ଖୋର୍ଦ୍ଧା: ଜଟଣୀରେ କଳାପଲସର ଆତଙ୍କ । ବନ୍ଧୁକ ଦେଖାଇ ଦିନ ଦ୍ବିପ୍ରହରରେ ଲୁଟି ନେଲେ 6 ଲକ୍ଷ ଟଙ୍କା । କୁଦିଆରୀ ଗ୍ରାମର ସମରେଶ ଜେନାଙ୍କ ଠାରୁ ଦୁର୍ବୃତ୍ତ ଲୁଟି ନେଇଛନ୍ତି ଟଙ୍କା ।
ସମରେଶ ଗୁରୁବାର ଜଟଣୀ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ 6 ଲକ୍ଷ ଟଙ୍କା ଉଠାଇ ଜଟଣୀ ଷ୍ଟେସନ ରାସ୍ତା ଦେଇ ଘରକୁ ଫେରୁଥିଲେ । ଏହି ସମୟରେ ଏକ କଳା ପଲସରରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କୁ ବନ୍ଧୁକ ଦେଖାଇ ସମସ୍ତ ଟଙ୍କା ଲୁଟି ନେଇଥିଲେ । ଖବର ପାଇ ଜଟଣୀ କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