ETV Bharat / state

ବ୍ରିଟେନ ଫେରନ୍ତା ଶିଶୁ କୋଭିଡ୍‌ ପଜିଟିଭ ଚିହ୍ନଟ

author img

By

Published : Dec 25, 2020, 8:25 PM IST

ଭୁବନେଶ୍ବରରେ ବ୍ରିଟେନ ଫେରିଥିବା ଜଣେ 4 ବର୍ଷର ଶିଶୁ କୋରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

4 years old UK returnee child tests covid positive
ବ୍ରିଟେନ ଫେରନ୍ତା ଶିଶୁ କୋଭିଡ୍‌ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜଧାନୀରେ ବ୍ରିଟେନ ଫେରନ୍ତା ବଢାଇଲେ ଚିନ୍ତା । ପୁଣି ଆଉ ଜଣେ ବ୍ରିଟେନ ଫେରନ୍ତା 4 ବର୍ଷର ଶିଶୁ କୋଭିଡ ପଜିଟିଭ ହୋଇଛି । ଉକ୍ତ ଶିଶୁର ବାପା ମା'ଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଛି ।

ଶିଶୁଟି ଓଲଡ଼ ଟାଉନ ଅଞ୍ଚଳର ବୋଲି ଜଣାପଡି଼ଛି । ଡିସେମ୍ବର 20 ତାରିଖରେ ଉକ୍ତ ଶିଶୁର ପରିବାର ଓଡିଶା ଫେରିଥିଲେ । ବିଏମସି ଏହି ପରିବାରର କଣ୍ଟାକଟ ଟ୍ରେସିଂ କରୁଥିବା ସୂଚନା ମିଳିଛି । ତେବେ ରାଜ୍ୟରେ ଗତ 14 ଦିନ ମଧ୍ୟରେ 2 ଜଣ ବ୍ରିଟେନ ଫେରନ୍ତାଙ୍କୁ କୋଭିଡ ହୋଇଛି ।

ଗତ ବୁଧବାର ୟୁକେରୁ ଫେରିଥିବା ଜଣେ 34 ବର୍ଷର ଯୁବକ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେ ଡିସେମ୍ବର 18 ତାରିଖରେ ତାଙ୍କ ବାସଭବନକୁ ଫେରିଥିବା ବେଳେ ତାଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି । ତେବେ ଗତ 14 ଦିନ ମଧ୍ୟରେ ବ୍ରିଟେନରୁ 43 ଜଣ ଓଡି଼ଶା ଫେରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.