ETV Bharat / state

ଏଟିଏମ ଗାଡିରୁ ଟଙ୍କା ଲୁଟ ଘଟଣା: 5 ଡକାୟତ ଗିରଫ, ଗୁଳି ସହ ବନ୍ଧୁକ ଜବତ

ଖୋର୍ଦ୍ଧାରୁ ଏଟିଏମ ଏଟିଏମ ଗାଡିରୁ ଟଙ୍କା ଲୁଟ୍ ଘଟଣାରେ 5 ଜଣ ଡକାୟତ ଗିରଫ । 2ଟି ଜୀବନ୍ତ ଗୁଳି ସହ ଗୋଟିଏ ବନ୍ଧୁକ ଜବତ ।

author img

By

Published : May 29, 2019, 9:44 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଜିଲ୍ଲାର ଗେଡ଼ିଆପଲି ଓ ଗୋବିନ୍ଦପୁରରେ ବୋମା ପକାଇ ଏଟିଏମ ଗାଡିରୁ ଲକ୍ଷାଧିକ ଟଙ୍କା ଲୁଟ ଘଟଣା । ଗତ 18ତାରିଖରେ ପୋଲିସ ଏନକାଉଣ୍ଟରରେ ଦୁଇ କୁଖ୍ୟାତ ଅପରାଧୀ ପିଣ୍ଟୁ ମାଝି ଓ ଉମେଶ ସାହୁ ଆହତ ହୋଇଥିଲେ । ବୁଧବାର ପିଣ୍ଟୁ ଓ ଉମେଶଙ୍କ ସମେତ ସୁବ୍ରତ କୁମାର ପ୍ରଧାନ ଓ ପୀତାମ୍ବର ପ୍ରଧାନ ଏବଂ ମିଥୁନ ବେହେରାଙ୍କୁ ବେଗୁନିଆ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ 2ଟି ମଟର ସାଇକେଲ, ଆଧାର ଓ ପାନ କାର୍ଡ, 2ଟି ଜୀବନ୍ତ ଗୁଳି, 2ଟି ଖୋକା ଏବଂ ଗୋଟିଏ ବନ୍ଧୁକ ଜବତ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଏନେଇ ଆଜି(ବୁଧବାର) ଏସଡ଼ିପିଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡ଼ିଏସପି ଓମ୍ ପ୍ରକାଶ ପାତ୍ର ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ଗତ 12ତାରିଖ ଦିନ ଗେଡ଼ିଆପଲି ଓ ଗୋବିନ୍ଦପୁର ମଧ୍ୟ ରାସ୍ତାରେ ବୋମା ପକାଇ ଏଟିଏମ ଗାଡିରୁ ଲକ୍ଷାଧିକ ଟଙ୍କା ଲୁଟ ଘଟଣାରେ ସଂପୃକ୍ତ ଥିଲେ । ସେହିପରି ଗିରଫ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ସୂଚନା ଦେଇଛି ପୋଲିସ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Slug - ପୋଲିସ ଏନକାଉଣ୍ଟରରେ ଆହତ 2ଅପରାଧୀଙ୍କ ସମେତ 3ଡକାୟତ ଗିରଫ

Format -AVB

Place-khurda,29.5.19

Visual-mojo

ଆଙ୍କର : ଗତ 18ତାରିଖ ଦିନ ପୋଲିସ ଏନକାଉଣ୍ଟରରେ ଦୁଇ କୁଖ୍ୟାତ ଅପରାଧୀ ପିଣ୍ଟୁ ମାଝି ଓ ଉମେଶ ସାହୁ ଆହତ ହୋଇଥିଲେ । ଆଜି ଉପରୋକ୍ତ 2ଅପରାଧୀଙ୍କ ସମେତ ସୁବ୍ରତ କୁମାର ପ୍ରଧାନ,ପିତାମ୍ବର ପ୍ରଧାନ ଓ ମିଥୁନ ବେହେରାଙ୍କୁ ବେଗୁନିଆ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ 2ଟି ମଟର ସାଇକେଲ , ଆଧାରକାର୍ଡ,ପାନ କାର୍ଡ , 2ଟି ଜୀବନ୍ତ ଗୁଳି ,2ଟି ଖୋକା ଏବଂ ଏକ ବନ୍ଧୁକ ଜବତ କରିଛି । ଆଜି ଏସଡ଼ିପିଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡ଼ିଏସପି ଓଁମ ପ୍ରକାଶ ପାତ୍ର ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନେ ଗତ 12ତାରିଖ ଦିନ ଗେଡ଼ିଆପଲି ଓ ଗୋବିନ୍ଦପୁର ମଧ୍ୟ ରାସ୍ତାରୁ ବୋମା ପକାଇ ଏଟିଏମ ଗାଡିରୁ ଲକ୍ଷାଧିକ ଟଙ୍କା ଲୁଟ ଘଟଣାରେ ସଂପୃକ୍ତ ଥିଲେ । ସେହିପରି ଗିରଫ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଏହିଥିବା ସୂଚନା ଦେଇଛି ପୋଲିସ ।

ବାଇଟ - ଓଁମ ପ୍ରକାଶ ପାତ୍ର, ଡ଼ିଏସପି ଖୋର୍ଦ୍ଧା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.