ETV Bharat / entertainment

ଅଡୁଆରେ ଦିଲଜିତ ଦୋସାଞ୍ଜ, ହାଇଦ୍ରାବାଦରେ କନସର୍ଟ ପୂର୍ବରୁ ମିଳିଲା ନୋଟିସ୍ - DILJIT DOSANJH NOTICE

ଆଜି ହାଇଦ୍ରାବାଦରେ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜଙ୍କ ଦିଲ ଲୁମିନିଟି କନସର୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଏହାପୂର୍ବରୁ ଦିଲଜିତଙ୍କୁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ନୋଟିସ୍ ମିଳିଛି ।

Diljit Dosanjh receive notice from Telangana government
Diljit Dosanjh receive notice from Telangana government (ANI)
author img

By ETV Bharat Entertainment Team

Published : Nov 15, 2024, 12:45 PM IST

ହାଇଦ୍ରାବାଦ: ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସଞ୍ଜଙ୍କ 'ଦିଲ-ଲୁମିନିଟି' କନସର୍ଟ ଶୁକ୍ରବାର ଦିନ(ଆଜି) ହାଇଦ୍ରାବାଦରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଏହି ଗାୟକଙ୍କ କନସର୍ଟ ବିବାଦରେ ଛନ୍ଦି ହୋଇଛନ୍ତି । କନସର୍ଟ ଆରମ୍ଭ ହେବା ପୂର୍ବରୁ ଦିଲଜିତ ଦୋସାଞ୍ଜଙ୍କୁ ତେଲେଙ୍ଗାନା ସରକାର ନୋଟିସ ପଠାଇଛନ୍ତି । ପୁରୁଣା ଶୋ’ର ପ୍ରମାଣ ସାମ୍ନାକୁ ଆସିବା ପରେ ଆଗୁଆ ଚେତାବନୀ ଦେଇଛି ତେଲାଙ୍ଗାନା ସରକାର ।

ଦିଲଜିତ ଦୋସାଞ୍ଜଙ୍କୁ ନୋଟିସ୍, ଗାଇପାରିବେନି ଏହି ଗୀତ

ସୂଚନା ଅନୁସାରେ, କନସର୍ଟର ଆୟୋଜକଙ୍କୁ ତେଲେଙ୍ଗାନା ସରକାର ନୋଟିସ ଜାରି କରିଛନ୍ତି । ତାଙ୍କୁ ମଦ୍ୟପାନ, ଡ୍ରଗ୍ସ କିମ୍ବା ହିଂସାକୁ ପ୍ରୋତ୍ସାହିତ କରୁଥିବା ଗୀତ ନ ଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଜାବୀ ଭାଷାର ପ୍ରଚାର ପ୍ରସାର ପାଇଁ ଚଣ୍ଡିଗଡ଼ର ଜଣେ ବାସିନ୍ଦା ଅଭିଯୋଗ କରିବା ପରେ ଏହି ନୋଟିସ୍ ଆସିଛି। ଏହା ବ୍ୟତୀତ ଦୋସାଞ୍ଜଙ୍କୁ ପିଲାମାନଙ୍କୁ ତାଙ୍କ ପ୍ରଦର୍ଶନରେ ଅନ୍ତର୍ଭୁକ୍ତ ନକରିବାକୁ ଚେତାବନୀ ଦିଆଯାଇଛି । ତେଲେଙ୍ଗାନା ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର କଣ୍ଟି ୱେସଲି ନିଶ୍ଚିତ କରିଛନ୍ତି ଯେ ଉଭୟ ଦିଲଜିତ ଦୋସାଞ୍ଜ ଏବଂ କାର୍ଯ୍ୟକ୍ରମ ଆୟୋଜକଙ୍କୁ ଏନେଇ ଚେତାବନୀ ଦିଆଯାଇଛି ।

