ଖୋର୍ଦ୍ଧା: ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଦେଉଳଟାଙ୍ଗି ଗ୍ରାମରେ ଅଘଟଣ । ଶୁକ୍ରବାର ରାତିରେ ବଜ୍ରାଘାତରେ 6 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ଥିବା ଜଣାପଡିଛି ।


ଆହତ ମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେହିପରି ବଜ୍ରପାତରେ ମୁସଲିମ ପରିବାରର 2 ବଖରା ଘର ମଧ୍ୟ ପୋଡି ଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଟିଭି ଭାରତ