ETV Bharat / state

ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ଦଳ, କଂଗ୍ରେସରେ ମିଶ୍ରଣ ପର୍ବ

24 ବର୍ଷର ଶାସକ ବିଜେଡିକୁ ରାଜ୍ୟରୁ ହଟାଇବା ପାଇଁ ତତ୍ପର ହେଉଛି କଂଗ୍ରେସ । ବିଭିନ୍ନ କାର୍ଯ୍ୟକ୍ରମ କରି ଜନସାଧାରଣଙ୍କ ସହ ଯୋଡି ହେଉଛି ଦଳ । ତୃଣମୁଳ ସ୍ତରରେ ସଂଗଠନକୁ ସୁଦୃଢ ଏବଂ ଲୋକାଭିମୁଖୀ କରିବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ଦଳ
ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ଦଳ
author img

By ETV Bharat Odisha Team

Published : Oct 28, 2023, 8:56 AM IST

ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ଦଳ

ଭୁବନେଶ୍ବର: ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ । ରାଜ୍ୟରେ ପ୍ରମୁଖ ଧଳ ମାନେ ରାଜନୀତି ମଇଦାନକୁ ଓହ୍ଲାଇବା ପାଇଁ ଅଣ୍ଟା ଭିଡ଼ିଲେଣି । ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଏବେଠୁ ଆରମ୍ଭ ହେଲାଣି କସରତ । ସେପଟେ ଦୀର୍ଘ 24 ବର୍ଷ ପରେ କ୍ଷମତାକୁ ଫେରିବା ପାଇଁ ପ୍ରସ୍ତୁତୁ ଆରମ୍ଭ କରିଛି କଂଗ୍ରେସ । 24 ବର୍ଷର ଶାସକ ବିଜେଡିକୁ ରାଜ୍ୟରୁ ହଟାଇବା ପାଇଁ ତତ୍ପର ହେଉଛି କଂଗ୍ରେସ । ବିଭିନ୍ନ କାର୍ଯ୍ୟକ୍ରମ କରି ଜନସାଧାରଣଙ୍କ ସହ ଯୋଡି ହେଉଛି ଦଳ । ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ ଏବଂ ଲୋକାଭିମୁଖୀ କରିବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ ।

ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଉପରେ ଆସ୍ଥାଭାଜନ କରି କଂଗ୍ରେସର ହାତ ଧରୁଛନ୍ତି ବିଭିନ୍ନ ସଂଗଠନର ବ୍ୟକ୍ତିବିଶେଷ । ଆଜି କଂଗ୍ରେସ ଦ୍ବାରା ଆୟୋଜନ କରାଯାଇଥିବା ମିଶ୍ରଣ ପର୍ବରେ ଓକିଲ, ସମାଜସେବୀ, ଅଭିନେତା କଂଗ୍ରେସରେ ମିଶିଛନ୍ତି । କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ସମାଜସେବୀ ପୂର୍ଣଚନ୍ଦ୍ର ସାହୁ, ମୁନାଚାନ୍ଦ ନାୟକ ଏବଂ ମହିଳା ବିଜେଡିର ସାଧାରଣ ସମ୍ପାଦକ ଥିବା ଭାଗ୍ୟଶ୍ରୀ ଜେନା । ଦଳର ରାଜ୍ୟ ପ୍ରଭାରୀ ଚେଲା କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସମସ୍ତେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଏଭଳି ମିଶ୍ରଣ ରାଜ୍ୟ କଂଗ୍ରେସକୁ ଅଧିକ ମଜବୁତ କରାଇବ । ସାଧାରଣ ନିର୍ବାଚନ ପୂର୍ବରୁ ଏହା କର୍ମୀଙ୍କ ମନରେ ଉତ୍ସାହ ଭରିଦେବ ।

ଏହା ମଧ୍ୟ ପଢ଼ନ୍ତୁ........କଂଗ୍ରେସ କାର୍ଯ୍ୟାଳୟରେ ଚେଲା କୁମାର, ପ୍ରତିକ୍ରିୟା ରଖିଲେ ପିସିସି ସଭାପତି

ଆଗାମୀ ଦିନରେ ବିଜେଡି ଏବଂ ବିଜେପି ଦଳର ଅନେକ ପୂର୍ବତନ ମନ୍ତ୍ରୀ, ବିଧାୟକ ଏବଂ ସଂସାଦ କଂଗ୍ରେସ ଦଳରେ ଯୋଗ ଦେବେ ବୋଲି ପିସିସି ସଭାପତି କହିଛନ୍ତି । ଏହି ମିଶ୍ରଣ କାଯ୍ୟକ୍ରମରେ କଂଗ୍ରେସ ଦଳର ଅନେକ ବରିଷ୍ଠ ନେତା ପ୍ରମୁଖ ଉପସ୍ଥିତ ଥିଲେ । ଖୁବଶୀଘ୍ର କଂଗ୍ରେସରେ ବିଭିନ୍ନ ଦଳର ହାଇ ପ୍ରୋଫାଇଲ ନେତା ମିଶିବେ ଏବଂ ଭୁବନେଶ୍ୱରରେ ଏକ ମେଗା ମିଶ୍ରଣ ପର୍ବ ଆୟୋଜନ ନେଇ ପ୍ରସ୍ତୁତି କଂଗ୍ରେସ ଜାରି ରଖିଥିବା ନେଇ କହିଛନ୍ତି ପିସିସି ସଭାପତି । ତେବେ ଏହି ମିଶ୍ରଣ ପର୍ବରେ କଂଗ୍ରେସ ଦଳର ରାଜ୍ୟ ପ୍ରଭାରୀ ଏ. ଚେଲାକୁମାର ଯୋଗ ଦେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି । ଓଡ଼ିଶାର ବିଭିନ୍ନ ସମସ୍ୟାକୁ ନେଇ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଚେଲାକୁମାର ।

ଏହା ମଧ୍ୟ ପଢ଼ନ୍ତୁ....ରାଜ୍ୟ କଂଗ୍ରେସର ହେବ ନବକଳେବର, ୨୧ରେ ଓଡିଶା ଆସୁଛନ୍ତି ପ୍ରଭାରୀ ଚେଲ୍ଲା କୁମାର

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.