ETV Bharat / state

ତିନିଦିନିଆ କଳାହାଣ୍ଡି ଓ ନୂଆପଡା ଗସ୍ତରେ CMO; ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ ପରାମର୍ଶ

author img

By

Published : May 19, 2023, 10:45 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି. କେ ପାଣ୍ଡିଆନ ଆଜି ତିନିଦିନିଆ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତରେ ଯାଇ ପ୍ରଥମ ଦିନରେ ଉତ୍କେଲା, ମଦନପୁର ଓ ଭବାନୀପାଟଣା ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିଛନ୍ତି । ଅଧିକ ପଢନ୍ତୁ

5t secretary vk pandian
5t secretary vk pandian

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତିନିଦିନିଆ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି. କେ ପାଣ୍ଡିଆନ । ଗସ୍ତର ପ୍ରଥମ ଦିନରେ ଟିମ ଉତକେଲା, ମଦନପୁର ଓ ଭବାନୀପାଟଣା ଗସ୍ତରେ ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିଛନ୍ତି । ଏହା ସହ ଛାତ୍ରଛାତ୍ରୀ, ମହିଳା, କ୍ରୀଡାବିତ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ଟିମ ଆଲୋଚନା କରିଛି । ଟିମ ପ୍ରଥମେ ଉତକେଲା ବିମାନ ଘାଟିର ବିକାଶ କାମ ଅନୁଧ୍ୟାନ କରିଛନ୍ତି । କଳାହାଣ୍ଡିକୁ ବାୟୁ ସଂଯୋଗର ବିକାଶ ପାଇଁ ଉତକେଲା ବିମାନ ଘାଟି ରନୱେର ସମ୍ପ୍ରସାରଣ କାମ ଡିସେମ୍ବର 23 ସୁଦ୍ଧା ଶେଷ କରିବାକୁ ଟିମ ପରାମର୍ଶ ଦେଇଛି । ପରେ ଟିମ ବେଲଖଣ୍ଡିର ପ୍ରସିଦ୍ଧ ଉମା ମହେଶ୍ବର ଧବଳେଶ୍ଵର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରର ବିକାଶ ସମ୍ପର୍କରେ ସେବାୟତ ଓ କମିଟି ସଭ୍ଯମାନଙ୍କ ସହ ଆଲୋଚନା କରିଛନ୍ତି । ମନ୍ଦିର ବିକାଶ ପାଇଁ 15 ଦିନ ଭିତରେ DPR ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କୁ ଟିମ ପରାମର୍ଶ ଦେଇଛି ।

ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୂପାନ୍ତର କାମ ଟିମ ବୁଲି ଦେଖିଛି । ଏହା ସହ ଆମ ହସ୍ପିଟାଲ କାମ ଆଗାମୀ ଛ' ମାସ ମଧ୍ୟରେ ଶେଷ କରିବା ପାଇଁ ଟିମ ପରାମର୍ଶ ଦେଇଛି । ଏହି ଅବସରରେ ଟିମ ନିରାମୟ କେନ୍ଦ୍ରରେ ମାଗଣା ଔଷଧ ବଣ୍ଟନ କାମ ଅନୁଧ୍ୟାନ କରିଛି । ତେଲ ନଦୀ ଉପରେ ନିର୍ମାଣ ହେଉଥିବା ସନ୍ଦୁଲ ବ୍ୟାରେଜ କାମର ଅଗ୍ରଗତିର ଟିମ ସମୀକ୍ଷା କରିଛି । ଏହା ସହ କାମ ଶୀଘ୍ର ଶେଷ କରିବାକୁ ଟିମ ପରାମର୍ଶ ଦେଇଛି । ମାର୍ଚ୍ଚ 24 ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ଥିବା ବିଷୟ ବିଭାଗୀୟ କର୍ତ୍ତୁପକ୍ଷ ଟିମକୁ ଅବଗତ କରିଛନ୍ତି । ଏହି ବ୍ୟାରେଜ କାମ ଶେଷ ହେଲେ ନର୍ଲା, କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକର 29 ଟି ଗାଁର ଚାଷ ଜମିକୁ ଅଣ୍ଡରଗ୍ରାଉଣ୍ଡ ପାଇପ ଦ୍ଵାରା ପାଣି ମିଳିପାରିବ ।

ଟିମ ନର୍ଲା ଷ୍ଟାଡିୟମ ଓ ମିଶନ ଶକ୍ତି କାଫେ ଯାଇ ଖେଳାଳି ଓ ମିଶନ ଶକ୍ତି ମା'ମାନଙ୍କ ସହ ଆଲୋଚନା କରିଛନ୍ତି । ଭବାନୀପାଟଣାରେ ଟିମ ପୋଲିସ ହାଇସ୍କୁଲ ଯାଇ ଶିକ୍ଷକ ଓ ପିଲାମାନଙ୍କ ସହ ସ୍କୁଲ ରୂପାନ୍ତର ସୁବିଧା ବିଷୟରେ ଆଲୋଚନା କରିଛନ୍ତି । ଏହି ହାଇସ୍କୁଲ ତୃତୀୟ ପର୍ଯ୍ୟାୟ ରୂପାନ୍ତର କାର୍ଯ୍ୟକ୍ରମରେ ସାମିଲ ହେଉଛି । ପରେ ଟିମ ଆଶା ସାଗର ବୁଲି ଦେଖିଛନ୍ତି । ଏହାର ପୁନଃ ଉନ୍ନତିକରଣ ପାଇଁ 30 ଦିନ ଭିତରେ DPR ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଛନ୍ତି । ସେଠାରୁ ଭବାନୀପାଟଣା ବସ ଟର୍ମିନାଲକୁ ଯାଇ କାମର ଅଗ୍ରଗତି ସମୀକ୍ଷା କରିଛି ଟିମ । ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ଟିମ ପରାମର୍ଶ ଦେଇଛି । ଏହି ଗସ୍ତ ସମୟରେ ଟିମ କଳାହାଣ୍ଡି ମେଡ଼ିକାଲ କଲେଜ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ବୁଲି ଦେଖିଛନ୍ତି । ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ସମସ୍ୟା ଓ ବିକାଶ ବିଷୟରେ ଟିମ ଆଲୋଚନା କରିଛି ।

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ ଓ ଉନ୍ନତ ଲାବ୍ରୋଟାରୀର ବିକାଶ କରାଯିବ ବୋଲି ଟିମ ସୂଚନା ଦେଇଛି । କଳାହାଣ୍ଡି ଟାଉନ ହଲରେ ଟିମ ମିଶନ ଶକ୍ତି ମା'ମାନଙ୍କୁ ଭେଟିଛି । ଜୁନାଗଡରେ ପ୍ରସିଦ୍ଧ ଲଙ୍କେଶ୍ଵରୀ ମନ୍ଦିରର ବିକାଶ ସମ୍ପର୍କରେ ମନ୍ଦିର କମିଟି ସହ ଟିମ ଆଲୋଚନା କରିଛି । ଶୀଘ୍ର ପୁନଃଉନ୍ନୟନ କାର୍ଯ୍ୟ ପାଇଁ DPR ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି । ଜୁନାଗଡର ବିଜୁ ପଟ୍ଟନାୟକ ଷ୍ଟାଡିୟମ କାମ ଅଗ୍ରଗତିର ଟିମ ସମୀକ୍ଷା ମଧ୍ଯ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.