ETV Bharat / state

ଘର ବାହୁଡ଼ିଲେ ଟନେଲରୁ ଉଦ୍ଧାର 4 ଓଡ଼ିଆ ଶ୍ରମିକ, ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ - ଓଡିଶା ଫେରିଲେ ୪ ଓଡିଆ ଶ୍ରମିକ

4 Odia Workers Returned Home: ଆଜି ନିଜ ମା' କୋଳକୁ ଫେରିଛନ୍ତି ଓଡିଆ ଶ୍ରମିକ । ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୫ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଶ୍ରମିକ ନିଜ ଘରକୁ ସୁରକ୍ଷିତ ଭାବେ ଫେରିଛନ୍ତି । ୧୭ଦିନର ସଂଘର୍ଷ ପରେ ନିଜ ଜନ୍ମମାଟିକୁ ଫେରିଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଶ୍ରମିକ । ଅଧିକ ପଢନ୍ତୁ,

ଘର ବାହୁଡ଼ିଲେ ଟନେଲରୁ ଉଦ୍ଧାର ୪ ଓଡ଼ିଆ ଶ୍ରମିକ

author img

By ETV Bharat Odisha Team

Published : Dec 1, 2023, 4:18 PM IST

Updated : Dec 1, 2023, 8:26 PM IST

ଘର ବାହୁଡ଼ିଲେ ଟନେଲରୁ ଉଦ୍ଧାର 4 ଓଡ଼ିଆ ଶ୍ରମିକ

ଭୁବନେଶ୍ବର: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୫ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଶ୍ରମିକ ଆଜି ଘର ବାହୁଡ଼ିଛନ୍ତି । ତପନ ମଣ୍ଡଳଙ୍କୁ ଛାଡ଼ି ବାକି ଆଜି ୪ ଶ୍ରମିକ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ତପନ ନିଜ ଭାଇଙ୍କ ସହ ପରେ ଆସି ପହଞ୍ଚିବା ନେଇ ସୂଚନା ରହିଛି । ଶ୍ରମମନ୍ତ୍ରୀ ସାରଦା ନାୟକଙ୍କ ସହ ଓଡ଼ିଶାରେ ପହଞ୍ଚିଛନ୍ତି ୪ ଶ୍ରମିକ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରମିକଙ୍କୁ ପୁଷ୍ପମାଲ୍ୟ ଦେଇ ଭବ୍ୟ ସ୍ବାଗତ କରାଯାଇଛି । ସେପଟେ ନିଜ ପରିବାରଲୋକଙ୍କ ପାଖକୁ ସୁରକ୍ଷିତ ଫେରିଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଉଦ୍ଧାର ଶ୍ରମିକ ।

ଆଜି ସନ୍ଧ୍ୟାରେ ୪ ଶ୍ରମିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁସାରେ, ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ ଭୁଶୁଡି ପଡିଥିଲା । ଫଳରେ ଓଡିଶାର ୫ ସମେତ ୪୧ ଶ୍ରମିକ ଟନେଲ ଭିତରେ ଫସି ରହିଥିଲେ । ଦିନେ କି ଦୁଇ ଦିନ ନୁହେଁ ଶ୍ରମିକମାନେ ୧୭ ଦିନ ଉକ୍ତ ଟନେଲରେ ଫସି ରହିଥିଲେ । ଘଟଣାର ୧୮ ଦିନ ଅର୍ଥାତ ୨୮ ତାରିଖରେ ଶ୍ରମିକ ମାନଙ୍କୁ ଟନେଲରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏହା ପରେ ସେମାନଙ୍କୁ ଚିକିତ୍ସା କରାଯାଇଥିଲା । ଗତକାଲି ସମସ୍ତ ଶ୍ରମିକ ହସ୍ପିଟାଲରୁ ବାହାରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରମିକ ମାନଙ୍କ ସହିତ ଆଲୋଚନା କରିଥିଲେ । ପରବର୍ତ୍ତୀ ସମୟ ଶ୍ରମିକ ମାନେ ଘର ବାହୁଡ଼ିଛନ୍ତି ।

ଦୁର୍ଘଟଣାର ଦ୍ଵିତୀୟ ଦିନରେ ଓଡିଶାର ୫ ଜଣ ଶ୍ରମିକ ଫସିଥିବା ସ୍ପଷ୍ଟ ହୋଇଥିଲା । ସେହିଦିନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨ ଜଣ ଶ୍ରମ ବିଭାଗର ଅଧିକାରୀ ଉତ୍ତରାଖଣ୍ଡ ଯାଇଥିଲେ । ଟନେଲରେ ଫସିଥିବା ଓଡ଼ିଆ ଶ୍ରମିକଙ୍କ ସହ କଥା ହୋଇ ସାନ୍ତ୍ୱନା ଦେଇଥିଲେ । ସେହିପରି ଗତ ୨୪ ତାରିଖରେ ଶ୍ରମ ମନ୍ତ୍ରୀ ସାରଦା ନାୟକ ଉତ୍ତରାଖଣ୍ଡ ଗସ୍ତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେଠାକୁ ଯାଇ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ଉଦ୍ଧାର ପରେ ହସ୍ପିଟାଲରେ ଶ୍ରମିକଙ୍କ ସହ ଭେଟି ମନ୍ତ୍ରୀ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କୁ ଓଡିଶାକୁ ଫେରାଇ ଆଣିବା ଲାଗି ବ୍ୟବସ୍ଥା ହୋଇଥିଲା ।

୫ ଶ୍ରମିକଙ୍କ ସହ ସେମାନଙ୍କ ପରିବାର ସଦସ୍ୟ ଓଡ଼ିଶା ଆସିବା ପାଇଁ ପ୍ରଥମେ ଦିଲ୍ଲୀ ଆସିଥିଲେ । ଶ୍ରମମନ୍ତ୍ରୀଙ୍କ ସହ ଶ୍ରମ ବିଭାଗର ବରିଷ୍ଠ ଅଧିକାରୀ ଶ୍ରମିକମାନଙ୍କୁ ସାଙ୍ଗରେ ନେଇ ଦିଲ୍ଲୀ ଆସିଥିଲେ । ଆଜି ଦିଲ୍ଲୀରୁ ବିମାନ ଯୋଗେ ସମସ୍ତେ ଓଡ଼ିଶା ଫେରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମମନ୍ତ୍ରୀ ଓ ଶ୍ରମ ବିଭାଗର ଅଧିକାରୀ ଶ୍ରମିକ ଓ ତାଙ୍କ ପରିବାର ଲୋକଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେଇଛନ୍ତି । ଗତକାଲି ଶ୍ରମିକଙ୍କ ସହିତ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କଥା ହୋଇଥିଲେ । ୫ ଟି ଅଧ୍ୟକ୍ଷ କଥା ହେବା ସହ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଭଲମନ୍ଦ ପଚାରି ବୁଝିଥିଲେ । ଶ୍ରମିକମାନେ ଓଡ଼ିଶା ଫେରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହିତ ଭେଟିବା ସହ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 1, 2023, 8:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.