ଖୋର୍ଦ୍ଧା: ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ । ଖୋର୍ଦ୍ଧା ଜିଲ୍ଲାରେ ପାସହାର ୯୩.୮୨ ପ୍ରତିଶତ ରହିଛି । ଚଳିତ ବର୍ଷ ଜିଲ୍ଲାରେ ୨୮୬୩୬ ଜଣ ଛାତ୍ରଛାତ୍ରୀ ଫିର୍ମ ଫିଲପ କରିଥିବା ବେଳେ ୧୪୦୨ ଜଣ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ । ସେହିପରି କପି କରି ୧୧ ଜଣ ଛାତ୍ରଛାତ୍ରୀ ଏମପି ହୋଇଥିଲେ ।
ଆଜି ପ୍ରକାଶ ପାଇଥିବା ମାଟ୍ରିକ ରେଜଲ୍ଟରେ ଖୋର୍ଦ୍ଧା ଜିଲ୍ଲାର ମୋଟ ୨୬୭୭୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୩୭୪୩ ଜଣ ଛାତ୍ର ରହିଥିବା ବେଳେ ଓ ଛାତ୍ରୀ ୧୩୦୩୦ ଜଣ ରହିଛନ୍ତି । ଜିଲ୍ଲାରେ ଗ୍ରେଡ A1ରେ ୬୩୦ ଜଣ ରହିଥିବା ବେଳେ A2ରେ ୨୬୮୫, B1ରେ ୫୬୭୨ ଓ B2ରେ ୭୨୬୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେହିଭଳି ଗ୍ରେଡ Cରେ ୬୬୯୧, Dରେ ୩୦୨୫ ଓ Eରେ ୮୧୦ ଜଣ ରହିଥିବା ବେଳେ Fରେ ୩୫୦ ଜଣ ରହିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା