ଭୁବନେଶ୍ବର : ରାଜଧାନୀରେ ସ୍ୱେରେଜ କାମ ଚାଲିଥିବା ବେଳେ ଅଘଟଣ । ୧୦ ଫୁଟ ତଳକୁ ଖସିଲେ ମହିଳା । ଏଭଳି ଏକ ଘଟଣା ଘଟିଛି ବରଗଡ଼ ଥାନା ଚିଲି ପୋଖରି ଶିବ ନଗର ଅଞ୍ଚଳରେ । ଆହାତ ମହିଳା ଜଣଙ୍କ ହେଲେ ସ୍ଥାନୀୟ ଅଞ୍ଚଳର ଗୀତାଞ୍ଜଳି ଆଚାର୍ଯ୍ୟ । ସ୍ୱେରେଜ କାମ କରୁଥିବା ଠିକା ସଂସ୍ଥାର ଚରମ ଅବହେଲା ଯୋଗୁଁ ଏଭଳିଆ ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରୁ କାମ ଛାଡି ଠିକା ସସ୍ଥା ଫେରାର ମାରିଥିଲା । ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ ଶିବ ନଗର ଅଞ୍ଚଳରେ ବିଏମ୍ସି ତରଫରୁ ସ୍ୱେରେଜ କାମ ଚାଲୁରହିଥିଲା । ଏହି ସମୟରେ ଉକ୍ତ ମହିଳା ଜଣକ ସ୍କୁଟିରେ ତାଙ୍କ ପୁଅକୁ ସ୍କୁଲରୁ ଆଣିବା ପାଇଁ ଯାଉଥିଲେ ।ଏହି ସମୟରେ ତାଙ୍କ ଗାଡି ଭାରସାମ୍ୟ ହରାଇ ଗାତ ଭିତରକୁ ଖସି ପଡିଥିଲେ । ଏଥିରେ ମହିଳାଙ୍କ ଅଣ୍ଟା ଓ ହାତରେ ଆଘାତ ଲାଗିଥିବା ବେଳେ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ତାଙ୍କୁୁ ଆହାତ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ହେଳେ ସ୍ୱେରେଜ କାମ ଚାଲିଥିବା ବେଳେ କୌଣସି ବାରିକେଢ ନଥିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟଣା ଘଟିଛି ବୋଲି ଅଭିଯୋଗ କରିଛନ୍ତି ଲୋକେ ।
ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏନେଇ ରାଜଧାନୀରେ ବେପରୁଆ ଠିକା ସଂସ୍ଥାର ବେପରୁଆ କାମ ପାଇଁ ଲୋକେ ତାତିଛନ୍ତି । ରାସ୍ତାରେ ୧୦ଫୁଟ ଗାତକୁ ମହିଳା ଗଳି ପଡିବା ପରେ ଲୋକେ ତୁରନ୍ତ ରାସ୍ତା କାମ ବନ୍ଦ ଦାବି କରିଛନ୍ତି ।ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ସହ ରାସ୍ତାରେ ଖୋଳାଯାଇଥିବା କାମ ବନ୍ଦ କରିଛନ୍ତି । ପରେ ଏନେଇ ଠିକା ସସ୍ଥା କିପରି ଏପରି ବେପରୁଆ କାମ କରୁଥିଲେ ପଚାରିଥିଲେ ମଧ୍ୟ ସେଠାରେ ଥିବା ସୁପରଭାଇଜର ମୁହଁ ଲୁଚାଇ ପଳାଇଥିଲେ ।
ଏହା ମଧ୍ୟ ପଢନ୍ତୁ...ଶୂନ୍ୟ ମୃତ୍ୟୁ ସପ୍ତାହରେ ଗଡ଼ିଲାଣି 70 ମୁଣ୍ଡ: ହାତ ଟେକିଦେଲା ପରିବହନ ବିଭାଗ !
ରାଜଧାନୀର ଅନେକ ଅଞ୍ଚଳରେ ଏଭଳି କାମ ଚାଲୁଛି । ଲୋକଙ୍କ ଯାତାୟତ ବା ସୁରକ୍ଷା ଧ୍ୟାନ ନଦେଇ ଅନେକ ଅଞ୍ଚଳରେ ଏପରି ବେପରୁଆ କାମ କରୁଛନ୍ତି ।ରାତି ଅଧିଆ ଆସି ରାସ୍ତା ମଝିରେ ଖୋଳି ଦେଇ ଯାଉଛନ୍ତି ।କେଉଁଠି ବାରିକେଡ ଲଗାଉ ନାହାଁନ୍ତି ତ କେଉଁଠି ଯିବା ଆସିବା ପାଇ ବିକଳ୍ପ ବାଟ ଦେଉନାହାନ୍ତି ।ଫଳରେ ଏଭଳି ଏକ ଅଘଟଣ ଘଟିଛି। ଏଥିପାଇ ସ୍ଥାନୀୟ କର୍ପୋରେଟର ବା ଠିକା ସଂସ୍ଥା ସବୁ ଦେଖି ବି ନଦେଖିଲା ପରି ଆଖି ବୁଜି ଦେଉଛନ୍ତି ଅଭିଯୋେଗ ହୋଇଛି । ଫଳରେ ଲୋକଙ୍କ ସୁରକ୍ଷା ଦିଗରେ କିଏ ଚିନ୍ତିତ ବା ମୁହଁ ଖୋଲିବ ତାହା ସାମ୍ନାକୁ ଆସିପାରୁନି ।
ଭୁବନେଶ୍ବର , ଇଟିଭି ଭାରତ