ETV Bharat / state

ବେଗୁନିଆରେ ହାତୀ ଉପଦ୍ରବ: ବ୍ୟାପକ କ୍ଷୟକ୍ଷତି ସହ ଗାଁମୁହାଁ ଗଜରାଜ - ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ହାତୀ ଉପଦ୍ରବ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ହାତୀ ଉପଦ୍ରବ । ୫ଟି ବଣୁଆ ହାତୀ ପଶି ବ୍ୟାପକ ପରିମାଣରେ ଚାଷ ଓ ପନିପରିବା କ୍ଷୟକ୍ଷତି କରିବା ସହ ଗ୍ରାମ ମୁହାଁ ହେଉଛନ୍ତ ହାତୀ । ହାତୀ ଭୟରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଅଧିକ ପଢନ୍ତୁ...

ହାତୀ ଉପଦ୍ରବ: ବ୍ୟାପକ କ୍ଷୟକ୍ଷତି କରିବା ସହ ଗ୍ରାମ ମୁହାଁ ହେଉଛନ୍ତ ହାତୀ

author img

By

Published : Aug 25, 2020, 10:59 PM IST

ଖୋର୍ଦ୍ଧା: ବେଗୁନିଆ ବ୍ଲକ ଦଲକ ଗ୍ରାମରେ ହାତୀ ଉପଦ୍ରବ । ପାଞ୍ଚଟିକିଆ ହାତୀପୋଲ ବ୍ୟାପକ ପରିମାଣରେ ଚାଷ ଓ ପନିପରିବା କ୍ଷୟ କ୍ଷତି କରିବା ସହ ଗ୍ରାମ ମୁହାଁ ହେଉଛନ୍ତ ହାତୀ । ହାତୀ ଭୟରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।

ହାତୀ ଉପଦ୍ରବ: ବ୍ୟାପକ କ୍ଷୟକ୍ଷତି କରିବା ସହ ଗ୍ରାମ ମୁହାଁ ହେଉଛନ୍ତ ହାତୀ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଦଲକ ଗ୍ରାମରେ ଗତ ୩ ଦିନ ହେବ ୫ଟି ବଣୁଆ ହାତୀ ପଶି ଲୋକମାନଙ୍କର କ୍ଷୟକ୍ଷତି କରିବା ସହ ଲୋକଙ୍କୁ ମାରିବା ପାଇଁ ଗୋଡ଼ାଉଛନ୍ତି। ଫଳରେ ଲୋକମାନେ ଭୟରେ ଜୀବନ ଅତିବାହିତ କରୁଛନ୍ତି । ଗତ ୩ଦିନ ତଳେ ସମ୍ପୃକ୍ତ ପଞ୍ଚାୟତର ଜାମୁସାହି ନିକଟସ୍ଥ ଖୋର୍ଦ୍ଧା ବ୍ଲକ ଅଧିନସ୍ଥ ଗୟାବନ୍ଧ ଗ୍ରାମରେ ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଏବେ ସମ୍ପୃକ୍ତ ଗ୍ରାମରେ ଥିବା ହାତୀଗୁଡିକ ଲୋକମାନଙ୍କୁ ଦେଖିଲେ ମାରିବା ପାଇଁ ଗୋଡାଉଥିବାବେଳେ ଗ୍ରାମରେ ଚାଷୀମାନେ କରିଥିବା ପନିପରିବା କ୍ଷେତ ଗୁଡିକରେ ପଶି ସେଗୁଡିକ ଖାଇ ଯାଉଥିବାବେଳେ ଦଳିଚକଟି ନଷ୍ଟ କରି ଦେଉଛନ୍ତି। ଧାନବିଲରେ ପଶି ଧାନଗଛ ଗୁଡିକ ଦଳିଚକଟି ନଷ୍ଟ କରିଦେଉଛନ୍ତି। ଏପରିକି ବିଲ ହୁଡ଼ା ଗୁଡିକ ମଧ୍ୟ ଭାଙ୍ଗି ଦେଉଛନ୍ତି । ଦୁଃଶାସନ ବେହେରା, ପବିତ୍ର ବଳିୟାରସିଂ ଏବଂ ବିଷ୍ଣୁଚରଣ ବେହେରାଙ୍କର ବହୁ କ୍ଷୟକ୍ଷତି କରିଛନ୍ତି ।

ସେପଟେ ବନ ବିଭାଗ କର୍ମଚାରୀଙ୍କୁ ଫୋନ କଲେ ସେମାନେ ଶୁଣୁନାହାନ୍ତି କିମ୍ବା ହାତୀ ଘଉଡାଇବା ପାଇଁ ବାଣ ଦେଉନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ହାତୀଗୁଡିକ ନିକଟସ୍ଥ ହନୁମନ୍ତିଆ ପାହାଡ଼ରେ ରହୁଥିବା ଜଣାପଡିଛି। ବିଭାଗୀୟ ଅଧିକାରୀ ତୁରନ୍ତ ହାତୀଗୁଡିକ ଘଉଡାଇବା ପାଇଁ ଆବଶ୍ୟକ ପଦକ୍ଷପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.