ଖୋର୍ଦ୍ଧା: କୋରୋନା ଭୁତାଣୁ ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲା ନରଖିବା ଲାଗି ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ସତ୍ତ୍ବେ ଏହାକୁ ଉଲ୍ଲଙ୍ଘନ କରି ଦୋକାନ ଖୋଲୁଥିବା ଅଭିଯୋଗରେ ମଙ୍ଗଳବାର ଖୋର୍ଦ୍ଧା ପୌର ପ୍ରଶାସନ ୬ଟି ଦୋକାନକୁ ସିଲ୍ କରିଛି ।
ଦୋକାନ ଗୁଡିକ ଗୁରୁଜଙ୍ଗ, ମୁକୁନ୍ଦ ପ୍ରସାଦ ଏବଂ ଖୋର୍ଦ୍ଧା ଅଞ୍ଚଳରୁ ଦୁଇଟି ଲେଖାଏଁ ଦୋକାନ ରହିଛି । ଚାହା ଓ ପାନ ଦୋକାନୀ ଏବଂ ଦୁଇ ଜଣ ଉଠା ଦୋକାନୀ ରହିଛନ୍ତି । ବାରମ୍ବାର ପ୍ରଶାସନର କହିବା ସତ୍ତ୍ୱେ ବ୍ୟବସାୟୀ ମାନେ ଦୋକାନ ଖୋଲା ରଖୁଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