ETV Bharat / state

2022 ସୁଦ୍ଧା କାର୍ଯ୍ୟକ୍ଷମ ହେବ 3 ନୂଆ ଡ୍ରାଇଭିଂ ତାଲିମ ଓ ଗବେଷଣା ଅନୁଷ୍ଠାନ

author img

By

Published : Oct 19, 2022, 10:35 PM IST

ସୁନ୍ଦରଗଡ଼, ବ୍ରହ୍ମପୁର ଏବଂ କେନ୍ଦୁଝରରେ ନୂଆ ତିନିଟି ଡ୍ରାଇଭିଂ ତାଲିମ ଏବଂ ଗବେଷଣା ଅନୁଷ୍ଠାନ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ( Chief Secretary Suresh Chandra Mahapatra)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ସୁନ୍ଦରଗଡ଼, ବ୍ରହ୍ମପୁର ଏବଂ କେନ୍ଦୁଝରରେ ନୂଆ ତିନିଟି ଡ୍ରାଇଭିଂ ତାଲିମ ଏବଂ ଗବେଷଣା ଅନୁଷ୍ଠାନ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ( Chief Secretary Suresh Chandra Mahapatra)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ନୂଆ ଅନୁଷ୍ଠାନ ଗୁଡିକର ପରିଚାଳନା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଛନ୍ତି ।

ଏହାବି ପଢନ୍ତୁ- ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ବଡ଼ ସଫଳତା : ନିଯୁକ୍ତି ପାଇ ତାମିଲନାଡୁ ଗଲେ ୨୨୦ ଯୁବତୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ‘ସ୍କିଲଡ ଇନ ଓଡ଼ିଶା’ ଅଭିଯାନର ଅନ୍ୟ ଏକ ସଂପ୍ରସାରିତ ପଦକ୍ଷେପ ଭାବେ ପୂର୍ଣ୍ଣାଙ୍ଗ ହୋଇଛି 3 ଡ୍ରାଇଭିଂ ତାଲିମ ଏବଂ ଗବେଷଣା ଅନୁଷ୍ଠାନ । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଚଳିତ ବର୍ଷ ଶେଷ ସୁଦ୍ଧା 3 ଅନୁଷ୍ଠାନକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଅନୁଷ୍ଠାନଗୁଡିକର ପରିଚାଳନା ନିମନ୍ତେ ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସୋସାଇଟି ଗଠନ କରାଯିବ । ଏହି ସୋସାଇଟି ଦ୍ୱାରା ପିପିପି ମୋଡରେ ଅନୁଷ୍ଠାନ ଗୁଡିକ ପରିଚାଳିତ ହେବ ବୋଲି ନିଷ୍ପତ୍ତି ହୋଇଛି । ପ୍ରତି ଅନୁଷ୍ଠାନରେ ତାଲିମ ଗାଡି, ଡୁଆଲ କଣ୍ଟ୍ରୋଲ ଡ୍ରାଇଭିଂ ଡିଭାଇସ, ସିମୁଲେଟର, ଓ୍ୱାର୍କସପ ଯନ୍ତ୍ରପାତି ଓ ତାଲିମ ଉପକରଣ ପାଇଁ ପ୍ରାୟ 2.67 କୋଟି ଟଙ୍କା ସୋସାଇଟିଙ୍କୁ ଯୋଗାଇ ଦିଆଯିବ । ଅନ୍ୟାନ୍ୟ ପରିଚାଳନା ଖର୍ଚ୍ଚ ଘରୋଇ ଭାଗିଦାର ସଂସ୍ଥା କରିବେ । ଆଧୁନିକ ଜ୍ଞାନ କୌଶଳ ସହ ଉଚ୍ଚମାନର ତାଲିମ ଦେବା ଏବଂ ତାଲିମ ପରେ ଯୁବକ ଯୁବତୀମାନଙ୍କୁ ଡ୍ରାଇଭିଂ ଲାଇସେନସ ପ୍ରଦାନ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଏହାବି ପଢନ୍ତୁ- ମହାମାରୀରେ ସହଯୋଗ ବିଶ୍ୱ ଦରବାରରେ ଭାରତର ଗୁରୁତ୍ୱ ବଢାଇଛି: ଜାତିସଂଘ ମୁଖ୍ୟ

