ETV Bharat / state

ରଥଚକ ତଳେ ଗଲା 8 ବର୍ଷୀୟ ନାବାଳକ ଜୀବନ

ରଥ ଟଣା ବେଳେ ଖୋର୍ଦ୍ଧା ବାଣପୁର ଥାନାରେ ଅଘଟଣ । ପଲଟଣ ସ୍ଥିତ ପ୍ରଭୁଚରଣ ଚକଦେବଙ୍କ ରଥ ଚକ ତଳେ ଏକ ଆଠବର୍ଷୀୟ ନାବାଳକର ମୃତ୍ୟୁ ହୋଇଛି । ମୃତ ବାଳକ ଜଣକ ହେଲେ ଚିଆଙ୍ଗସାହି ଅକ୍ଷୟ ପାତ୍ରଙ୍କ ପୁଅ ସୁନିଲ ପାତ୍ର ।

author img

By

Published : Jul 4, 2019, 8:26 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ବାଣପୁର ଥାନା ପଲଟଣ ସ୍ଥିତ ପ୍ରଭୁଚରଣ ଚକଦେବଙ୍କ ରଥ ଚକ ତଳେ ଏକ ଆଠବର୍ଷର ନାବାଳକର ମୃତ୍ୟୁ ହୋଇଛି । ମୃତ ବାଳକ ଜଣକ ହେଲେ ଚିଆଙ୍ଗସାହି ଅକ୍ଷୟ ପାତ୍ରଙ୍କ ପୁଅ ସୁନିଲ ପାତ୍ର । ଆଜି ଅପରାହ୍ଣ ସମୟରେ ରଥ ଟଣା ବେଳେ ଏହି ଅଘଟଣ ଘଟିଥିଲା । ପ୍ରଶାସନର ଖାମଖିଆଲି କାର୍ଯ୍ୟ ଯୋଗୁଁ ରଥ ଚତୁପାର୍ଶ୍ବ କୌଣସି ସୁରକ୍ଷାକର୍ମୀ କାର୍ଯ୍ୟ କରୁନଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ତେବେ ପିଲାଟି ଗୁଣ୍ଡିଚା ଘର ନିକଟ କାଦୁଅରେ ପଡିଯିବାବେଳେ ରଥ ଚକତଳେ ଚାପି ହୋଇଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ସୁନିଲଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଅବସ୍ଥା ସଙ୍ଗୀନ ହେବାରୁ ପରିବାର ଲୋକେ ନିକଟସ୍ଥ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ଏହାକୁ ନେଇ ବାଣପୁରରେ ଚାପା ଉତ୍ତେଜନା ଦେଖାଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

Intro:ରଥ ଟଣାବେଳେ ଅଘଟଣ

ଖୋର୍ଦ୍ଧା : ବାଣପୁର ଥାନା ପଲଟଣ ସ୍ଥିତ ପ୍ରଭୁଚରଣ ଚକଦେବଙ୍କ ରଥମାଡି ଆଠବର୍ଷର ବାଳକ ମୃତ । Body:ମୃତ ଶିଶୁ ବଳକ ଜଣକ ହେଲେ ଚିଆଙ୍ଗସାହି ଅଖୟ ପାତ୍ରଙ୍କ ପୁଅ ସୁଧିଲ ପାତ୍ର । ଆଜି ଅପରାନ୍ନ ପଞ୍ଚଟା ତିରିସି ସମୟରେ ରଥ ଭିଡାଯାଉଥିବାବେଳେ ପ୍ରସାସନର ଗାମଖିଆଲି କାର୍ଯ୍ୟ ଯୋଗୁ ରଥ ଚତୃପାଶ୍ବରେ କୈଣସି ସୁରକ୍ଷାକର୍ମୀ କାର୍ଯ୍ୟ କରୁନଥିବାରୁ ପିଲାଟି ଗୁଣ୍ଡିଚା ଘରନିକଟ କାଦୁଅରେ ପଡିଯିବାବେଳେ ରଥ ମାଡିଯାଇଥିବା ଚର୍ଚା ହେଉଛି । ଘଟଣା ସ୍ଥଳରୁୁ ଗୁରୁତର ଅବସ୍ଥାରେ ବାଣପୁର ଡାକ୍ତର ଖାନାରେ ଭର୍ତି କରାଯିବାରେ ତାହାକୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଥିଲା । Conclusion:ତେବେ ପରିବାରଲୋକେ ନିକଟସ୍ତ ବାଲୁଗାଁ ଡାକ୍ତରଖାନାରେ ଭର୍ତିକରିବାରେ ସେଠାରେ ଡାକ୍ତର ମୃତ ଘୋସଣା କରିଥିଲେ ଏହାକୁନେଇ ବାଣପୁରରେ ଚାପାଉତେଯନା ଦେଖାଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.