ETV Bharat / state

ହଜାରେ ତଳକୁ ଖସିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୮୬୮ ପଜିଟିଭ - covid positive cases

କିଛି ଦିନ ପରେ ପୁଣି ଏକ ହଜାର ତଳକୁ ଖସିଲା ରାଜ୍ୟରେ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୬୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

STATE CORONA: ହଜାରେ ତଳକୁ ଖସିଲା ସଂକ୍ରମଣ, ୨୪ ଘଣ୍ଟାରେ ୮୬୮ ଚିହ୍ନଟ

author img

By

Published : Aug 16, 2021, 8:53 AM IST

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ଏକ ହଜାର ତଳକୁ ଖସିଲା ରାଜ୍ୟରେ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୬୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୯୫ ହଜାର ୪୩୩ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୫୦୭ କ୍ବାରେଣ୍ଟାଇନରୁ ହୋଇଥିବା ବେଳେ ୩୬୧ ସ୍ଥାନୀୟ ସଂକ୍ରମଣ ରହିଛି । ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 256 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାସହ ଅନୁଗୁଳରୁ 26, ବାଲେଶ୍ବରରୁ 52, ବରଗଡ଼ରୁ 13, ଭଦ୍ରକରୁ 19, ବଲାଙ୍ଗୀରରୁ 8, ବୌଦ୍ଧରୁ 1, କଟକରୁ 154, ଦେବଗଡ଼ରୁ 6, ଢେଙ୍କାନାଳରୁ 15, ଗଜପତିରୁ 1, ଗଞ୍ଜାମରୁ 3, ଜଗତସିଂହପୁରରୁ 23, ଯାଜପୁରରୁ 45, ଝାରସୁଗୁଡାରୁ 6, କଳାହାଣ୍ତିରୁ 2, କନ୍ଧମାଳରୁ 12, କେନ୍ଦ୍ରାପଡ଼ାରୁ 26, କେନ୍ଦୁଝରରୁ 10, ମାଲକାନଗିରିରୁ 6, ମୟୂରଭଞ୍ଜରୁ 28, ନୟାଗଡ଼ରୁ 21, ନୂଆପଡ଼ାରୁ 6, ପୁରୀ 21, ରାୟଗଡ଼ାରୁ 2, ସମ୍ବଲପୁରରୁ 39, ସୁନ୍ଦରଗଡ଼ରୁ 13 ଏବଂ ଷ୍ଟେଟ ପୁଲ୍‌ରୁ 54 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୯ ଲକ୍ଷ ୯୫ ହଜାର ୪୩୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦ ହଜାର ୧୮୭ଟି ସକ୍ରିୟ ମାମଲା ରହିଥିବା ବେଳେ ଗତକାଲି 1043 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୯ ଲକ୍ଷ ୭୮ ହଜାର ୨୪୦କୁ ବୃଦ୍ଧି ପାଇଛି । ତେବେ ଏବେ ସୁଦ୍ଧା ରାଜ୍ୟରେ ୧ କୋଟି ୭୦ ଲକ୍ଷ ୮୮ ହଜାର ୫୧୩ ସାମ୍ପୁଲ ଟେଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.