ETV Bharat / technology

ଲଞ୍ଚ ହେଲା BMW M340i ସେଡାନ; ମାତ୍ର 4.4ସେକେଣ୍ଡରେ ପହଞ୍ଚିବ 0ରୁ 100mph ସ୍ପିଡ୍‌ - BMW M340I LAUNCHED IN INDIA

ଭାରତରେ ଅପଡେଟେଡ ବିଏମଡବ୍ଲୁର M340i କାର ଲଞ୍ଚ ହୋଇଛି । ଯାହାକି ମାତ୍ର 4.4 ସେକେଣ୍ଡ ମଧ୍ୟରେ 0ରୁ 100 ସ୍ପିଡ ବଢାଇପାରିବ । ଅଧିକ ପଢନ୍ତୁ

BMW M340i Launched in India
BMW M340i Launched in India (Credit- BMW India)
author img

By ETV Bharat Tech Team

Published : Nov 15, 2024, 12:56 PM IST

ହାଇଦ୍ରାବାଦ: ଭାରତର ଲୋକପ୍ରିୟ ସେଡାନ ମଧ୍ୟରୁ ଅନ୍ୟତମ ସେଡାନ BMW M340i ଲଞ୍ଚ ହୋଇଛି । ଯଦିଓ କାରରେ ଅଧିକ ଅପଡେଟ କରାଯାଇନାହିଁ, ତଥାପି କମ୍ପାନୀ ଏହି ସେଡାନକୁ ଅଧିକ ଆକର୍ଷଣୀୟ କରିଛି । ଏହି ସେଡାନ ହେଉଛି କମ୍ପାନୀର 3-ସିରିଜର ସବୁଠାରୁ ପାୱାରଫୁଲ ଭାରିଏଣ୍ଟ । ଏହାର ଯାନ୍ତ୍ରିକ ଉପକରଣଗୁଡ଼ିକ ପ୍ରାୟତଃ ସମାନ ରହିଛି, ଏଥିରେ ବିଶେଷ କିଛି ପରିବର୍ତ୍ତନ କରାଯାଇନାହିଁ ।

BMW M340i:

ବିଏମଡବ୍ଲୁ M340i ଅଧିକ ପରିବର୍ତ୍ତନ ହୋଇନାହିଁ । ଏହା ନୂଆ ଜେଟ-ବ୍ଲାକ୍ 19-ଇଞ୍ଚର ଆଲଏ ହ୍ବିଲ ସହିତ ଆସିଛି । ଏଥିରେ ହେଡଲାଇଟରେ L- ଆକୃତିର ଉପାଦାନ ଏବଂ ଏକ ତୀକ୍ଷ୍ଣ ଦେଖାଯାଉଥିବା ବମ୍ପର ପରି ଷ୍ଟାଇଲିଂ କରାଯାଇଛି ଯାହାକି ସେଡାନକୁ ପୂର୍ବ ଅପେକ୍ଷା ଅଧିକ ଆକର୍ଷଣୀୟ କରିଛି । କାରର ରଙ୍ଗ ପ୍ୟାଲେଟ୍ ଅପଡେଟ୍ ହୋଇଛି । ବର୍ତ୍ତମାନ ଏହା 4ଟି ନୂତନ ସେଡ୍‌ ଆର୍କଟିକ୍ ରେସ୍ ବ୍ଲୁ, ଫାୟାର୍ ରେଡ୍‌ ଡ୍ରାଭାଇଟ୍ ଗ୍ରେ ଏବଂ ବ୍ଲାକ୍ ସାଫିର୍‌ ସହିତ ଆସିଛି ।

ଏହା ବି ପଢନ୍ତୁ
  1. ମହିନ୍ଦ୍ରା SUVର ଜଲୱା; 3ଟି କାରକୁ ମିଳିଲା 5-ଷ୍ଟାର ସେଫ୍ଟି ରେଟିଂ
  2. ନୂଆ Maruti Dzireରେ ପୁରୁଣା ମଡେଲ ତୁଳନାରେ କେତେ ଅଲଗା; ଜାଣନ୍ତୁ ପାର୍ଥକ୍ୟ
  3. 2024 Maruti Dzireର କେଉଁ ଭାରିଏଣ୍ଟରେ କଣ ସୁବିଧା; ଜାଣନ୍ତୁ

BMW M340iର ଇଣ୍ଟିରିଅର:-

BMW M340iର ଭିତର ଭାଗ ସମ୍ପର୍କରେ କହିବାକୁ ଗଲେ କାରର ଡ୍ୟାସବୋର୍ଡ ଡିଜାଇନ୍ ଏବଂ ଲେଆଉଟ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । କମ୍ପାନୀ ଏହାର ଅପରେଟିଂ ସିଷ୍ଟମକୁ 8.0ରୁ 8.5କୁ ଅପଡେଟ୍ କରିଛି । ଏହା ବ୍ୟତୀତ ଅପଡେଟ୍ ସିଷ୍ଟମରେ ଚାଲୁଥିବା ଏକ 14.9-ଇଞ୍ଚ ଇନଫୋଟେନମେଣ୍ଟ୍ ସିଷ୍ଟମ ଉପଲବ୍ଧ । ଏହାର ଷ୍ଟିଅରିଂ ହ୍ବିଲ୍‌ର ଡିଜାଇନ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରାଯାଇଛି କିନ୍ତୁ ଏହାକୁ ତିନି-ସ୍ପୋକ୍ ଡିଜାଇନ୍ ଦିଆଯାଇଛି ।

BMW M340i ଇଞ୍ଜିନ:-

ଅପଡେଟେଡ ବିଏମଡବ୍ଲୁ M340i 3 ଲିଟରର 6ଟି ସିଲିଣ୍ଡର ଟର୍ବୋ-ପେଟ୍ରୋଲ ଇଞ୍ଜିନ ସହିତ ଆସିଛି, ଯାହାକି 374 PS ପାୱାର ଜେନେରେଟ କରିବା ସହ 500 Nm ପିକ୍‌ ଟର୍କ ଉତ୍ପାଦିତ କରେ । ଏହାର ଇଞ୍ଜିନ 8-ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ସହିତ ମେଳ ହୋଇଛି ଯାହା କାରର ଚାରି ଚକକୁ ଶକ୍ତି ପ୍ରଦାନ କରେ । କମ୍ପାନୀ ଦାବି କରିଛି ଯେ ସେମାନଙ୍କ କାର 4.4 ସେକେଣ୍ଡରେ ଶୂନରୁ 100 ସ୍ପିଡ ବୃଦ୍ଧି କରିପାରିବ ।

BMW M340i ଦାମ କେତେ ?

ଅପଡେଟେଡ ଏମ340ଆଇର ମୂଲ୍ୟ 74.9 ଲକ୍ଷ ଏକ୍ସ-ଶୋ’ରୁମ ରହିଛି । ଯାହାକି ଏହାର ପୂର୍ବ ମଡେଲ ତୁଳନାରେ 2 ଲକ୍ଷ ଟଙ୍କା ଅଧିକ । ଏହା ଭାରତରେ ଅଡି S5 (Audi S5) ସହିତ ପ୍ରତିଦ୍ବନ୍ଦ୍ବିତା କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.