନସାଧାରଣ ଏହି ମାନ୍ୟତା ପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଆମ୍ ଆଦମୀ ପାର୍ଟି ଆଗାମୀ ଦିନରେ ଭାରତ ବର୍ଷକୁ ଏକ ନମ୍ବର ଦେଶ କରିବା ପାଇଁ ଅରବିନ୍ଦ କେଜରିୱାଲ ସଂକଳ୍ପ ବଦ୍ଧ । ଓଡ଼ିଶା ପରି ପଛୁଆ ରାଜ୍ୟରେ ମଧ୍ୟ ଉନ୍ନତି ପାଇଁ ଆମ୍ ଆଦମୀ ପାର୍ଟି କାମ କରିବ ବୋଲି ରାଜ୍ୟ ଆବାହକ କହିଛନ୍ତି ।
ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, "ପାରମ୍ପରିକ ରାଜନୀତି ରୁ ହଟି ଯଦି ଲୋକମାନଙ୍କର ସମସ୍ୟା କୁ ନେଇ ରାଜନୀତି କରାଯାଏ ତାହା ହେଲେ ଦେଶବାସୀ ଏହାକୁ ଗ୍ରହଣ କରିବେ। ଏହାଛଡା ଆମ୍ ଆଦମୀ ପାର୍ଟି ର ମାନ୍ୟତା ପଛରେ ଗୋଟିଏ ବିକଳ୍ପ ରାଜନୀତିର ଗ୍ରହଣୀୟତାକୁ ଆମେ ଅଭିନନ୍ଦନ ଜଣାଉଛୁ ।"
ଇଟିଭି ଭାରତ, ଭୁବନେଶ୍ବର