ETV Bharat / state

ଖୋର୍ଦ୍ଧାର ସମସ୍ତ କଲେଜ 5Tରେ ହେବ ରୂପାନ୍ତରଣ, ୬ ମାସ ମଧ୍ୟରେ ସରିବ କାମ

author img

By

Published : Aug 21, 2023, 8:53 PM IST

5T ସଚିବ ଭିକେ ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲ୍ଲା ଗସ୍ତ । ସମସ୍ତ କଲେଜ 5Tରେ ହେବ ରୂପାନ୍ତରିତ ହେବ ବୋଲି ଘୋଷଣା କଲେ ସଚିବ । ଅଧିକ ପଢନ୍ତୁ

Etv Bharat
Etv Bharat
ଖୋର୍ଦ୍ଧାର ସମସ୍ତ କଲେଜ 5Tରେ ହେବ ରୂପାନ୍ତରଣ

ଭୁବନେଶ୍ବର: ଫାଇଭ-ଟି ଅନ୍ତର୍ଭୁକ୍ତ ହେବ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ ତିନି କଲେଜ । ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ନେଇ ୫ଟି ସିଚବ ଭିକେ ପାଣ୍ଡିଆନ ଜିଲ୍ଲା ଗସ୍ତ ସମୟରେ ଘୋଷଣା କରିଛନ୍ତି । ଆସନ୍ତା ୬ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରହିଛି । ସେପଟେ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାରୁ ପ୍ରାୟ ୧୩୦ଟି କଲେଜରୁ ପାଖାପାଖି ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରଣ କରିଛନ୍ତି ।

୫ଟି କଲେଜରେ ରହିବ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ, ଛାତ୍ରଛାତ୍ରୀଙ୍କ କମନ ରୁମ ପରି ଉନ୍ନତିକରଣ କାର୍ଯ୍ୟ ଏହି କଲେଜ ଗୁଡିକରେ କରାଯିବ। କାମରେ ବିଲମ୍ବ କରାନଯାଇ ନିରବଚ୍ଛିନ୍ନ ଭାବେ ସମସ୍ତ କାର୍ଯ୍ୟ ଶେଷ କରାଯିବ । କଲେଜଗୁଡିକରେ କାମ ଆରମ୍ଭ ହେବା ଆଗରୁ ଶ୍ରେଣୀଗୃହର ଏକ ଫଟୋ ଓ କାମ ସରିବା ପରେ ଆଉ ଏକ ଫଟୋ ଉଠାଇ ଶ୍ରେଣୀ ଗୃହର ଉନ୍ନତିକରଣର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ ପିଲାଙ୍କୁ ପରାମର୍ଶ ଦେଇଛନ୍ତି ୫ଟି ସଚିବ । ତେବେ ସମସ୍ତ କାର୍ଯ୍ୟ ୬ ମାସ ମଧ୍ୟରେ ହେବ । ଆଗାମୀ ନୂଆ ବର୍ଷରେ ଅନେକ କଲେଜର କାର୍ଯ୍ୟ ଶେଷ ହେବା ନେଇ ସୂଚନା ଦେଇଛନ୍ତି ୫ଟି ସଚିବ।

ପିଲାଙ୍କୁ 5T ସଚିବଙ୍କ ତିନୋଟି ଅନୁରୋଧ:- ଖୋର୍ଦ୍ଧା ଜିଲ୍ଲାର ସମସ୍ତ କଲେଜର ପିଲାଙ୍କୁ ନେଇ କାର୍ଯ୍ୟକ୍ରମରେ ୫ଟି ସଚିବ ଛାତ୍ରଛାତ୍ରୀ କିଛି ଅନୁରୋଧ କରି କହିଛନ୍ତି, "ଆପଣମାନେ ବାପାମାଆଙ୍କ ପାଇଁ ଦିନରାତି କାର୍ଯ୍ୟ କରିବେ । ଯାହା ଫଳରେ କି ଆଗାମୀ ଦିନରେ ସଫଳତା ସୁନିଶ୍ଚିତ ମିଳିବ । ଦ୍ବିତୀୟ ଅନୁରୋଧ ହେଉଛି ଏହି ସମୟରେ ବିଭିନ୍ନ କଲେଜରେ ରୂପାନ୍ତରିତ କାର୍ଯ୍ୟ ଚାଲିବ । କଲେଜ ବି ସମସ୍ତଙ୍କ ଘର ଭଳି । ତେବେ ଆପଣମାନେ ମଧ୍ୟ ଏହି କାର୍ଯ୍ୟରେ ଶ୍ରମଦାନ କରିବେ । ଏଥିରେ ଭାଗ ନେଇ ନିଜ କଲେଜର ସ୍ମୃତିରେ ସାମିଲ ହେବେ । ତୃତୀୟ ଅନୁରୋଧ ହେଉଛି କଲେଜଗୁଡ଼ିକରେ ରୂପାନ୍ତରୀକରଣ ଚାଲିବ । ଏହାର ଫଟୋ ନେବେ ଓ ଛୋଟ ଭିଡିଓ ନେବେ । ଏହାକୁ ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରିବେ । ଯେଉଁମାନଙ୍କର ଭଲ ପୋଷ୍ଟ ହେବ ସେମାନଙ୍କ ପୋଷ୍ଟକୁ ରିଟ୍ବିଟ କରିବି । ନୂଆ ବର୍ଷରେ ଆପଣଙ୍କ ନୂଆ କ୍ଲାସରୁମ୍ ହୋଇଯିବ ।"

