ETV Bharat / state

ଲାଞ୍ଚ ଦେଲେ ମିଳିବ ସରକାରୀ କ୍ୱାର୍ଟର ! - ସରକାରୀ କ୍ୱାଟର

ସରକାରୀ ବାସଭବନ ପାଇବାକୁ ହେଲେ ଦେବାକୁ ପଡିବ 20 ହଜାର ଲାଞ୍ଚ । ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ନର୍ସ । ଅଧିକ ପଢନ୍ତୁ...

ଲାଞ୍ଚ ଦେଲେ ମିଳିବ ସରକାରୀ କ୍ୱାଟର !
ଲାଞ୍ଚ ଦେଲେ ମିଳିବ ସରକାରୀ କ୍ୱାଟର !
author img

By

Published : May 20, 2021, 11:58 AM IST

ଖୋର୍ଦ୍ଧା: ସରକାରୀ ବାସଭବନ ପାଇବାକୁ ହେଲେ ଦେବାକୁ ପଡିବ 20 ହଜାର ଲାଞ୍ଚ । ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ନର୍ସ । ସରକାରୀ କ୍ବାର୍ଟର ପାଇବା ଦାବିରେ ଆଜି(ଗୁରୁବାର) ଖୋର୍ଦ୍ଧା ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସ ।

ଲାଞ୍ଚ ଦେଲେ ମିଳିବ ସରକାରୀ କ୍ୱାଟର !

ଦୀର୍ଘଦିନ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ସତ୍ତ୍ବେ ନର୍ସ ଭଗବତୀ ସିଂଙ୍କୁ ସରକାରୀ ବାସଭବନ ଦିଆଯାଇନାହିଁ । ବାସଭବନ ପାଇବା ପାଇଁ 20ହଜାର ଲାଞ୍ଚ ମଗାଯାଉଥିବା ପ୍ରତିବାଦରେ ସେ ଧାରଣାରେ ବସିଥିବା କହିଛନ୍ତି । ସେପଟେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଲାଞ୍ଚ ମଗାଯାଉଥିବା ସମ୍ପର୍କରେ ଜାଣିନଥିବା କହିଥିବା ବେଳେ ନୀତି ନିୟମ ଅନୁସାରେ ସରକାରୀ ବାସଭବନ ପ୍ରଦାନ କରାଯିବ ବୋଲି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.