ETV Bharat / state

ମ୍ୟାଚ ଅଭ୍ୟାସବେଳେ ଚାଲିଗଲା ଯୁବ ଟିଟିଇଙ୍କ ଜୀବନ

ରେଳବାଇ ଷ୍ଟାଡିୟମରେ କ୍ରିକେଟ ଅଭ୍ୟାସବେଳେ ଚାଲିଗଲା ଯୁବ ଟିଟିଇଙ୍କ ଜୀବନ । ମୃତକ ଜଣଙ୍କ ବିହାରର ଭାଗଲପୁରର । ସେ ଦୀର୍ଘ 4 ବର୍ଷ ଧରି ଭୁବନେଶ୍ବରରେ ଟିଟିଇ ଭାବେ କାର୍ଯ୍ୟରତ ଥିଲେ ।

ଫଟୋ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା
author img

By

Published : Apr 6, 2019, 10:52 PM IST

ଖୋର୍ଦ୍ଧା: ଖେଳ ପଡିଆରେ କ୍ରିକେଟ ଅଭ୍ୟାସ କଲାବେଳେ ଚାଲିଗଲା ଯୁବ ଟିଟିଇଙ୍କ ଜୀବନ । ମୃତ ଟିଟିଇ ବିହାରର ଭାଗଲପୁରର ଅଜିତ କୁମାର ସିଂ(31 ) । ରେଳବାଇ ଷ୍ଟାଡିୟମରେ ଇଣ୍ଟର ଡିପାର୍ଟମେଣ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ କମରସିଆଲ ଟିମ ପକ୍ଷରୁ ତାଙ୍କୁ ଚୟନ କରାଯାଇଥିଲା ।

ପୂର୍ବତଟ ରେଳବାଇ ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ଗୁରୁବାର ଠାରୁ ରେଳବାଇ ଷ୍ଟାଡିୟମରେ ହେବାକୁ ଯାଉଛି ଇଣ୍ଟର ଡିପାର୍ଟମେଣ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏଥିଲାଗି କମରସିଆଲ ଟିମ ପକ୍ଷରୁ ଅଜିତଙ୍କ ଚୟନ ହୋଇଥିଲେ । ଏଥିଲାଗି ସେ ଆଜି ପଡିଆରେ ଖେଳ ପାଇଁ ଅଭ୍ୟାସ କରୁଥିଲେ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ତେବେ ସ୍ଥାନୀୟ ଖେଳ ପଡ଼ିଆରେ ଅଭ୍ୟାସ କରୁଥିବା ସମୟରେ ହଠାତ ଅଜିତ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ଶୋଇ ଯାଇଥିଲେ । ସଙ୍ଗେ ସଙ୍ଗେ ସାଥି ଖେଳାଳିମାନେ ତାଙ୍କୁ ସ୍ଥାନୀୟ ରେଳବାଇ ଡାକ୍ତଖାନାରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅଜିତ ଭୁବନେଶ୍ୱରରେ ଟିଟିଇ ଭାବେ ବିଗତ 4 ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

awiydilqhd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.