ETV Bharat / state

ଝଲସିବ ଶ୍ରୀମନ୍ଦିର, ଗୁମୁଟ ଦ୍ୱାରରୁ ନେଇ ରତ୍ନ ପଲଙ୍କ ହେବ ରୂପା ଛାଉଣୀ - PURI JAGANNATH TEMPLE

ଶ୍ରୀମନ୍ଦିରର ପତିତପାବନ ମନ୍ଦିର ସହ ପତିତପାବନ ଗୁମୁଟ ଦ୍ୱାରରେ ହେବ ରୂପା ଛାଉଣୀ । ଦାନ ରୂପାରେ ହେବ ସମସ୍ତ କାର୍ଯ୍ୟ ।

PURI JAGANNATH TEMPLE
PURI JAGANNATH TEMPLE (ETV Bharat Odisha)
author img

By ETV Bharat Odisha Team

Published : Nov 15, 2024, 12:59 PM IST

ଭୁବନେଶ୍ବର: ଶ୍ରୀମନ୍ଦିରର ପ୍ରଭୁ ପତିତପାବନ ମନ୍ଦିର ସହ , ପତିତପାବନ ଗୁମୁଟ ଦ୍ୱାର ଏବଂ ମହାପ୍ରଭୁଙ୍କ ରତ୍ନ ପଲଙ୍କ, ଚଳନ୍ତି ପ୍ରତିମାଙ୍କ ପ୍ରଭା ମଧ୍ୟ ରୂପା ଛାଉଣୀ ହେବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଗତାକାଲି (ଗୁରୁବାର) ସନ୍ଧ୍ୟାରେ ଏକ ଗୁରୁତ୍ୱ ବୈଠକ ଅନୁଷ୍ଠିତ ହୋଇଥିଲା ।

PURI JAGANNATH TEMPLE (ETV Bharat Odisha)

ସିଂହଦ୍ୱାର ଗୁମୁଟର ଦ୍ୱାର ବନ୍ଧ ହେବ ରୂପା ଛାଉଣୀ :

ଭକ୍ତମାନଙ୍କର ଦାନ ଅର୍ଥରୁ ମିଳିଥିବା ପ୍ରାୟ ୩୦୦ କେଜିରୁ ଉର୍ଦ୍ଧ୍ବ ରୂପା ବ୍ୟବହାର କରାଯାଇ ମହାପ୍ରଭୁଙ୍କ ରତ୍ନ ପଲଙ୍କ, ପତିତପାବନ ମନ୍ଦିର, ସିଂହଦ୍ୱାର ଗୁମୁଟର ଦ୍ୱାର ବନ୍ଧକୁ ଖୁବଶୀଘ୍ର ରୂପା ଛାଉଣୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ବୈଠକରେ ଏନେଇ ଆଲୋଚନା କରାଯିବା ସହ ସେବାୟତ ମାନଙ୍କୁ ମଧ୍ୟ ଡିଜାଇନ ଦେଖାଯାଇଛି । ଆଗାମୀ ଡିସେମ୍ବର ୨୫ ସୁଦ୍ଧା ପତିତପାବନ ମନ୍ଦିର ଓ ଏହାର ଗୁମୁଟ ବନ୍ଧକୁ ସମ୍ପୂର୍ଣ୍ଣ ରୂପା ଛାଉଣୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ରତ୍ନ ପଲଙ୍କ ଓ ପ୍ରଭା ଆଦିକୁ ମଧ୍ୟ ଆଗାମୀ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ରୂପା ଛାଉଣୀ କରିବା ନେଇ ଆଲୋଚନା ହୋଇଛି । ପୂର୍ବରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ଥିବା ବିଭିନ୍ନ ଦ୍ୱାର ଗୁଡିକରେ ରୂପା ଛାଉଣୀ କରାଯାଇଛି ।

PURI JAGANNATH TEMPLE
PURI JAGANNATH TEMPLE (ETV Bharat Odisha)

କେଉଁଠି କେଉଁଠି ରୂପା ଛାଉଣୀ ହେବ ?

ଏନେଇ ପୂର୍ବତନ ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି," ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର କଳାହାଟ ଦ୍ୱାର ଏବଂ ବେହେରଣ ଦ୍ୱାରକୁ ରୂପା ଛାଉଣୀ କରାଯାଇଥିଲା । ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଭଅଣ୍ଡ ଘର ଦ୍ୱାର, ସାତ ପାହାଚ ଦ୍ୱାରା , ଲକ୍ଷ୍ମୀ ମନ୍ଦିର ଦ୍ୱାର ,ବିମଳା ମନ୍ଦିର ଦ୍ୱାର, ଦକ୍ଷିଣ ଘର ଦ୍ୱାରା , ନୃସିଂହ ମନ୍ଦିର ଦ୍ୱାର ,ସୂର୍ଯ୍ୟମନ୍ଦିର ଦ୍ୱାର ଆଦିକୁ ରୂପା ଛାଉଣୀ କରାଯାଇଥିଲା । ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଥିଲା ସିଂହଦ୍ୱାର ଗୁମୁଟ ମଧ୍ୟରେ ଥିବା ଜମ ଶିଳା ରହିଥିବା ସ୍ଥାନର ବନ୍ଧକୁ ରୁପା ଛାଉଣୀ କରିବାକୁ ନିଷ୍ପତ୍ତି ହୋଇଥିଲା ସେହି ଉପରେ ଆଜି ମଧ୍ୟ ଆଲୋଚନା କରାଯାଇଛି । "

