ETV Bharat / state

୭୯ତମ ଜାତୀୟ ଅଗ୍ନିକାଣ୍ଡ ସୁରକ୍ଷା ସପ୍ତାହ ନେଇ ସ୍ବତନ୍ତ୍ର କର୍ମଶାଳା - ବିଏମସି ଖବର

ଏପ୍ରିଲ ୧୪ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଜାତୀୟ ଅଗ୍ନିକାଣ୍ଡ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ଅଧିକ ପଢ଼ନ୍ତୁ

୭୯ତମ ଜାତୀୟ ଅଗ୍ନିକାଣ୍ଡ ସୁରକ୍ଷା ସପ୍ତାହ ପାଳନ

author img

By

Published : Apr 28, 2023, 8:29 AM IST

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ ଓ ଏହାର ସଫଳ ପରିଚାଳନା ସମସ୍ତଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ହୋଇଛି । ବିପର୍ଯ୍ୟୟ ବିଭିନ୍ନ ପ୍ରକାର ହୋଇଥିବା ବେଳେ ଅଗ୍ନିକାଣ୍ଡ ଜନିତ କ୍ଷୟକ୍ଷତିକୁ ରୋକାଯାଇପାରିଲେ ତାହା ସମୃଦ୍ଧ ଦେଶ ବା ରାଷ୍ଟ୍ର ଗଠନରେ ସହାୟକ ହୋଇପାରିବ । ଏନେଇ ଏପ୍ରିଲ ୧୪ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଜାତୀୟ ଅଗ୍ନିକାଣ୍ଡ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ୭୯ତମ ଜାତୀୟ ଅଗ୍ନିକାଣ୍ଡ ସୁରକ୍ଷା ସପ୍ତାହ ପାଳନ ଅବସରରେ ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ସଂସ୍ଥା ଓ ଓଡିଶା ଅଗ୍ନି ଏବଂ ବିପର୍ଯ୍ୟୟ ମୁକାବିଲା ଏକାଡେମୀ ପକ୍ଷରୁ ସ୍ୱତନ୍ତ୍ର ଭୁବନେଶ୍ୱରରେ କର୍ମଶାଳାର ଆୟୋଜନ କରାଯାଇଛି । ଅଗ୍ନିଶମ ବିଭାଗ ନିର୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଓ ମେୟର ସୁଲୋଚନା ଦାସ ଯୋଗ ଦେଇଥିଲେ ।

ଏହି ଅବସରରେ ମେୟର କହିଛନ୍ତି, ‘‘୧୯୯୯ ମହାବାତ୍ୟା ପରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଭିତ୍ତିଭୂମିର ବିକାଶ ସହିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି । ଅଗ୍ନିକାଣ୍ଡ ଘଟଣା ହେଉ ଅଥବା ଭୂମିକମ୍ପ ଭଳି ଘଟଣାକୁ କିଭଳି ରୋକାଯାଇପାରିବ ସେନେଇ ନିୟମିତ ବ୍ୟବଧାନରେ ଲୋକଙ୍କୁ ମକ ଡ୍ରିଲ ଜରିଆରେ ସଚେତନ କରାଯାଉଛି । ତଥାପି ପୁରୀ ଲକ୍ଷ୍ମୀ ବଜାର ହେଉ କିମ୍ବା ଭୁବନେଶ୍ୱର ଅଥବା କଟକରେ ବିଭିନ୍ନ ସମୟରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାରୁ ଆମକୁ ଅନେକ କିଛି ଦେଇଛି । ବିଶେଷ ଭାବେ ଅଗ୍ନି ନିରାପତ୍ତାକୁ ନେଇ ବିଭିନ୍ନ ସ୍ଥାନରେ ଅଗ୍ନି ନିରାକରଣର ଅଭାବ ଦେଖାଯାଉଛି । ଯାହା ଦେଶର ବିକାଶର ଏକ ବଡ ପ୍ରତିବନ୍ଧକ । ତେଣୁ କେବଳ ଅଗ୍ନି ନିରାପତ୍ତା କର୍ମଚାରୀଙ୍କ ଉପରେ ଅଗ୍ନିନିରାକରଣ କାର୍ଯ୍ୟ ଛାଡିଦେଲେ ହେବନି ଏଥିପାଇଁ ଆମକୁ ନିଜେ ସଜାଗ ରହିବାକୁ ପଡିବ ।’’

ସେହିପରି ଏହି ଅବସରରେ ଯୋଗ ଦେଇ ମୁଖ୍ୟଶାସନ ସଚିବ କହିଛନ୍ତି, ଅଗ୍ନିନିରାପତ୍ତା ପାଇଁ ତିନୋଟି କଥାର ଆବଶ୍ୟକତା ରହିଛି । ସେଗୁଡ଼ିକ ହେଲା ସଚେତନତା, ଶିକ୍ଷା ବା ଜ୍ଞାନଆହୋରଣ ଓ ଏ ଦିଗରେ କରାଯାଉଥିବା ପ୍ରଯୁକ୍ତିଵିଦ୍ୟା ବା ଟେକ୍ନୋଲୋଜିର ବ୍ୟବହାର । ଯାହାଦ୍ୱାରା ଆମେ ନିଜେ ଅଗ୍ନିନିରାପତ୍ତା କରିପାରିବା । ତେଣୁ ଏହାକୁ ବୁଝି ଅଭ୍ୟାସର ଆବଶ୍ୟକତା ରହିଛି l ପ୍ରତିଟି ଷ୍ଟେକ ହୋଲଡର ଯେପରିକି ଟାଉନ ପ୍ଲାନିଂ ଅଫିସର, ହାଉସ ଇଣ୍ଟରିଅର ଡିଜାଇନର , ବିଲଡର ସମସ୍ତେ ଏ ଦିଗରେ ଜ୍ଞାନ ଆହୋରଣ କରି ଗୋଷ୍ଠୀ ସହଭାଗିତା ବଢାଇବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.