ETV Bharat / state

ତୃତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ, ୧୦ ହଜାର ହିତାଧିକାରୀ ପାଇଲେ ପଟ୍ଟା

author img

By ETV Bharat Odisha Team

Published : Dec 1, 2023, 9:11 AM IST

Updated : Dec 1, 2023, 10:23 AM IST

ବିଏମସି ପକ୍ଷରୁ ଜାଗା ମିଶନ ଅଧିନରେ ତୃତୀୟ ପର୍ଯ୍ୟାୟ ଭୂମି ଅଧିକାର ପଟ୍ଟା ବଣ୍ଟନ କରାଯାଇଛି । ଏହି ପର୍ଯ୍ୟାୟରେ ୧୦ ହଜାର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ସରିଲା ବିଏମସିର ତୃତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ,

ତୃତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ2

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଜାଗା ମିଶନ ଅଧିନରେ ତୃତୀୟ ପର୍ଯ୍ୟାୟ ଭୂମି ଅଧିକାର ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ଯ୍ୟାୟରେ ୧୦ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଛି । ଭୁବନେଶ୍ଵରର ୩ଟି ସ୍ଥାନରେ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା । ଏଥିସହ ଟଙ୍କା ପୈଠ ପାଇଁ ୫ଟି କାଉଣ୍ଟରର ବ୍ୟବସ୍ଥା କରାଯାଇଥିଲା । ଅନ୍ୟପଟେ ଏ ସମ୍ବନ୍ଧରେ କୌଣସି ଅଭିଯୋଗ ଥିଲେ ବିଏମସି ମୁଖ୍ୟ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଏହି ଅବସରରେ ବଡ଼ଗଡ ନେତାଜୀ ଗ୍ରାଉଣ୍ଡଠାରେ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କମିଶନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁଙ୍କ ଉପସ୍ଥିତିରେ ହିତାଧିକାରୀମାନଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି । ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ଯୋଗ୍ୟ ହିତାଧିକାରୀ ଭୂମି ଅଧିକାର ପ୍ରମାଣପତ୍ର ପାଇବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ବୋଲି ବିଏମ୍‌ସି କମିଶନର କହିଛନ୍ତି । ପର୍ଯ୍ୟାୟ କ୍ରମେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ଦିଆଯିବ ।

ସେହିପରି ୮ ନମ୍ବର କମ୍ୟୁନିଟ ହଲଠାରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୁର ବିକାଶ ଏବଂ ଚନ୍ଦ୍ରଶେଖରପୁର ବିଏମ୍‌ସି କଲ୍ୟାଣ ମଣ୍ଡପଠାରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗ୍ୟ ହିତାଧିକାରୀମାନଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରିଥିଲେ । ଅନ୍ୟପଟେ ପଟ୍ଟା ପାଇ ଖୁସି ବ୍ୟକ୍ତ କରିଛନ୍ତି ବସ୍ତି ବାସିନ୍ଦା ।

ଏହାମଧ୍ୟ ପଢନ୍ତୁ.. ଭିକାରୀ ମୁକ୍ତ ହେବ ଭୁବନେଶ୍ୱର, ବିଏମସି ତରଫରୁ ଚାଲିଛି ଜୋରଦାର ପ୍ରୟାସ

ସେପଟେ ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, "କେବଳ ଭୂମି ଅଧିକାର ପ୍ରମାଣପତ୍ର ନୁହେଁ, ଆଗାମୀ ଦିନରେ ସରକାର ଲୋକମାନଙ୍କୁ ବିଭିନ୍ନ ଯୋଜନାରେ ଘର ଯୋଗାଇ ଦେବାକୁ ଉଦ୍ୟମ ଜାରି ରଖିଛନ୍ତି । ସାଧାରଣ ଲୋକଙ୍କ ମୁଣ୍ଡ ଉପରେ ଛାତ, ପେଟକୁ ଦାନା ଏବଂ ଦେହକୁ ବସ୍ତ୍ର ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ତେଣୁ ଜାଗା ମିଶନରେ କୌଣସି ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ୍ ପଡିବେ ନାହିଁ ।"

ଗତଥର ପରି ଚଳିତ ଥର ତିନୋଟି ଜୋନରେ ଏହି ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୫୧ ହଜାର ଓ ଦ୍ବିତୀୟ ପର୍ଯ୍ୟାୟରେ ୧୧ ହଜାର ବସ୍ତି ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲା । ଏପର୍ଯ୍ୟନ୍ତ ୭୨ ହଜାର ପରିବାରକୁ ଭୂମି ଅଧିକାର ପ୍ରମାଣପତ୍ର ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 1, 2023, 10:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.