'ଦାନ ରୂପାରେ ସମସ୍ତ କାର୍ଯ୍ୟ ହେବ':

ସେ ଆହୁରି ମଧ୍ୟ କହିଛନ୍ତି," ଅଣସର ସମୟରେ ଦଶ ଅବତାର ବସୁଥିବା ଖଟକୁ ରୂପା ଛାଉଣୀ କରିବା , ରତ୍ନ ପଲଙ୍କ , ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଗୁଡିକର ପ୍ରଭା ଗୁଡିକକୁ ରୂପା ଛାଉଣୀ କରିବାକୁ ବୈଠକରେ ଆଲୋଚନା କରାଯାଇଛି । ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିଥିବା ରୂପାରେ ସମସ୍ତ କାର୍ଯ୍ୟ କରଯିବ । ପ୍ରାୟ ୩ ୫୦ କେଜି ରୂପା ବ୍ୟବହାର ହେବ ବୋଲି ଆକଳନ କରାଯାଇଛି । ପତିତପାବନ ଏବଂ ଜମଶିଳା ଉପରେ ଥିବା କାନ୍ତି ଏବଂ ଦୁଇ ପାର୍ଶ୍ୱ ବନ୍ଧର ରୂପା ଛାଉଣୀ କାର୍ଯ୍ୟ ଡିସେମ୍ବର ୨୫ ସୁଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଆଗକୁ ଇଂରାଜୀ ନବ ବର୍ଷ ଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାଙ୍ଗମ ହେବ ତେଣୁ ନୂଆବର୍ଷ ପୂର୍ବରୁ କାର୍ଯ୍ୟ ସାରିବାକୁ କୁହାଯାଇଛି ।"

ଏହା ମଧ୍ୟ ପଢନ୍ତୁ...କାର୍ତ୍ତିକ ପୂର୍ଣ୍ଣିମା: ପୁରୀ ମହୋଦଧିରେ ଡଙ୍ଗା ଭସା, ଶ୍ରୀଜୀଉଙ୍କ ରାଜରାଜେଶ୍ଵର ବେଶ

ଏହା ମଧ୍ୟ ପଢନ୍ତୁ...ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ, ନାକେଦମ ହେଲା ପ୍ରଶାସନ

ଏହା ମଧ୍ୟ ପଢନ୍ତୁ...ତୁଳସୀକ୍ଷେତ୍ରରେ ପଞ୍ଚୁକ ନୀତି, ଏକାଦଶୀରେ ପ୍ରଳମ୍ବାସୁରକୁ ବଧ କଲେ ପ୍ରଭୁ ଶ୍ରୀ ବଳଦେବଜୀଉ

ରତ୍ନ ପଲଙ୍କ ହେବ ରୂପା ଛାଉଣୀ:

"ସେହିପରି ଶ୍ରୀବିଗ୍ରହ ମାନଙ୍କ ରତ୍ନ ପଲଙ୍କଙ୍କୁ ବର୍ମାଟିକ୍ କାଠରେ ନିର୍ମାଣ କରାଯାଇଛି । ସମସ୍ତ ଦିଗକୁ ଦୃଷ୍ଟିରେ ରଖି ରୂପା ଛାଉଣୀ କାର୍ଯ୍ୟ କରାଯିବ। ତେବେ ମାର୍ଚ୍ଚ ମାସ ସୁଧା ରତ୍ନ ପଲଙ୍କର ରୂପା ଛାଉଣୀ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଚଳିତ ପ୍ରତିମାମାନଙ୍କର ପ୍ରଭାରେ ରୂପା ଛାଉଣୀ କରାଯିବ । ମହାରଣା ସେବକ ମାନେ ପ୍ରଭା ତିଆରି କରିବା ପରେ ସେଥିରେ ରୂପା ଛାଉଣୀ କରାଯିବ । ଆସନ୍ତା ଅକ୍ଷୟ ତୃତୀୟା ପୂର୍ବରୁ କାର୍ଯ୍ୟ ସାରିବାକୁ ଆଶା ରଖାଯାଇଛି" ବୋଲି କହିଛନ୍ତି ପୂର୍ବତନ ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ।

ଇଟିଭି ଭାରତ , ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.