ETV Bharat / state

ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ୮୧ତମ ପ୍ରତିଷ୍ଠା ଦିବସ, ନାକ୍ ପୁନଃ ମୂଲ୍ୟାୟନ ରିପୋର୍ଟକୁ ଅପେକ୍ଷା

author img

By ETV Bharat Odisha Team

Published : Nov 27, 2023, 8:14 AM IST

ଉତ୍କଳ ବିଶ୍ବ ବିଦ୍ୟାଳୟର ଆଜି 81ତମ ପ୍ରତିଷ୍ଠା ଦିବସ । ନାକ୍ ପୁନଃ ମୂଲ୍ୟାୟନ ରିପୋର୍ଟ ଅପେକ୍ଷାରେ କଲେଜ । ଅଧିକ ପଢନ୍ତୁ

utkal university
Foundation Day of utkal university

ଭୁବନେଶ୍ବର: ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ୮୧ତମ ପ୍ରତିଷ୍ଠା ଦିବସ । ରେଭେନ୍ସା ବିଶ୍ବବିଦ୍ୟାଳୟକୁ ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବରେ ନାକ୍‌ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ମିଳିଛି । ହେଲେ ଉତ୍କଳ ବିଶ୍ଵବିଦ୍ୟାଳୟକୁ କେବେ ମିଳିବ ନାକର ପୁନଃ ମୂଲ୍ୟାୟନ ରିପୋର୍ଟ । ନାକ୍ ପୁନଃ ମୂଲ୍ୟାୟନ ରିପୋର୍ଟ କେବେ? ତାହାକୁ ଅପେକ୍ଷା । ଚଳିତ ବର୍ଷ ପ୍ରଥମ ଥର ନାକ୍‌ ଟିମ ଏ ଗ୍ରେଡର ମାନ୍ୟତା ଦେଇଥିବା ବେଳେ ପୁଣିଥରେ ମୂଲ୍ୟାୟନ ପାଇଁ ଦିତୀୟ ଥର ଆସିଥିଲେ ନାକ ଟିମ୍‌ । କିନ୍ତୁ ଆଜି ପର୍ଯ୍ୟନ୍ତ ବି ମିଲିପାରିଲା ନାହିଁ ରିପୋର୍ଟ ।

ରେଭେନ୍ସା ବିଶ୍ବବିଦ୍ୟାଳୟକୁ ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବରେ ନାକ୍‌ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ମିଳିଛି । ଏହାକୁ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳିଯାଇଛି । ତେବେ ଉତ୍କଳ ବିଶ୍ବବିଦ୍ୟାଳୟର ନାକ୍ ପୁନଃ ମୂଲ୍ୟାୟନ ରିପୋର୍ଟ କେବେ ଆସିବ, ତାହାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି । ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ୮୧ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଦେଶର ୧୭ତମ ବିଶ୍ବବିଦ୍ୟାଳୟ ଭାବରେ ଜାତୀୟ ସ୍ତରରେ ମାନ୍ୟତା ପାଇଛି ଉତ୍କଳ ବିଶ୍ବବିଦ୍ୟାଳୟ । ଏହି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଦେଶ ବିଦେଶ ସମେତ ଜାତୀୟସ୍ତରରେ ମଧ୍ୟ ପ୍ରତିଷ୍ଠିତ । ଏହା ସହ ବର୍ତ୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିଶ୍ବବିଦ୍ୟାଳୟର ଅତୀତର ଛାତ୍ରନେତା । ଏହା ସତ୍ତ୍ୱେ ଉତ୍କଳ ବିଶ୍ବବିଦ୍ୟାଳୟକୁ ଏପର୍ଯ୍ୟନ୍ତ ‘ନାକ୍‌’ ପୁନଃ ମୂଲ୍ୟାୟନର ମାନ୍ୟତା ମିଳିପାରିଲା ନାହିଁ ।

୨୦୧୬ ମସିହାରୁ ଉତ୍କଳ ବିଶ୍ବବିଦ୍ୟାଳୟ ‘ନାକ୍’ ଦ୍ୱାରା ଏ ପ୍ଲସ୍ ମାନ୍ୟତା ପାଇ ଆସୁଥିଲା । କିନ୍ତୁ ଚଳିତ ବର୍ଷ ବିଶ୍ବବିଦ୍ୟାଳୟ ପରିଦର୍ଶନରେ ଆସିଥିବା ‘ନାକ୍’ ଟିମ୍ ଏହାର ମାନ୍ୟତାକୁ ‘ଏ’କୁ ଖସାଇ ଦେଇଥିଲେ । ଯାହାକି ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା, ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ବେଶ୍ ହଇଚଇ ସୃଷ୍ଟି କରିଥିଲା । ତେବେ କେତେକ ପୁରାତନ ଛାତ୍ରଙ୍କ ସମେତ ଏହି ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ରନେତାମାନେ ‘ନାକ’ ଟିମ୍ ପୁନଃ ମୂଲ୍ୟାୟନ ଦାବି କରିଥିଲେ ।

ଏହା ବି ପଢନ୍ତୁ...ଉତ୍କଳ ବିଶ୍ବବିଦ୍ୟାଳୟର କାହିଁକି ଖସିଲା ନାକ ଗ୍ରେଡ, ଖୁବ ଶୀଘ୍ର ହେବ ତର୍ଜମା

ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖିଥିଲେ । ଯାହା ଫଳରେ କି ସେପ୍ଟେମ୍ବର ମାସରେ ‘ନାକ୍’ ଟିମ୍ ପୁଣିଥରେ ବିଶ୍ବବିଦ୍ୟାଳୟ ପରିଦର୍ଶନରେ ଆସି ବୁଲି ଦେଖିଥିଲେ । ଆଶା କରାଯାଉଥିଲା ନଭେମ୍ବର ୨୭ ତାରିଖ ସୁଦ୍ଧା ବିଶ୍ବବିଦ୍ୟାଳୟ ୮୧ତମ ପ୍ରତିଷ୍ଠା ଦିବସ ପୂର୍ବରୁ ‘ନାକ୍‌’ର ରିପୋର୍ଟ ଆସିଯିବ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ରିପୋର୍ଟ ପ୍ରକାଶ ପାଇପାରିଲା ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.