ନୋଟିସରେ ଦିଆଯାଇଛି ପୁରୁଣା ଶୋ’ର ପ୍ରମାଣ

ଅଭିଯୋଗକାରୀଙ୍କ ଅନୁସାରେ, ଦିଲ୍ଲୀର ଏକ ଲାଇଭ ସୋ’ରେ ମଦ୍ୟପାନ, ଡ୍ରଗ୍ସ ଏବଂ ହିଂସାକୁ ପ୍ରୋତ୍ସାହିତ କରୁଥିବା ଗୀତ ପରିବେଷଣ କରିଥିଲେ । ଏହି ନୋଟିସରେ ଅକ୍ଟୋବର ଶେଷରେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ପରିବେଷଣ କରାଯାଇଥିବା CASE, ପାଞ୍ଚତାରା ଏବଂ ପଟିଆଲା ପେଗ ସମେତ ନିର୍ଦ୍ଦିଷ୍ଟ ଗୀତ ବିଷୟରେ ଉଲ୍ଲେଖ କରାଯାଇଛି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ହାଇଦ୍ରାବାଦ ଶୋ’ରେ ମଦ, ଡ୍ରଗ୍ସ ବ୍ୟବହାର କିମ୍ବା ହିଂସାକୁ ପ୍ରୋତ୍ସାହିତ କରୁଥିବା ବିଷୟବସ୍ତୁକୁ ରୋକିବା ପାଇଁ ତେଲେଙ୍ଗାନା କର୍ତ୍ତୃପକ୍ଷ ଆଗୁଆ ଏହି ଚେତାବନୀ ଦେଇଛନ୍ତି।

ପିଲାମାନଙ୍କୁ ନ ସାମିଲ କରିବାକୁ ନିର୍ଦ୍ଦେଶ

ଏଥିସହ, ନୋଟିସରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, କନସର୍ଟ ଆୟୋଜକ ଏବଂ ଦୋସଞ୍ଜଙ୍କୁ ଲାଇଭ୍ ପ୍ରଦର୍ଶନ ସମୟରେ ପିଲାମାନଙ୍କୁ ସାମିଲ ନ କରିବାକୁ ପରାମର୍ଶ ଦେଇଛନ୍ତି । କନସର୍ଟ ନିର୍ଦ୍ଦେଶାବଳୀ ଅନୁସାରେ 13 ବର୍ଷରୁ କମ୍ ପିଲାମାନଙ୍କୁ ଅନୁମତି ଦେଇପାରିବେ ନାହିଁ। ଏହି ନୋଟିସରେ ଏହା ମଧ୍ୟ ଦର୍ଶାଯାଇଛି ଯେ କନସର୍ଟରେ ଉଚ୍ଚ ସ୍ୱର ଏବଂ ଫ୍ଲାସ୍ ଲାଇଟ୍ ଯୁବ ଉପସ୍ଥିତ ଲୋକଙ୍କ ପାଇଁ କ୍ଷତିକାରକ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: ଦିଲଜିତ ଦୋସାଞ୍ଜଙ୍କ କନସର୍ଟ ପାଇଁ ଫ୍ୟାନଙ୍କୁ ମିଳିଲାନି ଟିକେଟ୍, ପଠାଇଲେ ଲିଗାଲ୍ ନୋଟିସ୍

ଦିଲଜିତ ଦୋସାଞ୍ଜଙ୍କ କନସର୍ଟ କେଉଁଠାରେ ?

ଦିଲଜିତ ଦୋସାଞ୍ଜ ଆଜି ସନ୍ଧ୍ୟା 7 ଟାରେ ହାଇଦ୍ରାବାଦର ବିମାନବନ୍ଦର ଆପ୍ରୋଚ ରୋଡ ସ୍ଥିତ ଜିଏମଆର ଆରେନା 'ଦିଲ-ଲୁମିନିଟି' କନସର୍ଟ ଆୟୋଜନ କରିବାକୁ ଯାଉଛନ୍ତି । ଗାୟକ ବୁଧବାର ସହରରେ ପହଞ୍ଚି ସୋସିଆଲ ମିଡିଆରେ ତାଙ୍କ ସହର ଭ୍ରମଣର ଝଲକ ମଧ୍ୟ ସେୟାର କରିଥିଲେ । ଦିଲଜିତ ଏକ ଅଟୋ-ରିକ୍ସା ଚଲାଇ ପ୍ରସିଦ୍ଧ ଚାର୍ମିନାର ବୁଲିଥିବା ନଜର ଆସିଛନ୍ତି । ଯାହାର ଭିଡିଓ ଖୁବ ଭାଇରାଲ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.