ଖୋର୍ଦ୍ଧା: ଯୁକ୍ତଦୁଇ ପରୀକ୍ଷାକୁ ବାତିଲ କରିବା କିମ୍ବା ଅନଲାଇନରେ ପରୀକ୍ଷା କରିବା ଦାବିରେ ବିଭିନ୍ନ କଲେଜର ଛାତ୍ର ମାନେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ 57ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।
ଖୋର୍ଦ୍ଧାର ପିଏନ ମହାବିଦ୍ୟାଳୟ, ଅରଗୁଳ କଲେଜ, ଜଟଣୀ, କେରଙ୍ଗ ଏବଂ ଏମପିଜେ ମହା ବିଦ୍ୟାଳୟର ଛାତ୍ର ମାନେ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ଘଟଣା ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ପରେ ଛାତ୍ରଙ୍କୁ ଆଶ୍ବସ୍ତି ମିଳିଥିଲା । ଦାବି ଉପରେ ସରକାରଙ୍କୁ ଜଣାଇବାକୁ ପ୍ରତିଶ୍ରୁତି ଦେବାପରେ ଉତ୍ୟକ୍ତ ଛାତ୍ରମାନେ ଧାରଣାରୁ ହଟିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