ETV Bharat / state

ବେଗୁନିଆ ତହସିଲରେ ଯୁବକଙ୍କ ଦାଦାଗିରି, ରାଜସ୍ୱ ନିରୀକ୍ଷକଙ୍କୁ ହତ୍ୟା ଧମକ

author img

By

Published : Apr 30, 2023, 7:04 PM IST

ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଗୁଣ୍ଡାରାଜ । ରାଜସ୍ୱ ନିରୀକ୍ଷକଙ୍କୁ ଗାଳିମନ୍ଦ ଓ ଜୀବନରେ ମାରିଦେବାକୁ ଧମକ । ଅଧିକ ପଢ଼ନ୍ତୁ

ରାଜସ୍ୱ ନିରୀକ୍ଷକଙ୍କୁ ଗାଳିମନ୍ଦ ସହ ହତ୍ୟା ଧମକ

ରାଜସ୍ୱ ନିରୀକ୍ଷକଙ୍କୁ ଗାଳିମନ୍ଦ ଓ ଜୀବନରେ ମାରିଦେବାକୁ ଧମକ

ଖୋର୍ଦ୍ଧା: ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଯୁବକଙ୍କ ଗୁଣ୍ଡାରାଜ । ରାଜସ୍ୱ ନିରୀକ୍ଷକଙ୍କୁ ଗାଳିମନ୍ଦ ଓ ଜୀବନରେ ମାରିଦେବାକୁ ଧମକ । ବେଗୁନିଆ ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ଅଭିଯୋଗ ମୁତାବକ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ସକାଳୁଆ ଚାଲୁଥିବା ବେଳେ ଶନିବାର ଦିନ ଗୋଟାଏ ପରେ ବେଗୁନିଆ ତହସିଲ କାର୍ଯ୍ୟାଳୟ ବନ୍ଦ ହୋଇଥିଲା । ହେଲେ କେତେକ ଜରୁରୀ କାମ ଥିବାରୁ କାର୍ଯ୍ୟାଳୟରେ କର୍ମଚାରୀମାନେ ନିଜେ ନିଜର କାମରେ ବ୍ୟସ୍ତଥିଲେ । ଠିକ୍‌ ଏହି ସମୟରେ ବେଗୁନିଆର ପପୁ ଓରଫ ଇମଦାର ତରଫଦାର ନାମକ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ କାର୍ଯ୍ୟାଳୟରେ ହଙ୍ଗାମା କରଥିଲେ ।

ଅଭିଯୋଗକାରୀ ଆରଆଇ ମନୋଜ କୁମାର ଦାସ କହିଛନ୍ତି, ‘‘ବେଗୁନିଆ ତହସିଲ କାର୍ଯ୍ୟାଳୟ ବନ୍ଦ ହୋଇଥିଲା । ମାତ୍ର କିଛି ପେଣ୍ଡିଂ କାମ ଥିବା ବେଳେ ଅଫିସରମାନେ ନିଜ କାର୍ଯ୍ୟ କରୁଥିଲେ । ଏହି ସମୟରେ ଯୁବକ ଜଣକ ଆସି ପାଟିତୁଣ୍ଡ କରିବା ଆରମ୍ଭ କରିଥିଲେ । ମୁଁ ଅଫିସ ବନ୍ଦ ହୋଇଗଲାଣି କଣ କାମ ଥିଲା ବୋଲି ପଚାରିଲି । ଏକଥା ଶୁଣି ଯୁବକ ଆହୁରୀ ରାଗିଯାଇଥିଲେ । ତେମେ କିଏ ବୋଲି ମତେ ପ୍ରଶ୍ନ କରିଥିଲେ । ଅସଭ୍ୟ ଭାଷାରେ ଗାଳିମନ୍ଦ କରିବା ସହ ତୋତେ କିଏ ଚାକିରି ଦେଇଛି ବୋଲି ପ୍ରଶ୍ନ କରିବା ସହ ତୋ କଥା ବୁଝିନେବି ବୋଲି ଧମକ ଦେଇଥିଲେ । କର୍ମଚାରୀ ତାଙ୍କୁ ବୁଝାଇ ବାହାରକୁ ଛିଡି ଦେଇଥିଲେ । ମାତ୍ର ସେ ବାହାରେ ଜଗି ରହିଥିଲେ । ମୋ ପିଛା କରିବାକୁ ଆରମ୍ଭ କିରଥିଲେ । ଏହାପରେ ନିଜକୁ ସୁରକ୍ଷିତ ନମଣି ବେଗୁନିଆ ଥାନାର ସାହାଯ୍ୟ ଲୋଡିଥିଲି । ଥାନିକୁ ଯିବାର ଦେଖି । ଯୁବକ ସେଠାରୁ ଚମ୍ପଟ ମାରିଥିଲା ।’’

ତେବେ ଘଟଣା ସମ୍ପର୍କରେ ବେଗୁନିଆ ଥାନାରେ ଅଧିକାରୀଙ୍କ ନିକଟରେ ମନୋଜ ଦାସ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ବେଗୁନିଆ ଥାନା ଅଧିକାରୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଲକ୍ଷ୍ମୀପ୍ରସାଦ ଶତପଥୀ ସୂଚନା ଦେଇଛନ୍ତି । ତେବେ ପପୁ ଫେରାର ଥିବା ଥାନା ଅଧିକାରୀ କହିଛନ୍ତି । ପ୍ରକାଶଥାଉକି ଗତ 25ତାରିଖ ବିଳମ୍ବିତ ରାତିରେ ବାଘମାରୀ, ବେଗୁନିଆ ଏବଂ ସିକୋ ଆରଆଇଙ୍କୁ ନେଇ ଏକ ଟିମ ସିମୋର-ବଡ଼ବେରଣା ରାସ୍ତାରୁ ଜାଲ କାଗଜ ପତ୍ରରେ ବାଲି ଚାଲାଣ କରୁଥିବା 9ଟି ହାଇୱାକୁ ଜବତ କରି ତହସିଲକୁ ଆଣିଥିଲେ । ଜୋରିମାନା ଦେବାପରେ ଗାଡ଼ିଗୁଡିକ ଖଲାସ ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଏଭଳି ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି ।

ଇଟିଭି ଭାରତ ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.