ଖୋର୍ଦ୍ଧା: ଜଟଣୀ ଥାନା ଚିନ୍ତାମଣି ନଗର ରାସ୍ତାକଡ଼ ବୁଦା ମୂଳରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର । କାନ୍ଦୁଥିବା ଅବସ୍ଥାରେ ଉଦ୍ଧାର କଲେ ସ୍ଥାନୀୟ ଜନସାଧାରଣ । ଶିଶୁପୁତ୍ରକୁ ଉଦ୍ଧାର ପରେ ଜଟଣୀ ପୋଲିସ ଓ ଚାଇଲ୍ଡ ଲାଇନକୁ ଖବର ଦେଇ ସେମାନଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।
ତେବେ କିଏ ଏବଂ କାହିଁକି ବୁଦା ମୂଳେ ନବଜାତ ଶିଶୁପୁତ୍ରକୁ ଫୋପାଡ଼ି ଦେଇ ଯାଇଛି ? ତାହାର ତଦନ୍ତ କରୁଛି ଜଟଣୀ ପୋଲିସ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