ETV Bharat / state

31st Odisha State Film Awards: ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଶିବାନୀ ପୁରସ୍କୃତ - କାଲିର ଅତୀତ

୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ । ଘନଶ୍ୟାମ ମହାପାତ୍ରଙ୍କୁ ମିଳିଲା ଜୟଦେବ ପୁରସ୍କାର । ଶେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହେଲେ ଶିବାନୀ ଷଡ଼ଙ୍ଗୀ । ଅଧିକ ପଢନ୍ତୁ

31st Odisha State Film Awards
31st Odisha State Film Awards
author img

By

Published : Feb 14, 2023, 11:01 AM IST

Updated : Feb 14, 2023, 3:17 PM IST

31st Odisha State Film Awards

ଭୁବନେଶ୍ବର: ବହୁ ବାଦବିବାଦ ଓ କୋର୍ଟଙ୍କ ଭର୍ତ୍ସନା ପରେ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଗତକାଲି(ସୋମବାର) ସନ୍ଧ୍ୟାରେ ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଏହି ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇଛି । ୨୦୧୯ ମସିହା ପାଇଁ ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର ମିଳିଛି । ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘କାଲିର ଅତୀତ’ ପୁରସ୍କୃତ ହୋଇଛି । ଠିକ୍‌ ସେହିପରି କାଲିର ଅତୀତ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ନୀଳମାଧବ ପଣ୍ଡା, ଶ୍ରେଷ୍ଠ ଅଭିନେତା ଭାବେ ପୀତବାସ ତ୍ରିପାଠୀ, ବାବୁ ଭାଇଜାନ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଶିବାନୀ ଷଡ଼ଙ୍ଗୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ।

ଶ୍ରେଷ୍ଠ କାହାଣୀକାର ଭାବେ ଶଲାବୁଢାର ବଦଲା ଚଳଚ୍ଚିତ୍ର ପାଇଁ ସ୍ୱର୍ଗତ କପିଳେଶ୍ୱର ମହାପାତ୍ର, କୋଟିଏରେ ଗୋଟିଏ ମନ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ରାଜୁ ମିଶ୍ର, ଶ୍ରେଷ୍ଠ ଗୀତିକାର ପ୍ରଦୀପ୍ତ ନନ୍ଦ, ଶ୍ରେଷ୍ଠ ସମ୍ପାଦକ ଭାବେ ପୁନିତ ରାଜଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ରୋହିତ ରାଜଙ୍କୁ ସ୍ବତନ୍ତ୍ର ଜୁରୀ ପୁରସ୍କାର, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ସ୍ୱୟମ୍‌ ପାଢୀ(ଦେଖା ହେଲା ପ୍ରେମ ହେଲା) ପୁରସ୍କୃତ ହୋଇଛନ୍ତି । ଫ୍ରମ ମି ଟୁ ଇଉ ପାଇଁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଦୀପ୍ତିରେଖା ପାଢୀ, ବାବୁ ଭାଇଜାନ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଚିତ୍ର ଗ୍ରହଣ ଭାବେ ରବିନ୍ଦ୍ର ବେହେରାଙ୍କୁ ପୁରସ୍କାର ଦିଆଯାଇଛି ।

