ETV Bharat / state

ଚଳିତବର୍ଷ ବିଏମସି ଆଣୁଛି ୬୯୦ କୋଟିର ବଜେଟ - ବକେୟା ରାଜସ୍ବ ଆଦାୟ ପାଇଁ ଅଣ୍ଟା ଭିଡ଼ିଲା ବିଏମସି

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆସିଲା ବିଏମ୍‌ସିର ଚିଠା ବଜେଟ୍‌ । ବକେୟା ରାଜସ୍ବ ଆଦାୟ ପାଇଁ ଅଣ୍ଟା ଭିଡ଼ିଲା ବିଏମସି । ଅଧିକ ପଢ଼ନ୍ତୁ

690 crore budget
୬୯୦ କୋଟିର ବଜେଟ
author img

By

Published : Jan 29, 2023, 10:51 AM IST

୬୯୦ କୋଟିର ବଜେଟ

ଭୁବନେଶ୍ବର : ଚଳିତବର୍ଷ ବିଏମସି ଆଣୁଛି ୬୯୦ କୋଟିର ବଜେଟ । ଥଇଥାନ ହେବେ ଉଠା ଦୋକାନୀ । ବକେୟା ରାଜସ୍ବ ଆଦାୟ ପାଇଁ ଅଣ୍ଟା ଭିଡ଼ିଲା ବିଏମସି । ଖର୍ଚ୍ଚ ସହ ଆୟ କରିବାକୁ ରଖିଛି ଲକ୍ଷ୍ୟ । ଚଳିତ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଏମସି ପ୍ରସ୍ତୁତ କରିଲା ୬୯୦ କୋଟି ୨ ଲକ୍ଷ ଟଙ୍କାର ଚିଠା । ଶୁକ୍ରବାର ହୋଇଥିବା କର୍ପୋରେସନ ବୈଠକରେ ଏନେଇ ନିଷ୍ପତି ହୋଇଛି । ଏଥିରେ ମୁଖ୍ୟତଃ ବିଭିନ୍ନ ପ୍ରକଳ୍ପର ପରିଚାଳନା ଓ ରକ୍ଷଣାବେକ୍ଷଣକୁ ଗୁରୁତ୍ବ ଦିଆଯାଇଛି ।

ସହରାଞ୍ଚଳବାସୀଙ୍କୁ ଉତ୍ତମ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି ବିଏମ୍‌ସି । ସହରର ସମସ୍ତ ସମ୍ପଦ କେନ୍ଦ୍ରରେ ସିସିଟିଭି କ୍ୟାମେରା, ଉଠା ଦୋକାନୀଙ୍କ ଥଇଥାନ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭଳି ସମସ୍ତ ସହରୀ ସୁବିଧା ପାଇଁ ଦିଆଯିବ ଗୁରୁତ୍ଵ । ଏଭଳି କହିଛନ୍ତି ବିଏମ୍‌ସି ମେୟର । ଚଳିତଥର ବିଭିନ୍ନ ପ୍ରକଳ୍ପ ପାଇଁ ମୋଟା ଅଙ୍କର ବ୍ୟୟ ବରାଦ ଲକ୍ଷ୍ୟ ରଖିଛି ବିଏମସି । ଏହା ସହିତ ଆୟ ବୃଦ୍ଧି ପାଇଁ ମଧ୍ୟ ଯୋଜନା କରିଛି ।

ବିଭିନ୍ନ ରାଜସ୍ୱ ଓ ଅନ୍ୟାନ୍ୟ ଅର୍ଥ ମିଶାଇ ଆସନ୍ତା ଆର୍ଥିକ ବର୍ଷରେ ବିଭାଗ ୭୦୮ କୋଟି ୫୪ ଲକ୍ଷ ଟଙ୍କା ଆୟ କରିବାକୁ ବିଭାଗ ଲକ୍ଷ୍ୟ ରଖିଥିବା କହିଛନ୍ତି ମେୟର । ତେବେ ଏଥିପାଇଁ ବଜେଟ ଚିଠା ଆଗତ ହୋଇଛି । ଯଦି ଏହି ବଜେଟ ଉପରେ କିଛି ଆପତି ଥାଏ ତେବେ ଆସନ୍ତା କର୍ପୋରେସନ ବୈଠକ ସୁଦ୍ଧା ପରାମର୍ଶ ଓ ସଂଶୋଧନ କରିବାକୁ ପରାମର୍ଶ ଦେବାକୁ କୁହାଯାଇଛି । ଏହାସହ ପରବର୍ତ୍ତୀ ବୈଠକରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବା ସହିତ ଏହା ମାର୍ଚ୍ଚ ମାସ ସୁଦ୍ଧା ସରକାରୀ ଅନୁମୋଦନ ପାଇବାର ବିଧି ରହିଛି ବୋଲି କହିଛନ୍ତି ମେୟର ସୁଲୋଚନ ଦାସ ।

