ETV Bharat / state

ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ 5T ଅଧ୍ୟକ୍ଷ, କଂଗ୍ରେସ ବିରୋଧକୁ ବିଜେଡିର ସମାଲୋଚନା - Puri Parikrama Project

VK Pandian visits Puri: ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ଜମିବ ଭକ୍ତଙ୍କ ଗହଳି । ଏହା ପୂର୍ବରୁ ପୁରୀ ଗସ୍ତ କରି ପ୍ରଶାସନର ପ୍ରସ୍ତୁତି ଓ ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଅଧିକ ପଢ଼ନ୍ତୁ...

ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ 5T ଅଧ୍ୟକ୍ଷ

author img

By ETV Bharat Odisha Team

Published : Dec 30, 2023, 9:48 PM IST

ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ 5T ଅଧ୍ୟକ୍ଷ

ପୁରୀ: ନୂଆବର୍ଷରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିବେ ଲକ୍ଷ ଲକ୍ଷ ଭକ୍ତ । ସେଥିପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ପୁରୀ ଗସ୍ତରେ ଆସି ଏହାର ସମୀକ୍ଷା କରିଛନ୍ତି 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ବରିଷ୍ଠ ଓ ଦିବ୍ୟାଙ୍ଗ ଭକ୍ତମାନଙ୍କ ପାଇଁ ଦର୍ଶନରେ ସହାୟତା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇପାରିବ ଏବଂ ଭକ୍ତଙ୍କୁ କିଭଳି ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯାଇପାରିବ, ସେନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି 5T ଅଧ୍ୟକ୍ଷ । ତେବେ ଭକ୍ତମାନେ ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ ପାଇବା ନେଇ ଶ୍ରୀମନ୍ଦିର ପ୍ରଶାସନର ସମନ୍ବୟରେ ସେବାୟତ ମାନେ ସଠିକ୍‌ ସମୟରେ ନୀତିକାନ୍ତି କରିବେ ବୋଲି ବରିଷ୍ଠ ସେବାୟତ କହିଛନ୍ତି । ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଏସି ସେଡ୍‌ ପାଥ୍‌ ୱେ ଏବଂ ବରିଷ୍ଠ ଓ ଦିବ୍ୟାଙ୍ଗ ଭକ୍ତ ମାନଙ୍କ ସହାୟତା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ସ୍ବାଗତ କରିଛନ୍ତି ସେବାୟତ ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ଜାନୁଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପଣ ହେବ । ଏଥିପାଇଁ ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । 5T ଅଧ୍ୟକ୍ଷ ପୁରୀ ଗସ୍ତରେ ଆସି ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ସେହିପରି ବଡ଼ଦାଣ୍ଡରେ ନିର୍ମାଣ ହେଉଥିବା ଏସି ସେଡ୍‌ ପାଥ୍‌ ୱେ, ଅଭ୍ୟର୍ଥନା କେନ୍ଦ୍ର, ଜଗନ୍ନାଥ ବଲ୍ଲଭ ପାର୍କିଂ ଠାରୁ ଦୋଳବେଦୀ କୋଣ ପର୍ଯ୍ୟନ୍ତ ନିର୍ମାଣ ଚାଲିଥିବା ନୂତନ ଶ୍ରୀମାର୍ଗ ରାସ୍ତାର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ତେବେ ସମସ୍ତ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ; ଜାନୁଆରୀ 5 ସୁଦ୍ଧା ସବୁ କାମ ସାରିବାକୁ ଲକ୍ଷ୍ୟ

ଅନ୍ୟପଟେ ମହାପ୍ରଭୁଙ୍କ ବିକାଶ କାର୍ଯ୍ୟକୁ ରାଜନୀତି ଆଳରେ କଂଗ୍ରେସ ବିରୋଧ କରୁଛି କହି କଡ଼ା ସମାଲୋଚନା କରିଛି ବିଜେଡି । ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, "ବିକାଶ କାର୍ଯ୍ୟକୁ କଂଗ୍ରେସ ସବୁବେଳେ ବିରୋଧ କରେ ବୋଲି ସମସ୍ତେ ଜାଣିଛନ୍ତି । ଏଣୁ କଂଗ୍ରେସର ବିରୋଧକୁ ରାଜ୍ୟବାସୀ କଦାପି ଗ୍ରହଣ କରିବେ ନାହିଁ ।" ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କିଭଳି ଯଥାଶୀଘ୍ର ଶେଷ ହେବ ଏବଂ ଏହା ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ ହେବ, ସେନେଇ ଦିନରାତି ପରିଶ୍ରମ କରୁଥିବା 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟକୁ ସେବାୟତମାନେ ଉଚ୍ଚ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.