ଖୋର୍ଦ୍ଧା: ବାପା-ମାଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଶିଶୁ ସୁରକ୍ଷା ଦ୍ବାରା ଉଦ୍ଧାର ହେଲା ନାବାଳିକା । ଟାଙ୍ଗି ଥାନା ଅନ୍ତର୍ଗତ ଭାଜାଗଡ଼ ଗ୍ରାମର ଦେବାଶିଷ ବଳିଆର ସିଂ ନିଜ 5 ବର୍ଷର ଶିଶୁକନ୍ୟାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ।
ଏହି ଖବର ପାଇ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଓ ଟାଙ୍ଗି ଥାନା ପୋଲିସର ସହାୟତରେ ଉଦ୍ଧାର କରି ଖୋର୍ଦ୍ଧା ସିଡବ୍ଲୁସିରେ ହାଜର କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