ଶ୍ରେଷ୍ଠ କୋରିଓଗ୍ରାଫର ଭାବେ ଗିରିଶ ମହାନ୍ତି, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ବବି ମିଶ୍ର, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ବନିତା ନାଗ, ଶ୍ରେଷ୍ଠ ହାସ୍ୟ କଳାକାର ଭାବେ ହରିହର ମହାପାତ୍ର, ଶ୍ରେଷ୍ଠ ଗୀତିକାର ଭାବେ ପ୍ରଦୀପ୍ତ ଚାନ୍ଦ ପୁରସ୍କୃତ ହୋଇଛନ୍ତି । ଶ୍ରେଷ୍ଠ ଶିକ୍ଷା ଓ ଶିଶୁଭିତ୍ତିକ ଚଳଚ୍ଚିତ୍ର ପାଇଁ ବାଜି ଦ ବୋଟ ବୟକୁ ମିଳିଛି ପୁରସ୍କାର । ଶ୍ରେଷ୍ଠ କଳା ନିର୍ଦ୍ଦେଶକ-କଳିଙ୍ଗ କେଶରୀ ନାୟକ କାଲିର ଅତୀତ ପାଇଁ ପୁରସ୍କାର ପାଇଛନ୍ତି । ଶ୍ରେଷ୍ଠ ଶିଶୁ କଳାକାର ଭାବେ ମୟଙ୍କ ରଙ୍ଗ ବରଷିବ ଟୁପୁରୁ ଟାପୁରୁ ଫିଲ୍ମ ପାଇଁ ପାଇଛନ୍ତି ।

ହାଇକୋର୍ଟଙ୍କ ଭର୍ତ୍ସନା ଓ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ମନୋନୟନ ତାଲିକାକୁ ରଦ୍ଦ କରିବା ପରେ ସଂସ୍କୃତି ବିଭାଗ ଏହି ସଂଶୋଧିତ ତାଲିକା ଅନୁସାରେ ପୁରସ୍କାର ପ୍ରଦାନ କରିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂସ୍କୃତି ବିଭାଗ ଆଉ ସାନି ତାଲିକା ଘୋଷଣା ନକରି ସିଧାସଳଖ ପୁରସ୍କାର ପ୍ରଦାନ କରିଥିଲା । ଫଳରେ ନୂଆ ତାଲିକାରେ କିଏ ସ୍ଥାନ ପାଇଲେ ତାହା କାର୍ଯ୍ୟକ୍ରମ ଆରମ୍ଭ ପର୍ଯ୍ୟନ୍ତ ଜଣାପଡ଼ିନଥିଲା । ଡବିଂ ଚଳଚ୍ଚିତ୍ର ‘ଖୁସି’ ଓ ଗୋଲ୍‌ମାଲ୍‌ ଲଭ୍‌’କୁ ପୁରସ୍କାର ପ୍ରକ୍ରିୟାରୁ ବାଦ୍ ଦିଆଯାଇଥିବା‌ ବେଳେ ପୁରସ୍କାର ତାଲିକାରେ ଅନେକ ପରିବର୍ତ୍ତନ କରାଯାଇଛି । ଏପରିକି ଏହି ତାଲିକାରୁ ‘ନାୟକର ନାମ ଦେବଦାସ’ ଓ ‘ବାପା ତୁମେ ଭାରି ଦୁଷ୍ଟ’ ଭଳି ଚଳଚ୍ଚିତ୍ର ବି ବାଦ୍‌ ପଡ଼ିଛନ୍ତି ।

ଅଧିକାଂଶ ପୁରସ୍କାର ‘କାଲିର ଅତୀତ’, ‘ଶଲା ବୁଢ଼ାର ବଦ୍‌ଲା’, ‘କୋଟିଏରେ ଗୋଟିଏ ମନ’ ଓ ‘ବାବୁ ଭାଇଜାନ୍‌’ ଆଦି ଚଳଚ୍ଚିତ୍ର ହାତେଇ ନେଇଛନ୍ତି । ସେହିପରି ‘ଖୁସି’ ଚଳଚ୍ଚିତ୍ରର ଅଭିନେତା ସରୋଜ ପରିଡ଼ାଙ୍କୁ ‘ଶ୍ରେଷ୍ଠ ଅଭିନେତା’ ସମ୍ମାନ ପାଇଁ ମନୋନୀତ କରାଯାଇଥିବା ବେଳେ ଏହାକୁ ବଦଳାଇ ‘କାଲିର ଅତୀତ’ର ଅଭିନେତା ପୀତବାସ ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଛି । ସେହିଭଳି ‘ଖୁସି’ର ଅଭିନେତ୍ରୀ କାବ୍ୟା କିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ନଦିଆଯାଇ ‘ବାବୁ ଭାଇଜା‌ନ୍‌’ରେ ଅଭିନୟ ପାଇଁ ଶିବାନୀ ସଙ୍ଗୀତା ଷଡ଼ଙ୍ଗୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

