ETV Bharat / state

ବଡବେରଣା-ଗୋବିନ୍ଦପୁର ରାସ୍ତାରୁ ମଦ ବୋଝେଇ ପିକଅପ ଜବତ, ଡ୍ରାଇଭର ଅଟକ - 600 ଲିଟର ଦେଶୀ ମଦ ଜବତ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ବଡବେରଣା-ଗୋବିନ୍ଦପୁର ରାସ୍ତାରୁ ଏକ ମଦ ବୋଝେଇ ପିକଅପ ଜବତ ହୋଇଛି । ଘଟଣାରେ ଗାଡି ଡ୍ରାଇଭରକୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ...

ବଡବେରଣା-ଗୋବିନ୍ଦପୁର ରାସ୍ତାରୁ ମଦ ବୋଝେଇ ପିକଅପ ଜବତ, ଡ୍ରାଇଭର ଅଟକ
ମଦ ବୋଝେଇ ପିକଅପ ଜବତ, ଡ୍ରାଇଭର ଅଟକ
author img

By

Published : Nov 5, 2020, 7:34 AM IST

Updated : Nov 5, 2020, 7:49 AM IST

ଖୋର୍ଦ୍ଧା:ପୋଲିସ କବଜାରେ ଦେଶୀ ମଦ ଚାଲାଣକାରୀ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ବଡବେରଣା-ଗୋବିନ୍ଦପୁର ରାସ୍ତାରୁ ଧଳାପଥର ଫାଣ୍ଡି ପୋଲିସ ବୁଧବାର ଏକ ମଦ ବୋଝେଇ ପିକଅପ ଜବତ କରିଛି । ବାଙ୍କୀ ମାଳବିହାରୀପୁର ଅଞ୍ଚଳରୁ ଏହି ମଦ ସବୁ ଚାଲାଣ କରାଯାଉଥିଲା । ଗାଡିରୁ 6 ଶହ ଲିଟର ଦେଶୀ ମଦ ଜବତ କରାଯିବା ସହ ଡ୍ରାଇଭରକୁ ଅଟକ ରଖାଯାଇଛି । ଅଟକ ଡ୍ରାଇଭର ଜଣକ ମାଳବିହାରୀପୁର ଅଞ୍ଚଳର ଲଳିତ ମୋହନ ଦାସ ବୋଲି ଜଣାପଡିଛି ।

ବଡବେରଣା-ଗୋବିନ୍ଦପୁର ରାସ୍ତାରୁ ମଦ ବୋଝେଇ ପିକଅପ ଜବତ, ଡ୍ରାଇଭର ଅଟକ

ସୂଚନା ମୁତାବକ, ବ୍ରହ୍ମପୁରା-କଳାପଥର ରାସ୍ତାଦେଇ ପ୍ରତିଦିନ ବଡ ବଡ ଗାଡିରେ ଦେଶୀ ମଦ ଚାଲାଣ ହେଉଥିବାର ଅଭିଯୋଗ ହୋଇଥିଲା । ହେଲେ ପୋଲିସ ବଡ ମଦ ମାଫିଆଙ୍କୁ ଛାଡି ଏଭଳି ଛୋଟ ମାଫିଆଙ୍କୁ ଧରି ବାଃ ବାଃ ସାଉଁଟିବାକୁ ବସିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବେଗୁନିଆ ଥାନା ଅଞ୍ଚଳରେ ନିଶା ମାଫିଆ ସକ୍ରିୟ ହେଉଥିବା ନେଇ ପୂର୍ବରୁ ସୂଚନା ରହିଥିଲେ ମଧ୍ୟ ବେଗୁନିଆ ପୋଲିସ ସେମାନଙ୍କ ଉପରେ ସେଭଳି କିଛି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଆସୁଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Nov 5, 2020, 7:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.