ETV Bharat / state

ରାଜଧାନୀରେ ଆଜି 57 ନୂଆ ଆକ୍ରାନ୍ତ ଚିହ୍ନଟ, 75 ସୁସ୍ଥ

author img

By

Published : Nov 15, 2020, 4:42 PM IST

ରବିବାର ରାଜଧାନୀ ଭୁବନେଶ୍ବରରେ 57 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 75 ଜଣ ସୁସ୍ଥ ହୋଇଛନ୍ତି। ଅଧିକ ପଢନ୍ତୁ...

57 new corona positives detected in Bhubaneswar, 75 recovered
ରାଜଧାନୀରେ ଆଜି 57 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, 75 ସୁସ୍ଥ

ଭୁବନେଶ୍ବର: ରବିବାର ରାଜଧାନୀରେ 57ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 75 ଜଣ ସୁସ୍ଥ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 30 ହଜାର ପାର ହୋଇଛି ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 11 ଜଣ ଆକ୍ରାନ୍ତ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 46 ଜଣ ଚିହ୍ନଟ ହୋଇଛନ୍ତି । ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ହୋମ କ୍ଵରେଣ୍ଟାଇନରେ 11ଜଣଙ୍କ ମଧ୍ୟରୁ 2 ଜଣ ବରମୁଣ୍ଡା, 2 ଜଣ ଆଇ.ଆର.ସି ଭିଲେଜ, 2 ଜଣ ଓଲଡ଼ ଟାଉନରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେକେ ସହିଦ ନଗର, ମଞ୍ଚେଶ୍ୱର, ଡୁମଡୁମା ଆଦି ଅଞ୍ଚଳରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ସ୍ଥାନୀୟ ସଂକ୍ରମଣ 46 ଚିହ୍ନଟ ହୋଇଥିବା ବେଳେ 2 ଜଣ ବରମୁଣ୍ଡା, 2 ଜଣ ପଟିଆ, 3 ଜଣ ନୟାପଲ୍ଲୀ, 5 ଜଣ ମଞ୍ଚେଶ୍ୱର, 2 ଜଣ ଶୈଳେଶ୍ରୀ ବିହାର, 2 ଜଣ ସହିଦ ନଗର, 4 ଜଣ ପୋଖରିପୁଟ, 2 ଜଣ ୟୁନିଟ 4 ଅଂଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ 30 ହଜାର 127 ଜଣ ଚିହ୍ନଟ ହୋଇଥିବା ବେଳେ 29 ହଜାର 220 ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟଙ୍କ ସଂଖ୍ୟା 690 ରହିଥିବା ବେଳେ 196 ଜଣ ମୃତ୍ୟୁବରଣ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.