ETV Bharat / state

ସମାନ Grade Payକୁ ସମାନ ଦରମା ଦାବି, ୩ଦିନିଆ ସାମୁହିକ ଛୁଟିରେ ୩୦୦୦ରୁ ଊର୍ଦ୍ଧ୍ବ ଅଧ୍ୟାପକ - ଅଧ୍ୟାପକଙ୍କ ଆନ୍ଦୋଳନ

ରାଜରାସ୍ତାରେ ନିଖିଳ ଓଡ଼ିଶା ୬୬୨ ବର୍ଗର ଯୁକ୍ତ ୨ ଓ ଯୁକ୍ତ ୩ ବେସରକାରୀ ଅଧ୍ୟାପକ । ସମାନ Grade Payକୁ ସମାନ ଦରମା ଦିଆଯାଉନଥିବା ଅଭିଯୋଗ କରି ସେମାନେ ଆନ୍ଦୋଳନ କରିଛନ୍ତି । ଅଧିକ ପଢନ୍ତୁ

662 category colleges association protest

author img

By

Published : Feb 13, 2023, 9:59 PM IST

ସମାନ Grade Payକୁ ସମାନ ଦରମା ଦାବି, ୩ଦିନିଆ ସାମୁହିକ ଛୁଟିରେ ୩୦୦୦ରୁ ଊର୍ଦ୍ଧ୍ବ ଅଧ୍ୟାପକ

ଭୁବନେଶ୍ବର: ନିଖିଳ ଓଡ଼ିଶା ୬୬୨ ବର୍ଗର ଯୁକ୍ତ ୨ ଓ ଯୁକ୍ତ ୩ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆନ୍ଦୋଳନ । ସମାନ କାମକୁ ସମାନ ଦରମା ଦାବି ନେଇ ସେ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପ୍ରାୟ ୩୦୦୦ରୁ ଅଧିକ ଅଧ୍ୟାପକ ୩ ଦିନିଆ କଲେଜରୁ ସାମୁହିକ ଛୁଟି ନେଇ ଆନ୍ଦୋଳନ କରିଛନ୍ତି । ଏହି ଆନ୍ଦୋଳନ ପରେ ଯଦି ସରକାର ସମାନ Grade Payକୁ ସମାନ ଦରମା ନ ଦିଅନ୍ତି ତେବେ ଅଧ୍ୟାପକମାନେ ପରୀକ୍ଷାରେ ଅସହଯୋଗ କରିବାକୁ ଧମକ ଦେଇଛନ୍ତି ।

ନିଖିଳ ଓଡ଼ିଶା ୬୬୨ ବର୍ଗ ବେସରକାରୀ କଲେଜ ଅଧ୍ୟାପକ କର୍ମଚାରୀ ସଂଘ ୪ ଦଫା ଦାବି ନେଇ ମାଷ୍ଟର କ୍ୟାଣ୍ଟିନଠାରେ ବିଶାଳ ଯୋଭାଯତ୍ରା କରିଛନ୍ତି । ଶିକ୍ଷାଦାନ କାର୍ଯ୍ୟରେ ନିୟୋଜିତ ହେବାର ୩୦ ବର୍ଷ ପରେ ମଧ୍ୟ ସବୁ କ୍ଷେତ୍ରରେ ବରିଷ୍ଠ ଥିବା ଅଧ୍ୟାପକ ଓ କର୍ମଚରୀମାନେ ବାରମ୍ବାର ବୈମାତୃକ ମନୋଭାବର ଶିକାର ହୋଇ ଆସୁଛନ୍ତି । ଉଭୟ ବର୍ଗର ଅଧ୍ୟାପକ ମାନେ ଦୀର୍ଘ ୧ ବର୍ଷ ଧରି ସମାନ ଗ୍ରେଡ ପେ'ରେ ସମାପନ ହାରରେ ସମାନ ଦରମା ପାଉଥିଲେ। କିନ୍ତୁ ୨୧ ଜାନୁଆରୀ ୨୦୨୩ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ କିଛି ଅଧ୍ୟାପକ ଓ କର୍ମାରୀମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଯାଇଛି ।