‘ନାୟକର ନାମ ଦେବଦାସ’ରେ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ବୈଦ୍ୟନାଥ ଦାସଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ନଦିଆଯାଇ ‘କୋଟିଏରେ ଗୋଟିଏ ମନ’ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ସ୍ବର୍ଗତ ରାଜୁ ମିଶ୍ରଙ୍କୁ ଏହି ସମ୍ମାନ ଦିଆଯାଇଛି । ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ, ଗାୟିକା ଭାବେ ପୂର୍ବ ଭଳି ସ୍ବୟଂ ପାଢ଼ୀ ଓ ଦୀପ୍ତିରେଖା ପାଢ଼ୀ ପାଇଥିବା‌ ବେଳେ ଗୀତର ନାମ ବଦଳି ଯାଇଛି । ଆଗରୁ ସ୍ବୟଂ ପାଢ଼ୀ ‘ଭିଜା ଭିଜା ପ୍ରେମ ଛିଟା’ ପାଇଁ ଏହି ପୁରସ୍କାର ପାଉଥିବା ବେଳେ ଏବେ ଏହାକୁ ବଦଳାଇ ‘ଦେଖା ହେଲା ପ୍ରେମ ହେଲା' ପାଇଁ ମିଳିଛି । ସେହିପରି ଗତ ଥର ‘ଶ୍ରେଷ୍ଠ ପ୍ରମାଣିତ ଚଳଚ୍ଚିତ୍ର ପୁରସ୍କାର’ ପ୍ରଯୋଜନା ଓ ନିର୍ଦ୍ଦେଶନା କ୍ଷେତ୍ରରେ ଦିଆଯିବାକୁ ଘୋଷଣା ହୋଇଥିଲା । ଶ୍ରୀକ୍ଷେତ୍ରରୁ ସାହିଯାତ(ପ୍ରଯୋଜନା) ଓ ରସଗୋଲା(ନିର୍ଦ୍ଦେଶନା) ଏହି ପୁରସ୍କାର ପାଇଁ ଯୋଗ୍ୟ ହୋଇଥିଲେ । କିନ୍ତୁ ସଂଶୋଧିତ ତାଲିକାରୁ 'ରସଗୋଲା' ଚଳଚ୍ଚିତ୍ର ବାଦ୍‌ ପଡ଼ିଛି ।

ଏହାକୁ ନେଇ ଓ କପି ଚଳଚ୍ଚିତ୍ରକୁ ନେଇ ନୂଆ ପୁରସ୍କାର ତାଲିକାରେ କୌଣସି ପ୍ରକାର କପି ସିନେମା ସ୍ଥାନ ପାଇ ନଥିବା କହିଛନ୍ତି ବିଭାଗୀୟ ସଚିବ । ଏହାସହ ଆଗକୁ ଆହୁରି ଚଳଚ୍ଚିତ୍ରର କାଟାଗୋରୀ ବଢ଼ିବା ସହ ଅଧିକା ମୌଳିକ ସିନେମା କିଭଳି ସାମିଲ ହେବ ସେଥିପାଇଁ ବିଭାଗ ଧ୍ୟାନ ଦେବ ବୋଲି ସେ କହିଛନ୍ତି । ଆଗକୁ ବହୁଶୀଘ୍ର ୨୦୨୦-୨୧ ଓ଼ ୨୨ର ପୁରସ୍କାର ଦିଆଯିବ । ସେପଟେ ଜୁରୀମାନଙ୍କ ଅଧ୍ୟକ୍ଷ ସୁରେନ୍ଦ୍ର ସାହୁ ସଠିକ ଚୟନ ହୋଇଥିବା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 14, 2023, 3:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.