ଏହା ବି ପଢନ୍ତୁ- Ink Attack: କାଳିମାଡର କାରଣ କହିଲେ ଭାସ୍କର, ପୁରୀ ଜିଲ୍ଲାପାଳଙ୍କୁ ମାଗିଲେ କ୍ଷମା

ଶିକ୍ଷାକ୍ଷେତ୍ରରେ ପ୍ରଗତି କରିବା 5T ସଚିବଙ୍କ ଟିପ୍ସ:- ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରଗତି କରିବା ପାଇଁ ମେଣ୍ଟାଲ ଫିଟନେସ, ଫିଜିକାଲ ଫିଟନେସ, କଠିନ ପରିଶ୍ରମ, ବନ୍ଧୁର ଗୁରୁତ୍ବ, ଜୀବନରେ ଗୁରୁଙ୍କ ସ୍ଥାନ, ଡ୍ରଗ ଓ ସୋସିଆଲ ମିଡ଼ିଆଠାରୁ ଦୂରେଇ ରହିବା ପାଇଁ ଗୁରୁମନ୍ତ୍ର ଦେବା ସହ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପଲାଇନ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସଚିବ । କିଛି କଲେଜର ଅଭିଯୋଗକୁ ନେଇ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ରହିଛି । କଠିନ ପରିଶ୍ରମ ଆତ୍ମବିଶ୍ବାସ ରଖିବା ସଫଳତା ନିଶ୍ଚିତ ଭାବରେ ମିଳିବ।

ବର୍ଷାରେ ଭିଜିଲେ ଛାତ୍ରଛାତ୍ରୀ:- ଖୋର୍ଦ୍ଧା ଜିଲ୍ଲାର ସମସ୍ତ ୧୩୦ କଲେଜର ପିଲାମାନେ ଭୁବନେଶ୍ଵର ଜନତା ମଇଦାନରେ ଏକାଠି ହୋଇଛନ୍ତି । କାର୍ଯ୍ୟକ୍ରମ ୧ଟା ବେଳ ଆରମ୍ଭ ହେବାକୁ ଥିବା ବେଳେ ଛାତ୍ରଛାତ୍ରୀ ଦିନ ୧୦ଟା ସୁଦ୍ଧା ଆସି ପହଞ୍ଚିଯାଇଥିଲେ । ଏହି କାର୍ଯ୍ୟକ୍ରମ ବେଳେ ଅନେକ ଛାତ୍ରଛାତ୍ରୀ ଦୀର୍ଘ ସମୟ ଧରି ବାହାରେ ଛିଡ଼ା ହୋଇ ବର୍ଷାରେ ଭିଜିଥିବା ଦେଖିବାକୁ ମିଳିଥିଲା । ଏହା ସହ ଖୋର୍ଦ୍ଧା ଜିଲ୍ଲାରୁ ଅନେକ ସ୍ଥାନରୁ ୧୪୦ଟି ବସରେ ଆସିଥିଲେ ପାଖାପାଖି ୧୫ ହଜାର ଛାତ୍ରଛାତ୍ରୀ ।

5Tରେ ସାମିଲ ହେଲା ଖୋର୍ଦ୍ଧାର ହାୟର ସେକେଣ୍ଡାରୀ ସ୍କୁଲ:- ୫ଟିରେ ସାମିଲ ହେଲା ଖୋର୍ଦ୍ଧାର ହାୟର ସେକେଣ୍ଡାରୀ ସ୍କୁଲ । ତେବେ ସେହି କଲେଜଗୁଡିକ ହେଲା, ପ୍ରତାପ ଶାସନ କଲେଜ ବନମାଳୀପୁର କଲେଜ, ଶିଶୁ ଅନନ୍ତ ମହାବିଦ୍ୟାଳୟ, ଗୋଦାବରୀ ମହାବିଦ୍ୟାଳୟ, ନାଚୁଣୀ ମହାବିଦ୍ୟାଳୟ, ଗ୍ରାମନାଇ ମହାବିଦ୍ୟାଳୟ, ବେଗୁନିଆ ମହାବିଦ୍ୟାଳୟ, ରାମଚଣ୍ଡୀ ଡିଗ୍ରୀ କଲେଜ, କୁଞ୍ଚ ବିହାରୀ କଲେଜ, ଜୟଦେବ କଲେଜ, କମଲାନେହୁରୁ କଲେଜ, ବିଜେବି କଲେଜ, ରମାଦେବୀ କଲେଜ, ମହର୍ଷି ନାଚୁରାଲ ଲ କଲେଜ୍, ରାଜଧାନୀ କଲେଜ, ଦେବରାୟ କଲେଜ, ଏକାମ୍ର କଲେଜ, ବିଜୁ ପଟ୍ଟନାୟକ କଲେଜ, ବେଶିକ ସାଇନ୍ସ କଲେଜ, ପି ଏନ୍ କଲେଜ, ହଳଦିଆ କଲେଜ, ଶ୍ରୀଜଗନ୍ନାଥ କଲେଜ ଭଳି ଅନେକ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି କଲେଜ ୫ଟିରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.