ଏହା ବି ପଢନ୍ତୁ- କଂଗ୍ରେସରେ ସାମିଲ ହେବା ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜୟ, କହିଲେ ତାଙ୍କ ଇଚ୍ଛାରେ ଆଗକୁ ରାଜ୍ୟରେ ପରିବର୍ତ୍ତନ ଆସିବ

୬୬୨ ବର୍ଗର ଅଧ୍ୟାପକମାନେ ସିନିୟର ପୋଷ୍ଟରେ ଚାକିରି କରିଛନ୍ତି । ହେଲେ ସେମାନଙ୍କୁ ଅଣଦେଖା କରାଯାଇ ଅନ୍ୟ ଅଧ୍ୟାପକଙ୍କୁ ୧୦ ହଜାର ଟଙ୍କା ଅଧିକ ଦରମା ଦେଉଛନ୍ତି ସରକାର । ତେବେ ଏଭଳି ପାତର ଅନ୍ତର ଓ ବର୍ଗୀକରଣ ନକରି ୭ମ ବେତନ କମିଶନଙ୍କ ସଠିକ ନିୟମ ଆଧାରରେ ସମାନ ଗ୍ରେଡ ପେକୁ ସମାନ ଦରମା ପାଇଁ ସଂଘ ଦାବି କରିଛି । ଆନ୍ଦୋଳନରତ କର୍ମଚାରୀଙ୍କ ଦାବି ହେଉଛି ସମାନ ଗ୍ରେଡ ପେ ଆଧାରରେ ସମାନ ଦରମା ବୃଦ୍ଧ, ଦ୍ବିତୀୟରେ ସମସ୍ତଙ୍କୁ ଗ୍ରାଚ୍ୟୁଇଟି ଓ ପେନସନ ପ୍ରଦାନ, ୧.୧.୨୦୨୨ରୁ ୨୦୧୮ ଜି.ଓ ପ୍ରତ୍ୟାସିମାନଙ୍କୁ ୭ମ ବେତନ ଦରମା ପ୍ରଦାନ ଏବଂ ଅସଙ୍ଗତି ପଦବୀ ପାଇଁ ଆହୂତ ତଥ୍ୟକୁ ତୁରନ୍ତ ଯାଞ୍ଚ କରି ଅନୁଦାନ ପ୍ରଦାନ।

ଏହି ପ୍ରସଙ୍ଗରେ ଯଥାଶୀଘ୍ର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ। ଏହାର ଆଶୁ ସମାଧାନ କରିବା ପାଇଁ ସଂଘ ଦାବି କରିଛି। ଯଦି ଏହି ନିଷ୍ପତ୍ତିର ଶୀଘ୍ର ପୁନଃବିଚାର ନ କରାଯାଏ ତେବେ ଏହି ଆନ୍ଦୋଳନ ଆମରଣ ଅନଶନ ଭଳି କଠୋର ପଦକ୍ଷେପ ନେବେ। ଆବଶ୍ୟକ ପଡିଲେ ଆଗାମୀ ଦିନରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବାର୍ଷିକ ପରୀକ୍ଷାରେ ଅସହଯୋଗ କରାଯିବା ସହ ପରବର୍ତ୍ତୀ ସମୟରେ ମୂଲ୍ୟାଙ୍କନ ବର୍ଜନ ଭଳି କଠୋର ନିଷ୍ପତ୍ତି ନେବେ ବୋଲି ନିଖିଳ ଓଡ଼ିଶା ୬୬୨ ବେସରକାରୀ ଅଧ୍ୟାପକ ସଂଘର ସଭାପତି ଗୋଲକ ନାୟକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.