ଆଲୋଚନା ହୋଇ ବଜେଟ୍‌ ପାରିତ ହେବ ଓ ଅନୁମୋଦନ ପାଇଁ ନଗର ଉନ୍ନୟନ ବିଭାଗକୁ ପଠାଯିବ । ତେବେ ବଜେଟ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ ପରିଚାଳନା ଓ ରକ୍ଷଣାବେକ୍ଷଣ ବାବଦରେ ୨୦୩କୋଟି ୬୪ଲକ୍ଷ, ଅଫିସ୍‌ ପରିଚାଳନା ପାଇଁ ୯୫କୋଟି ୧୫ଲକ୍ଷ, ପ୍ରଶାସନିକ ଖର୍ଚ୍ଚ ୧୫କୋଟି ୧୨ଲକ୍ଷ, ଋଣର ସୁଧ ବାବଦ ୩କୋଟି ୬୨ଲକ୍ଷ, ବିଏମ୍‌ସି ବିଭିନ୍ନ କାର୍ଯ୍ୟକ୍ରମ ଓ ସଚେତନତା ସଭା ପାଇଁ ୪କୋଟି ୭୭ଲକ୍ଷ, ଅନୁଦାନ ବଣ୍ଟନ ୬୫କୋଟି ୨୫ଲକ୍ଷ ବ୍ୟୟ ଅଟକଳ କରଯାଇଛି । ‌ପ୍ରସ୍ତୁତ ହୋଇଥିବା ବଜେଟ୍‌ରେ ପଛୁଆ ୱାର୍ଡ ଗୁଡ଼ିକର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ରହିଛି ।

ବିଶେଷ କରି ସହର ଉପକଣ୍ଠରେ ରହିଥିବା ୱାର୍ଡଗୁଡ଼ିକୁ ଅଧିକ ପାଣ୍ଠି ଯୋଗାଇବାକୁ ସ୍ଥିର ହୋଇଛି । ରାଜଧାନୀର ସମସ୍ତ ଅଞ୍ଚଳ ଏବଂ ନୂତନ ଭାବରେ ମିଶିଥିବା ଗ୍ରାମାଞ୍ଚଳଗୁଡ଼ିକରେ ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ଯୋଜନାକୁ ଶତ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖାଯାଇଛି । ବଜେଟ୍‌ରେ ପାର୍କ, ନୂତନ ଗୋଷ୍ଠୀ ଓ ସର୍ବସାଧାରଣ ଶୌଚାଳୟ, କଂସେଇ ଖାନା, କମ୍ୟୁନିଟି କେନ୍ଦ୍ର, ନୂତନ ରାସ୍ତା ଓ ଡ୍ରେନ୍‌ ନିର୍ମାଣ ପାଇଁ ବ୍ୟବସ୍ଥା ରହିଛି ।

ବଜେଟ୍‌ରେ ସମସ୍ତ ଅଞ୍ଚଳର ବିକାଶ ତଥା ସମସ୍ତ ବର୍ଗର ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି କହିଛନ୍ତି ଭୁବନେଶ୍ୱର ମେୟର । ଏହି ବୈଠକରେ ମେୟରଙ୍କ ସମେତ ଉତ୍ତର ବିଧାୟକ ସୁଶାନ୍ତ ରାଉତରାୟ ଡେପୁଟି ମେୟର, କମିଶନର, ଅତିରିକ୍ତ କମିଶନର, କର୍ପୋରେଟର ପ୍ରୀତିନନ୍ଦା ରାଉତ ଓ ସମସ୍ତ କର୍ପୋରେଟର ଉପସ୍ଥିତ ଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.