ବର୍ତ୍ତମାନ ଯାଜପୁର ଛତିଆ ଅନୁଷ୍ଠାନ ପିପିପି ମୋଡରେ ସଫଳତାର ସହ କାର୍ଯ୍ୟ କରୁଛି । ଅଶୋକ ଲେଲ୍ୟାଣ୍ଡ କଂପାନୀ ଏହା ପରିଚାଳନା କରୁଛନ୍ତି । ଏହି ନୂଆ ଅନୁଷ୍ଠାନକୁ ମିଶାଇଲେ 4 ଟି ଅନୁଷ୍ଠାନ ପିପିପି ମୋଡରେ ପରିଚାଳିତ ହେବ । ବର୍ତ୍ତମାନ ଛତିଆ ଅନୁଷ୍ଠାନ 150 ସିଟ ବିଶିଷ୍ଟ ଅଛି । ନବ ନିର୍ମିତ କେନ୍ଦୁଝର ଅନୁଷ୍ଠାନ 134 ସିଟ, ସୁନ୍ଦରଗଡ 150 ସିଟ ଏବଂ ବ୍ରହ୍ମପୁର 140 ସିଟ ବିଶିଷ୍ଟ ହେବ । ଏହି ସବୁ ଅନୁଷ୍ଠାନରେ ଉଭୟ ଛୋଟ ଏବଂ ବଡ ଗାଡି ଡ୍ରାଇଭିଂ ତାଲିମ ଦିଆଯିବ । ବଡ ଗାଡି ପାଇଁ ତାଲିମ ଅବଧି 30 ଏବଂ ଛୋଟ ଗାଡି ପାଇଁ ତାଲିମ ଅବଧି 21 ଦିନ ହେବ । ଏକ୍ଷେତ୍ରରେ ବିଶେଷ ଅଭିଜ୍ଞତା ଓ ଦକ୍ଷତା ଥିବା ଅଶୋକ ଲେଲ୍ୟାଣ୍ଡ ସହଭାଗୀ ଭାବେ ଅନୁଷ୍ଠାନ ଗୁଡିକର ଦୈନନ୍ଦିନ ପରିଚାଳନା କରିବେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଥିବା ଯୁବକ ଯୁବତୀଙ୍କୁ ଏସବୁ ଅନୁଷ୍ଠାନରେ ମାଗଣା ଆବାସିକ ତାଲିମ ଦିଆଯିବ । ତାଲିମ କାଳରେ ରହିବା, ଖାଇବା ଖର୍ଚ୍ଚ ସରକାରଙ୍କ ତରଫରୁ ବହନ କରାଯିବ । କର୍ମ ନିପୁଣତା ଓ ସଚ୍ଚୋଟତା ଦୃଷ୍ଟିରୁ ଓଡ଼ିଶା ତାଲିମ ପ୍ରାପ୍ତ ଓଡ଼ିଆ ଡ୍ରାଇଭରମାନଙ୍କର ଦେଶର ବିଭିନ୍ନ ରାଜ୍ୟରେ ବିଶେଷ ଚାହିଦା ରହିଛି ବୋଲି ପରିବହନ କମିଶନର ଅରୁଣ ବୋଥ୍ରା କହିଛନ୍ତି ।

ଏହାବି ପଢନ୍ତୁ- Mukkombu Dam: ଖୋଲିଲା ମୁକୋମ୍ବୁ ଡ୍ୟାମ ଗେଟ, ଦେଖନ୍ତୁ ମନଲୋଭା ଦୃଶ୍ୟ

ତାଲିମ ପ୍ରାପ୍ତ ଯୁବକ ଯୁବତୀମାନଙ୍କ ନିଯୁକ୍ତି ନିମନ୍ତେ ଉପଯୁକ୍ତ ପରାମର୍ଶ ଏବଂ ସହାୟତା ଦେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା, ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପରିବହନ କମିଶନର ଅରୁଣ କୁମାର ବୋଥ୍ରା, ଭୁବନେଶ୍ୱର ସରକାରୀ ଡ୍ରାଇଭିଂ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଦୀପ କୁମାର ମହାନ୍ତିଙ୍କ ସମେତ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଅଶୋକ ଲେଲ୍ୟାଣ୍ଡର ବରିଷ୍ଠ ପଦାଧିକାରୀ ବୈଠକରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

Odisha News
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.