ETV Bharat / state

ପଞ୍ଚାୟତ ଅଫିସରେ ଭୋଜି କରି 8 କୋରୋନା ପଜିଟିଭ - 8 new corona positive in khurda

ଖୋର୍ଦ୍ଧା ସବ୍ ଡିଭିଜ ଚିଲିକା ନିର୍ବାଚନ ମଣ୍ଡଳୀର ବଡକୁଳ ପଞ୍ଚାୟତ ଅଫିସରେ ଡୁଙ୍ଗମାଳ ପଞ୍ଚାୟତର ପୂର୍ବତନ ପିଇଓଙ୍କ ବିଦାୟକାଳୀନ ଭୋଜି ଯୋଗୁଁ ଚିଲିକା ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ବେଳେ ରବିବାର 8 ଜଣଙ୍କର କୋରୋନା ପଜିଟିଭ ଚିହ୍ନଟ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପଞ୍ଚାୟତ ଅଫିସ୍‌ରେ ଭୋଜି କରିବା ପଡିଲା ମହଙ୍ଗା, 8 କୋରୋନା ପଜିଟିଭ

author img

By

Published : Jul 19, 2020, 4:18 PM IST

ଖୋର୍ଦ୍ଧା: କୋରୋନା ସଂକ୍ରମଣ ଆମ ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି । ରାଜ୍ୟର ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲା ରହିଛି । ଖୋର୍ଦ୍ଧା ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ଏବେ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଖୋର୍ଦ୍ଧା ସବ୍ ଡିଭିଜନର ଏବେ କୋରୋନା ହଟସ୍ପଟ ପାଲଟିଛି ଚିଲିକା ନିର୍ବାଚନ ମଣ୍ଡଳୀ । ଗତ କିଛି ଦିନ ତଳେ ବଡକୁଳ ପଞ୍ଚାୟତ ଅଫିସରେ ଡୁଙ୍ଗମାଳ ପଞ୍ଚାୟତର ପୂର୍ବତନ ପିଇଓଙ୍କ ବିଦାୟକାଳୀନ ଭୋଜି ଯୋଗୁଁ ଚିଲିକା ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବାର ଆଶଙ୍କା କରାଯାଇଛି ।

ପଞ୍ଚାୟତ ଅଫିସ୍‌ରେ ଭୋଜି କରିବା ପଡିଲା ମହଙ୍ଗା

ମିଳିଥିବା ସୂଚନା ଅନୁସାରେ ଗତ ୩୧ ତାରିଖରେ ବଡକୁଳ-ଡୁଙ୍ଗମାଳ ପଞ୍ଚାୟତ ଅଫିସ୍‌ରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିଦାୟକାଳୀନ ଭୋଜିରେ ପ୍ରାୟ ୫୦ ଜଣ ସାମିଲ୍‌ ହୋଇଥିଲେ । ଏହି ଭୋଜିରେ ସାମିଲ୍‌ ହୋଇଥିବା ଡୁଙ୍ଗମାଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧିଙ୍କ ଗତ ୬ ତାରିଖରେ ପଜିଟିଭ‌ ରିପୋର୍ଟ ମିଳିବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା । ସେ ଯୋଗ ଦେଇଥିବା ଉକ୍ତ ପଞ୍ଚାୟତ ଅଫିସ୍‌ ଭୋଜିରେ ପ୍ରାୟ ୩୯ ଜଣଙ୍କର ସ୍ବାବ୍‌ ଟେଷ୍ଟ କରାଯାଇଥିଲା ।

ରବିବାର ସେହି ୩୯ ଜଣଙ୍କ ମଧ୍ୟରୁ ୮ ଜଣଙ୍କ ରିପୋର୍ଟ ପିଜିଟିଭ୍‌ ଆସିଥିବାର ସୂଚନା ମିଳିଛି । ଏହି ଆଠ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ, ଜିଆରଏସ୍‌, ଓ୍ବାର୍ଡ ମେମ୍ବର ଏବଂ ସ୍ଥାନୀୟ ବ୍ୟକ୍ତି ଥିବାର ସୂଚନା ମିଳିଛି । ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଡୁଙ୍ଗମାଳ ଓ ବଡକୁଳ ପଞ୍ଚାୟତର ସରପଞ୍ଚ ନିଜ ଅଞ୍ଚଳକୁ 3 ଦିନ ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି । ସଂପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯିବା ସହିତ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.